ମହାନଗର

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡା ମୃତ

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡା ମୃତ

Bartanews

ବାରଙ୍ଗ: ନନ୍ଦନକାନନ ସରୀସୃପ ଉଦ୍ୟାନର ୪୬ ନମ୍ବର ଖୁଆଡ଼ରେ ଏକ ଅଣ୍ଡିରା ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଏହି ସାପର ବୟସ ୧ ବର୍ଷ ୪ ମାସ ହୋଇଥିଲା ବୋଲି ସୂଚନା ମିଳିଛି। ଆଜି ସକାଳୁ ସାପଟି କିଛି ଖିଆପିଆ କରିନଥିଲା ଏବଂ ଗୋଟିଏ ଜାଗାରେ ନିଶ୍ଚଳ ହୋଇ ପଡ଼ିରହିଥିଲା। ଅସୁସ୍ଥ ଖବର ପାଇ ଚିକିତ୍ସକମାନେ ସ୍ୱାସ୍ଥ୍ୟ ପରୀକ୍ଷା କଲାବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର କାରଣ ଜାଣିବାକୁ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଅନ୍ତଃନଳୀରେ ଖାଦ୍ୟ ଜମାଟ […]

ପୁସ୍ତକ ମହୋତ୍ସବ ‘ଅକ୍ଷର’ର ତୃତୀୟ ଦିବସ: ‘ଆଦିବାସୀ ଭାଷାରେ ଲିଖିତ ଶ୍ରେଷ୍ଠ ପୁସ୍ତକକୁ ପୁରସ୍କୃତ କରିବ ସାହିତ୍ୟ ଏକାଡେମି’

ପୁସ୍ତକ ମହୋତ୍ସବ ‘ଅକ୍ଷର’ର ତୃତୀୟ ଦିବସ: ‘ଆଦିବାସୀ ଭାଷାରେ ଲିଖିତ ଶ୍ରେଷ୍ଠ ପୁସ୍ତକକୁ ପୁରସ୍କୃତ କରିବ ସାହିତ୍ୟ ଏକାଡେମି’

Bartanews

ଭୁବନେଶ୍ବର: ଆଜି ରବିବାର ଥିବାରୁ ପଞ୍ଚମ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ରେ ପୁସ୍ତକପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସଂଧ୍ୟାରେ ମେଳାର ମୁଖ୍ୟ ମଞ୍ଚରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ‘ଓଡ଼ିଶାର ଜନଜାତି ଭାଷା: ସମସ୍ୟା ଓ ସମାଧାନ’ ଶୀର୍ଷକ ବିଷୟ ଉପରେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା ଓ ଡ. ବିଜୟ ଉପାଧ୍ୟାୟ ଆଲୋଚନା କରିଥିଲେ। ଏହି ଅବସରରେ ବିଶିଷ୍ଟ […]

ଡିଭାଇଡର୍‌ ଡେଇଁ ବସ୍‌ରେ ପିଟିହେଲା କାର୍‌: ଇଂଜିନିୟରିଂ ଛାତ୍ର ମୃତ, ୨ ଗୁରୁତର

ଡିଭାଇଡର୍‌ ଡେଇଁ ବସ୍‌ରେ ପିଟିହେଲା କାର୍‌: ଇଂଜିନିୟରିଂ ଛାତ୍ର ମୃତ, ୨ ଗୁରୁତର

Bartanews

ଚନ୍ଦ୍ରଶେଖରପୁର: ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ପଟିଆ-ନନ୍ଦନକାନନ ରାସ୍ତାରେ ଶ୍ରୀବିହାର ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋଲକାତାର ଅରିଞ୍ଜୟ ଦେ(୨୨)। ମୃତକ ଅରିଞ୍ଜୟ ଚଳାଉଥିବା କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର୍‌ ଡେଇଁବା ପରେ ଏକ ବସ୍‌ରେ ପିଟିହୋଇଥିଲା। କାର୍‌ରେ ଥିବା ଅନ୍ୟ ୨ ଛାତ୍ରଙ୍କ ଅବସ୍ଥା ଗୁରୁତର ଅଛି ଏବଂ ସେମାନେ ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଖବର ଅନୁସାରେ ପଟିଆସ୍ଥିତ ଏକ […]

ନିଜ ସହ ପ୍ରତିଦ୍ୱନ୍ଦ୍ବିତା କର, ସଫଳତା ମିଳିବ: ରାଜ୍ୟପାଳ

ନିଜ ସହ ପ୍ରତିଦ୍ୱନ୍ଦ୍ବିତା କର, ସଫଳତା ମିଳିବ: ରାଜ୍ୟପାଳ

Bartanews

ଭୁବନେଶ୍ବର: ଚଳିତ ଶତାବ୍ଦୀରେ ଭାରତ ବିଶ୍ୱର ନେତୃତ୍ବ ନେବାକୁ ଯାଉଛି। ଏବେ ଭାରତ ବିଶ୍ୱରେ ୫ମ ବଡ଼ ଅର୍ଥ ବ୍ୟବସ୍ଥା ପାଲଟିଛି ଏବଂ ଖୁବ୍‌ଶୀଘ୍ର ୩ୟ ସ୍ଥାନରେ ପହଞ୍ଚିବ। ବିକାଶର ଏହି ଧାରାକୁ ତ୍ୱରାନ୍ୱିତ କରିବାରେ ନାରୀଶକ୍ତି ଅଗ୍ରଣୀ ଭୂମିକା ନେବ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୯ମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ ନାରୀମାନେ […]

କର୍ପୋରେଟର ଓ ସାଂସଦଙ୍କ ପ୍ରତିନିଧି ମୁହାମୁହିଁ: ବିଏମ୍‌ସି ବିନାନୁମତିରେ ପାର୍କରେ ହାଇମାଷ୍ଟ ଲାଇଟ ଲଗାଇବାକୁ ନେଇ ଉତ୍ତେଜନା

କର୍ପୋରେଟର ଓ ସାଂସଦଙ୍କ ପ୍ରତିନିଧି ମୁହାମୁହିଁ: ବିଏମ୍‌ସି ବିନାନୁମତିରେ ପାର୍କରେ ହାଇମାଷ୍ଟ ଲାଇଟ ଲଗାଇବାକୁ ନେଇ ଉତ୍ତେଜନା

Bartanews

ଭୁବନେଶ୍ବର: ନୂଆପଲ୍ଲୀ ୱାର୍ଡ ନଂ ୨୫ ଏନ-୪ସ୍ଥିତ ବିଏମ୍‌ସି ପାର୍କ‌ରେ ବିନା ଅନୁମତି‌‌ରେ ହାଇମାଷ୍ଟ ଲାଇଟ୍ ଲଗାଇବାକୁ ନେଇ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ଓ ସାଂସଦଙ୍କ ପ୍ରତିନିଧି ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝ‌ାସୁଝା କରିଥିଲେ ମଧ୍ୟ ଉଭୟ ପକ୍ଷରୁ ନୂଆପଲ୍ଲୀ ଥାନାରେ ଏତଲା ଦିଆଯାଇଛି। ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ସାଂସଦଙ୍କ ପ୍ରତିନିଧିଙ୍କ ନେତୃତ୍ବରେ ଏନ୍‌-୪ସ୍ଥିତ ବିଏମସି ପାର୍କରେ ଏକ ହାଇମାଷ୍ଟ ଲାଇଟ୍ ଲଗାଇବା ପାଇଁ ଗାତ […]

ସ୍ବର ଆପଣଙ୍କର: ମୌଳିକ ସୁବିଧାରୁ ବଞ୍ଚିତ ଡୁମୁଡୁମା ଗାଁ ମୂଳ ବାସିନ୍ଦା

ସ୍ବର ଆପଣଙ୍କର: ମୌଳିକ ସୁବିଧାରୁ ବଞ୍ଚିତ ଡୁମୁଡୁମା ଗାଁ ମୂଳ ବାସିନ୍ଦା

Bartanews

ଖଣ୍ଡଗିରି: ଭୁବନେଶ୍ବର ରାଜଧାନୀ ହେବାର ବହୁ ପୂର୍ବରୁ ଅର୍ଥାତ୍ କାହିଁ କେଉଁ ଆବାହମାନ କାଳରୁ ଡୁମୁଡୁମା ଗାଁ ରହିଛି। ରାଜଧାନୀ ପ୍ରତିଷ୍ଠା ହେବା ପରେ ଗାଁ ଲୋକେ ଭାବିଥିଲେ ମୂଳ ବାସିନ୍ଦା ହିସାବରେ ତାଙ୍କୁ ପ୍ରାଥମିକତା ଭିତ୍ତିରେ ମୌଳିକ ସୁବିଧା ଯୋଗାଇ ଦିଆଯିବ। କିନ୍ତୁ ରାଜଧାନୀକୁ ୭୪ ବର୍ଷ ହେଲାଣି ସିନା ରାସ୍ତା, ଡ୍ରେନ୍, ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ଆଜି ଡୁମୁଡୁମା ଗାଁ ଲୋକେ ସଂଘର୍ଷ କରୁଛନ୍ତି। ବିଏମ୍‌ସିର ୬୪ ନମ୍ବର ୱାର୍ଡରେ ଥିବା […]

୫ରୁ ନାଟକୋତ୍ସବ: ମଞ୍ଚ କହିବ ମହାପୁରୁଷ ଓ ମହୀୟସୀଙ୍କ ଗାଥା

୫ରୁ ନାଟକୋତ୍ସବ: ମଞ୍ଚ କହିବ ମହାପୁରୁଷ ଓ ମହୀୟସୀଙ୍କ ଗାଥା

Bartanews

ଭୁବନେଶ୍ବର: ଜନ୍ମମାଟିର ଉନ୍ନତି ପାଇଁ ସେମାନଙ୍କ ଅବଦାନ ଥିଲା ଅତୁଳନୀୟ। ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ହୋଇ କିଏ ଦୀନଦରିଦ୍ରଙ୍କ ବନ୍ଧୁ ସାଜିଥିଲେ ତ ଆଉ କିଏ ସମାଜ ସଂସ୍କାର ପାଇଁ ବ୍ରତୀ ହୋଇ ତତ୍କାଳୀନ ରକ୍ଷଣଶୀଳ ସମାଜ ବ୍ୟବସ୍ଥାର ବେଡ଼ିରୁ ନିଜକୁ ମୁକୁଳାଇଥିଲେ। ନାରୀ ଶିକ୍ଷା ଓ ନାରୀ ସ୍ବାଧୀନତା ପାଇଁ ଘରର ଏରୁଣ୍ଡି ବନ୍ଧ ଡେଇଁ ସଂଗ୍ରାମ କରିଥିଲେ। ସେହିଭଳି ସେମାନେ ନିଜର ଶାଣିତ ଲେଖନୀ ମୁନରେ ଜାଳି ଦେଇଥିଲେ ଦେଶପ୍ରେମର ବହ୍ନି। ଏଭଳି ମହାପୁରୁଷ […]

ଶୂନ ସଡ଼କମୃତ୍ୟୁ ସପ୍ତାହ: ୪ ଦିନରେ ୪୫ ଜଣଙ୍କ ମୃତ୍ୟୁ, ଚତୁର୍ଥ ଦିନରେ ୮ ମୃତ, ୧୮ ଆହତ

ପାହାଳରେ ପୁଣି ଦୁର୍ଘଟଣା: ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୨ ଦିନରେ ଗଲାଣି ୪ ମୁଣ୍ଡ

Bartanews

ବାଲିଅନ୍ତା ବଜାର: ଗତ ଦୁଇ ଦିନ ହେଲା ୧୬ ନମ୍ବର ଜାତୀୟ ରାଜପଥ ପାହାଳ ବଜାର ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୪ ମୁଣ୍ଡ ଗଲାଣି। ଶୁକ୍ରବାର ଭୋର୍‌ ସମୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ରାତିରେ ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ଅପରାହ୍ଣରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଏକ ଟ୍ରକ୍‌ ଧକ୍କାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲ୍ଲା ସଂଘଝର ଗାଁର ସସ୍ମିତା ମାଝୀ(୨୭)। ସସ୍ମିତା ଓ […]

ଡମ୍ପିଙ୍ଗ ୟାର୍ଡ ବୁଲି ଦେଖିଲେ ବିଜେପିର ୧୨ ଜଣିଆ ଟିମ୍

ଡମ୍ପିଙ୍ଗ ୟାର୍ଡ ବୁଲି ଦେଖିଲେ ବିଜେପିର ୧୨ ଜଣିଆ ଟିମ୍

Bartanews

ଭୁବନେଶ୍ୱର: ବିଜେପିର ୧୨ ଜଣିଆ ଟିମ୍ ଡମ୍ପିଙ୍ଗ ୟାର୍ଡ ବୁଲି ଦେଖିଛନ୍ତି। ଦୀର୍ଘ ୮ ଦିନରୁ ଅଧିକ ହେବ ଭୁବନେଶ୍ୱର ସୈନିକ ସ୍କୁଲ ସାମ୍ନାରେ ବିଜେପି ଧାରଣାରତ ରହିଛି। ଭୁବନେଶ୍ୱର ସହର ମଝିରୁ ଅଳିଆ ହଟେଇବା ପାଇଁ ବାରମ୍ବାର ବିରୋଧ ପ୍ରଦର୍ଶନ କରିବା ସହିତ ବିଏମସି ଅଧିକାରୀଙ୍କ ନିକଟରେ ଦାବି ଜ‌ଣାଇ ସାରିଛନ୍ତି। ହେଲେ ଏହାର ସ୍ଥାୟୀ ସମାଧାନ ବାହାରୁ ନାହିଁ। ଦେଶର ବୋଧେ ଏକ ମାତ୍ର ସହର ଭୁବନେଶ୍ୱର ଯେଉଁଠି ଭୁବନେଶ୍ଵରର ସହର ମଝିରେ ଡମ୍ପିଂ […]

ସମ୍ଭାବ୍ୟ ବର୍ଷା ପାଇଁ ବିଏମ୍‌ସିର ପ୍ରସ୍ତୁତି: କର୍ମଚାରୀଙ୍କ ଛୁଟି ବାତିଲ୍‌

ସମ୍ଭାବ୍ୟ ବର୍ଷା ପାଇଁ ବିଏମ୍‌ସିର ପ୍ରସ୍ତୁତି: କର୍ମଚାରୀଙ୍କ ଛୁଟି ବାତିଲ୍‌

Bartanews

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ଜଳ ନିଷ୍କାସନକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି। ଏହି ମର୍ମରେ ଏକ ପ୍ରସ୍ତୁତି ବୈଠକ ବିଏମ୍‌ସିରେ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ପାଣିପାଗ କାର୍ଯ୍ୟାଳୟର ସୂଚନା ବାବଦରେ ଅବଗତ କରିଥିଲେ। ଗତ ଜୁଲାଇରେ ବର୍ଷା ସମୟରେ ଜଳମଗ୍ନ ହୋଇଥିବା ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ କୁହାଯାଇଥିଲା। […]

12 Next