ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ କ୍ରୀଡ଼ା ପ୍ରତିଯୋଗିତା

Bartanews

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ବର: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ୨୦୦ରୁ ଅଧିକ ଦୃଷ୍ଟିବାଧିତ, ଶ୍ରବଣବାଧିତ, ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ଭାଗନେଇଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଦୂତି ଚାନ୍ଦ ଇ‌ନ୍‌ଡୋର ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିଥିଲା। ୧୦୦, ୨୦୦ ମିଟର ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ସଟ୍‌ପୁଟ୍‌, ହ୍ବିଲ୍‌ଚେୟାର ରେସ୍‌, ସଫ୍ଟ ବଲ୍‌, ୫୦ ମିଟର ଆସିଷ୍ଟେଡ୍‌ ୱାକ୍‌, ବ୍ଲୋଇଂ, ଟାର୍ଗେଟ ସଟ୍‌ ଓ ଚକୋଲେଟ୍‌ ‌ରେସ୍‌ରେ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଉଦ୍‌ଯାପନୀ ଉତ୍ସବ‌ରେ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ସ୍ବତନ୍ତ୍ର ଶାସନ ସଚିବ ଦିଲୀପ କୁମାର ରାୟ, ନିର୍ଦେଶକ ନିୟତି ପଟ୍ଟନାୟକ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ନିଶିକାନ୍ତ ଟେଟେ ଓ କବିତାଶ୍ରୀ ଅମାତ ପରିଚାଳାନା କରିଥିଲେ।

Leave a Comment