ଖେଳ

ଗବ୍ବରଙ୍କ ୩୮ ବର୍ଷକୁ ପାଳିଲା ଭାରତ

ଗବ୍ବରଙ୍କ ୩୮ ବର୍ଷକୁ ପାଳିଲା ଭାରତ

Bartanews

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ପ୍ରମୁଖ ଓପନିଂ ବ୍ୟାଟର୍‌ ଶିଖର ଧାୱନ ନିଜ ‘ଗବ୍ବର ଷ୍ଟାଇଲ୍‌’ ପାଇଁ ପରିଚିତ। ମଙ୍ଗଳବାର ଧାୱନକୁ ୩୮ ବର୍ଷ ପୂରଣ ହୋଇଛି। ତାଙ୍କ ଜନ୍ମଦିନକୁ ଭାରତୀୟ କ୍ରିକେଟ୍‌ପ୍ରେମୀ ବିଭିନ୍ନ ରୂପରେ ପାଳନ କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଏଇଥି ପାଇଁ ମଙ୍ଗଳବାର ମଧ୍ୟ ସାମାଜିକ ଗଣମାଧ୍ୟମ ଚଳଚଞ୍ଚଳ ହୋଇଉଠିଛି। ଭାରତୀୟ ଦଳରୁ ଧାୱନ ଶେଷ ଥର ପାଇଁ ଗତବର୍ଷ ଡିସେମ୍ବର ୧୦ ତାରିଖରେ ବାଂଲାଦେଶ ବିପକ୍ଷ ଦିନିକିଆରେ ପ୍ରତିନିଧିତ୍ବ କରିଥିଲେ। […]

ବିଜୟ ହଜାରେ ଟ୍ରଫି: ଶକ୍ତିଶାଳୀ ମୁମ୍ବାଇକୁ ହରାଇଲା ଓଡ଼ିଶା

ବିଜୟ ହଜାରେ ଟ୍ରଫି: ଶକ୍ତିଶାଳୀ ମୁମ୍ବାଇକୁ ହରାଇଲା ଓଡ଼ିଶା

Bartanews

କଟକ/ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଦଳ ବିଜୟ ହଜାରେ ଟ୍ରଫି ଏକଦିବସୀୟ ପ୍ରତିଯୋଗିତାର ନକ୍‌ଆଉଟ୍ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ତେବେ ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଶକ୍ତିଶାଳୀ ମୁମ୍ବାଇକୁ ୮୬ ରନ୍‌ରେ ପରାସ୍ତ କରି ଶାନ୍ତନୁ ମିଶ୍ରଙ୍କ ଦଳ ଚମତ୍କାର ଢଙ୍ଗରେ ଅଭିଯାନ ଶେଷ କରିଛି। ପରାଜୟ ସତ୍ତ୍ବେ ଗ୍ରୁପ୍‌-‘ଏ’ରୁ ମୁମ୍ବାଇ ଓ କେରଳ କ୍ବାର୍ଟରଫାଇନାଲ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଶା ୭ ମ୍ୟାଚ୍‌ରୁ ୪ ବିଜୟ ସହ ୮ ଦଳୀୟ ଏହି ଗ୍ରୁପ୍‌ରେ ଷଷ୍ଠ ସ୍ଥାନରେ ରହି […]

ଭାରତର ବିଜୟ ଅଭିଯାନ: ଅରାଇଜୀତଙ୍କୁ ହ୍ୟାଟ୍ରିକ୍‌

ଭାରତର ବିଜୟ ଅଭିଯାନ: ଅରାଇଜୀତଙ୍କୁ ହ୍ୟାଟ୍ରିକ୍‌

Bartanews

କୁଆଲାଲମ୍ପୁର: ଫରୱାର୍ଡ ଅରାଇଜୀତ ସିଂହ ହୁଣ୍ଡାଲଙ୍କ ହ୍ୟାଟ୍ରିକ୍‌ ବଳରେ ଭାରତ ଏଫ୍‌ଆଇଏଚ୍‌ ହକି ପୁରୁଷ କନିଷ୍ଠ ବିଶ୍ବକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। କୁଆଲାଲୁମ୍ପୁରର ବୁକିତ ଜଲିଲସ୍ଥିତ ନ୍ୟାସ୍‌ନାଲ ହକି ଷ୍ଟାଡିୟମରେ ମଙ୍ଗଳବାର ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଭାରତ ୪-୨ ଗୋଲ୍‌ରେ ଏସୀୟ ପ୍ରତିନ୍ଦ୍ବନ୍ଦ୍ବୀ କୋରିଆକୁ ପରାସ୍ତ କରିଛି। ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଭାରତକୁ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଅରାଇଜୀତ ଗୋଲ୍‌ରେ ପରିଣତ କରି ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ […]

ରେକର୍ଡ ଅଷ୍ଟମ ଥର: ଏକ ନମ୍ବରରେ ବର୍ଷ ଶେଷ କଲେ ଜୋକୋଭିକ୍‌

ରେକର୍ଡ ଅଷ୍ଟମ ଥର: ଏକ ନମ୍ବରରେ ବର୍ଷ ଶେଷ କଲେ ଜୋକୋଭିକ୍‌

Bartanews

ନୂଆଦିଲ୍ଲୀ: ଚବିଶ ଥର ଗ୍ରାଣ୍ଡ୍ ସ୍ଲାମ ବିଜେତା ସର୍ବିୟା ଟେନିସ୍ କିଂବଦନ୍ତି ନୋଭାକ ଜୋକୋଭିକ୍‌ ରେକର୍ଡ ସର୍ବାଧିକ ଅଷ୍ଟମ ଥର ପାଇଁ ଏକ ନମ୍ବର ସ୍ଥାନରେ ରହି ବର୍ଷ ଶେଷ କରିବା ନିଶ୍ଚିତ ହୋଇଛି। ଚଳିତ ବର୍ଷର ୪ଟି ଗ୍ରାଣ୍ଡ ସ୍ଲାମ୍‌ରୁ ଜୋକୋଭିକ୍ ୩ଟି ଜିତିଥିଲେ। ଜାନୁଆରିରେ ଅଷ୍ଟ୍ରେଲିଆନ୍‌ ଓପନ୍‌, ଜୁନ୍‌ରେ ‌ଫ୍ରେଞ୍ଚ୍‌ ଓପନ୍‌, ସେପ୍ଟେମ୍ବରରେ ୟୁଏସ୍ ଓପନ୍‌ ମୁକୁଟ ଜିତିଥିବା ବେଳେ ୱିମ୍ବଲଡନ୍‌ରେ ଉପବିଜେତା ହୋଇଥିଲେ। କାର୍ଲୋସ୍ ଆଲକାରାଜଙ୍କ ସହ ଲଢ଼େଇ କରି ତୁରିନ୍‌ରେ ମଧ୍ୟ […]

ବିଜୟ ହଜାରେ ଟ୍ରଫି: ସିକ୍କିମକୁ ହରାଇଲା ଓଡ଼ିଶା

ବିଜୟ ହଜାରେ ଟ୍ରଫି: ସିକ୍କିମକୁ ହରାଇଲା ଓଡ଼ିଶା

Bartanews

କଟକ: ବିଜୟ ହଜାରେ ଟ୍ରଫିରେ ରବିବାର ଓଡ଼ିଶା କ୍ରମାଗତ ବିଜୟ ପାଇଛି। ବାଙ୍ଗାଲୋରର ଆଲୁର କ୍ରିକେଟ୍‌ ଷ୍ଟାଡିୟମରେ ଓଡ଼ିଶା ୯ ୱିକେଟ୍‌ରେ ସିକ୍କିମ୍‌କୁ ପର‌ାସ୍ତ କରିଛି। ଓଡ଼ିଶା ଟସ୍ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ସିକ୍କିମ୍‌ ପ୍ରଥମେ ବ୍ୟାଟିଂ କରି ୩୪.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୧ ରନ୍‌ କରିଥିଲା। ଓଡ଼ିଶାର ଦେବବ୍ରତ ପ୍ରଧାନ ଓ ତରଣୀ ସ’ଙ୍କ ବୋଲିଂକୁ ସିକ୍କିମ୍‌ ବ୍ୟାଟ୍‌ସମ୍ୟାନ୍‌ ସାମ୍ନା କରି ପାରି ନଥିଲେ। ଦେବବ୍ରତ ୮.୪ ଓଭରରେ ୪ ମେଡେନ୍‌ […]

ଦକ୍ଷିଣ ଏସୀୟ କରାଟେ: ଓଡ଼ିଶାକୁ ଆସିଲା ୫ ପଦକ

ଦକ୍ଷିଣ ଏସୀୟ କରାଟେ: ଓଡ଼ିଶାକୁ ଆସିଲା ୫ ପଦକ

Bartanews

ଭୁବନେଶ୍ବର: ନେପାଳରେ ଆୟୋଜିତ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସହ ୫ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫ ଜଣ ଭାଗ ନେଇଥିଲା ବେଳେ ସମସ୍ତେ ପଦକ ଜିତିଛନ୍ତି। ଶନିବାର ସୁରୋମିତା ସିହ୍ନା ଓ ସୁମନ ଶେଖର ଦାସ ସ୍ବର୍ଣ୍ଣ ଜିତିଥିଲେ। ରବିବାର ଭାରତୀୟ ମହିଳା କାଟା ଦଳ ରୌପ୍ୟ ଜିତିଥିଲା। ଏହି ଦଳରେ ଓଡ଼ିଶାର ଭାଲିନା ଭାଲେଣ୍ଟିନା ଓ ସୁରୋମିତା ସିହ୍ନା […]

ଭାରତ ଦାବି କରିବ ୨୦୨୯ ବିଶ୍ବ ଦୌଡ଼କୁଦ

ଭାରତ ଦାବି କରିବ ୨୦୨୯ ବିଶ୍ବ ଦୌଡ଼କୁଦ

Bartanews

ନୂଆଦିଲ୍ଲୀ: ୨୦୨୯ ମସିହାର ବିଶ୍ବ ଦୌଡ଼କୁ୍ଦ ପ୍ରତିଯୋଗିତା ଆୟୋଜନ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ପ୍ରାଥମିକ ଅବସ୍ଥାରେ ଭାରତ ୨୦୨୭ ସଂସ୍କରଣ ପାଇଁ ଦାବି କରିବ ବୋଲି ଯୋଜନା କରୁଥିଲେ ମଧ୍ୟ ଏଥିରୁ ଓହରିଯାଇଛି। ‘ହଁ ଆମେ ୨୦୨୯ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାକୁ ଦାବି କରିବୁ’ ବୋଲି କହିଛନ୍ତି ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ)ର ଉପସଭାପତି ତଥା ପ୍ରଥମ ଭାରତୀୟ ବିଶ୍ବ ପଦକ ବିଜୟିନୀ ଅଞ୍ଜୁ ବବି ଜର୍ଜ। ଅମୃତସରରେ ଅନୁଷ୍ଠିତ ଏଏଫ୍‌ଆଇର ବାର୍ଷିକ […]

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ କ୍ରୀଡ଼ା ପ୍ରତିଯୋଗିତା

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ କ୍ରୀଡ଼ା ପ୍ରତିଯୋଗିତା

Bartanews

ଭୁବନେଶ୍ବର: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ୨୦୦ରୁ ଅଧିକ ଦୃଷ୍ଟିବାଧିତ, ଶ୍ରବଣବାଧିତ, ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ଭାଗନେଇଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଦୂତି ଚାନ୍ଦ ଇ‌ନ୍‌ଡୋର ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିଥିଲା। ୧୦୦, ୨୦୦ ମିଟର ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ସଟ୍‌ପୁଟ୍‌, ହ୍ବିଲ୍‌ଚେୟାର ରେସ୍‌, ସଫ୍ଟ ବଲ୍‌, ୫୦ ମିଟର ଆସିଷ୍ଟେଡ୍‌ ୱାକ୍‌, ବ୍ଲୋଇଂ, ଟାର୍ଗେଟ ସଟ୍‌ ଓ ଚକୋଲେଟ୍‌ ‌ରେସ୍‌ରେ […]

ଉତ୍କଣ୍ଠାପୂର୍ଣ୍ଣ ବିଜୟ: ଅଷ୍ଟ୍ରେଲିଆ ୬ ରନ୍‌ରେ ହାରିଲା, ଭାରତ ୪-୧ରେ ଶୃଙ୍ଖଳା ଜିତିଲା

ଉତ୍କଣ୍ଠାପୂର୍ଣ୍ଣ ବିଜୟ: ଅଷ୍ଟ୍ରେଲିଆ ୬ ରନ୍‌ରେ ହାରିଲା, ଭାରତ ୪-୧ରେ ଶୃଙ୍ଖଳା ଜିତିଲା

Bartanews

ବେଙ୍ଗାଲୁରୁ: ପ୍ରଥମ ୩ ମ୍ୟାଚ୍‌ରେ ଉଭୟ ଦଳ ୨୦୦ରୁ ଊର୍ଧ୍ବ ରନ୍‌ କରିଥିଲେ। ଦୁଇଟିରେ ଭାରତ ପଶ୍ଚାତ୍‌ଧାବନ ଓ ଡିଫେଣ୍ଡ୍ କରି ମଧ୍ୟ ଜିତିଥିଲା। ତୃତୀୟଟିରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୪୭ ବଲ୍ ଶତକ ପାଇଁ ଭାରତ ୨୨୨ ରନ୍‌ କରି ମଧ୍ୟ ହାରିଯାଇଥିଲା। ଶେଷ ଦୁଇ ମ୍ୟାଚ୍‌ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଉଭୟ ଥର ଭାରତ ଛୋଟ ସ୍କୋର୍‌ କରି ମଧ୍ୟ ଏହାକୁ ସୁରକ୍ଷିତ ରଖି ମ୍ୟାଚ୍ ଜିତି ନେଇଛି। ଏଥି ସହ ଅଷ୍ଟ୍ରେଲିଆ ବିପକ୍ଷ […]

ବିରାଟଙ୍କ ଅଧିନାୟକତ୍ବ ଛାଡ଼ିବାକୁ ନେଇ ବଡ଼ ଖୁଲାସା କଲେ ବିସିସିଆଇର ପୂର୍ବତନ ସଭାପତି ‌ସୌରଭ ଗାଙ୍ଗୁଲୀ

ବିରାଟଙ୍କ ଅଧିନାୟକତ୍ବ ଛାଡ଼ିବାକୁ ନେଇ ବଡ଼ ଖୁଲାସା କଲେ ବିସିସିଆଇର ପୂର୍ବତନ ସଭାପତି ‌ସୌରଭ ଗାଙ୍ଗୁଲୀ

Bartanews

ନୂଆଦିଲ୍ଲୀ: ବିସିସିଆଇର ପୂର୍ବତନ ସଭାପତି ‌ସୌରଭ ଗାଙ୍ଗୁଲୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ଉଜ୍ଜ୍ବଳତମ ‌ଖେଳାଳି ବିରାଟ କୋହଲି ଟି-୨୦ ଦଳର ଅଧିନାୟକତ୍ୱ ଛାଡିବା ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ ଏପରି ଏକ ଖୁଲାସା କରିଛନ୍ତି ଯାହା ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି, “ମୁଁ ବିରାଟ କୋହଲିଙ୍କୁ ଟି -୨୦ ଦଳର ଅଧିନାୟକତ୍ୱ ଛାଡ଼ିବାକୁ କେବେ ବି କହିନାହିଁ। ବିରାଟ ‌ଯେତେବେଳେ କହିଲେ କି ସେ ଟି-୨୦ ଦଳର ଅଧିନାୟକତ୍ୱ ଛାଡିବାକୁ […]

12 Next