ମହାନଗର

ଶିଶୁପାଳଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘରୁ ପ୍ରେମିକର ମୃତଦେହ ଉଦ୍ଧାର

ଶିଶୁପାଳଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘରୁ ପ୍ରେମିକର ମୃତଦେହ ଉଦ୍ଧାର

Bartanews

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପପୁନି ସ୍ୱାଇଁ। ତାଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି। ସେ ପିଏଚଡିରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ କିଛି ବର୍ଷ ହେଲା ପପୁନି ଓ ଶିଶୁପାଳଗଡ଼ର ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଏପରିକି ପପୁନି ଅନେକ ସମୟରେ ଯୁବତୀଙ୍କ ଘରକୁ […]

ସମ୍ବେଦନାହୀନ ଯୋଜନା ପାଇଁ ଜନତାଙ୍କୁ ଯମଯନ୍ତ୍ରଣା: ଯିଏ ଯେଉଁଠି ପାରିଲା ଖୋଳିଲା

ସମ୍ବେଦନାହୀନ ଯୋଜନା ପାଇଁ ଜନତାଙ୍କୁ ଯମଯନ୍ତ୍ରଣା: ଯିଏ ଯେଉଁଠି ପାରିଲା ଖୋଳିଲା

Bartanews

ଭୁବନେଶ୍ବର: ଯିଏ ଯେଉଁଠି ପାରୁଛି ରାସ୍ତା ଖୋଳି ‌ଦେଉଛି। ଘରୁ ଜରୁରୀ କାମରେ ବାହାରିବା ବେଳକୁ ଲୋକେ ଅଧାବାଟରେ ଅଟକୁଛନ୍ତି। ରାସ୍ତା ନପାଇ ତରବର ହୋଇ କିଏ ନିୟମ ଭାଙ୍ଗି ରଙ୍ଗ୍‌ ରୁଟ୍‌ରେ ଗଲାଣି ତ କିଏ ଆରପଟକୁ ଯିବା ପାଇଁ ମେଡିଆନ୍‌ରେ ଗାଡ଼ି ଚଢ଼ାଇ ଦୁର୍ଘଟଣାର ଶିକାର ହେଲାଣି। ଆଉ କିଏ ଗାଡ଼ି ଫେରାଇ ଅଲଗା ରାସ୍ତା ଧରିବାକୁ ଚାହିବା ବେଳକୁ ହୋସ୍‌ ଉଡ଼ି ଯାଉଛି, ଗାଡ଼ି ପଛରେ ଗାଡ଼ି, ହଲ୍‌ଚଲ୍‌ ହେବାକୁ ବାଟ ନାହିଁ। […]

ରସୁଲଗଡ଼ ଛକରେ ଓଲଟିଲା କାର୍‌

ରସୁଲଗଡ଼ ଛକରେ ଓଲଟିଲା କାର୍‌

Bartanews

ଭୁବନେଶ୍ୱର: ରସୁଲଗଡ଼ ଛକରେ ଆଜି ରାତିରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଜଣେ ସ୍କୁଟି ଚାଳକଙ୍କ ସମେତ କାର୍‌ ଚାଳକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନାନୁସାରେ ଆଜି ରାତି ପ୍ରାୟ ୧୧ଟା ବେଳେ ବାଣୀବିହାର ପଟୁ କଟକ ଆଡ଼କୁ ଯାଉଥିବା ଏକ କାର୍‌, ରସୁଲଗଡ଼ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଭାରସାମ୍ୟ ହରାଇ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ଏହାପରେ କାରଟି […]

ବିନା ନମ୍ବରପ୍ଲେଟ୍‌ ଯାନଙ୍କ ଆତଙ୍କ: ବେଆଇନ ଖଣିଜ ଚାଲାଣରେ ନିୟୋଜିତ

ବିନା ନମ୍ବରପ୍ଲେଟ୍‌ ଯାନଙ୍କ ଆତଙ୍କ: ବେଆଇନ ଖଣିଜ ଚାଲାଣରେ ନିୟୋଜିତ

Bartanews

ଜଟଣୀ: ଜଟଣୀ ତହସିଲ ଅଞ୍ଚଳରୁ ପ୍ରତିଦିନ ବେଆଇନ ଭାବେ ଖଣିଜ ସମ୍ପଦ ଚାଲାଣ ହେଉଛି। ଏଥିପାଇଁ ଶହ ଶହ ହାଇୱା, ଟ୍ରକ୍, ଟ୍ରାକ୍ଟର ଭଳି ବଡ଼ଗାଡ଼ି ନିୟୋଜିତ ହେଉଛି। ମାଙ୍କଡ଼ା ପଥର, ମୋରମ ଆଦି ଲୁଟ୍ ହେଉଥିବା ବେଳେ ଅଧିକାଂଶ ଗାଡ଼ି ବିନା ନମ୍ବର ପ୍ଲେଟରେ ଚାଲିଥିବା ଦେଖା ଯାଉଛି। ବିଶେଷକରି ରାତିରେ ଏହା ଚାଲାଣ ହେଉଥିବା ବେଳେ ରାସ୍ତାରେ ଗାଡ଼ିଗୁଡ଼ିକ ଦ୍ରୁତଗତିରେ ବେପରୁଆ ଭାବେ ଯା’ଆସ କରୁଛି। ଧରା ପଡ଼ିବାର ଆଶଙ୍କା ଥିବାରୁ ମଧ୍ୟ ଚାଳକମାନେ […]

ରାଜଧାନୀରେ ମାତିଛନ୍ତି ବାଇକ୍‌ ଲୁଟେରା: ୩ ଗିରଫ, ୨୩  ବାଇକ୍‌ ଜବତ

ରାଜଧାନୀରେ ମାତିଛନ୍ତି ବାଇକ୍‌ ଲୁଟେରା: ୩ ଗିରଫ, ୨୩ ବାଇକ୍‌ ଜବତ

Bartanews

ଭୁବନେଶ୍ବର: ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ବାଇକ୍‌ ଲୁଟେରା ଗ୍ୟାଙ୍ଗ। ଆଖି ପିଛୁଳାକେ ବାଇକ୍‌ ତାଲା ଭାଙ୍ଗି ନେଇ ଫେରାର୍‌ ହୋଇଯାଉଛନ୍ତି। ଏଭଳି ଏକ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମା‌ନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ପ୍ରଶାନ୍ତ କୁମାର ଭୋଇ(୨୮), ସୁନୀଲ କୁମାର ମଲ୍ଲ(୨୪) ଓ ଜଙ୍କିଆ ଅଞ୍ଚଳର ହରପ୍ରସାଦ ଦାସ(୨୩)। ପୁଲିସ ସେମାନଙ୍କ ଠାରୁ ୨୩ଟି ବାଇକ୍‌ ଜବତ କରିଛି। ସୂଚନା ମୁତାବକ, ଏହି […]

ଭୁବନେଶ୍ବର ବାଲିଯାତ୍ରା: ଝୁମାଇଲେ ଅନୁ ମଲିକ

ଭୁବନେଶ୍ବର ବାଲିଯାତ୍ରା: ଝୁମାଇଲେ ଅନୁ ମଲିକ

Bartanews

ଚନ୍ଦ୍ରଶେଖରପୁର: ଆଜି ଭୁବନେଶ୍ବର ବାଲିଯାତ୍ରା ମନୋରଞ୍ଜନ ମଞ୍ଚରେ ଅତିଥି କଳାକାର ଥିଲେ ବଲିଉଡ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ। ମଞ୍ଚକୁ ଚଢ଼ିବା ପରେ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରି ବାଲିଯାତ୍ରା କମିଟିର ସଭ୍ୟମାନଙ୍କୁ ଓ ଭୁବନେଶ୍ବରବାସୀଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତରେ ଦର୍ଶକଙ୍କୁ ଝୁମାଇଥିଲେ। ପ୍ରଥମେ ସେ ପରିବେଷଣ କରିଥିଲେ ନିଜର ସୁପର ହିଟ୍ ଗୀତ ‘ଏକ ଗରମ ଚାୟେ କି ପ୍ୟାଲି ହୋ..। ଯେଉଁ ଗୀତରେ ବିଭୋର […]

‘ଅକ୍ଷର’ର ଚତୁର୍ଥ ସନ୍ଧ୍ୟା: ‘ଓଡ଼ିଆଙ୍କର ଦୁଇଟି ପରିଚୟ; ପ୍ରଭୁ ଜଗନ୍ନାଥ ଓ ଓଡ଼ିଆ ଭାଷା’

‘ଅକ୍ଷର’ର ଚତୁର୍ଥ ସନ୍ଧ୍ୟା: ‘ଓଡ଼ିଆଙ୍କର ଦୁଇଟି ପରିଚୟ; ପ୍ରଭୁ ଜଗନ୍ନାଥ ଓ ଓଡ଼ିଆ ଭାଷା’

Bartanews

ଭୁବନେଶ୍ବର: ଓଡ଼ିଆ ଭାଷାକୁ କେବଳ ସାହିତ୍ୟରେ ସୀମିତ ରଖିବା ଉଚିତ୍‌ ନୁହେଁ। ଓଡ଼ିଆ ଭାଷାକୁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହାର କରାନଗଲେ ଏହା କେବଳ ସାହିତ୍ୟିର ଭାଷା ହୋଇ ରହିଯିବ। ଏହା ଶୁଭଙ୍କର ନୁହେଁ। ଆଜି ପଞ୍ଚମ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ। ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଦ୍ବାରା ଆୟୋଜିତ ଏହି ସଭାରେ ‘ଓଡ଼ିଆ […]

ଶ୍ରୀଜଗନ୍ନାଥଙ୍କ ଉପରେ ଆନିମେସନ୍‌ ସିରିଜ୍‌

ଶ୍ରୀଜଗନ୍ନାଥଙ୍କ ଉପରେ ଆନିମେସନ୍‌ ସିରିଜ୍‌

Bartanews

ଭୁବନେଶ୍ବର: ଅନ୍ତର୍ଜାତୀୟ ଶିଶୁ ଓ ପାରିବାରିକ ମନୋରଞ୍ଜନ ସଂସ୍ଥା ‘ଟୁନ୍‌ଜ ମିଡିଆ ଗ୍ରୁପ୍‌’ ଏବଂ ଓଡ଼ିଶାର ‘ଏଲି ଆନିମେସନ୍ସ’ର ମିଳିତ ସହଭାଗିତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ୍‌ ସିରିଜ୍‌ ତିଆରି କରାଯାଇଛି। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ୍‌ ବିଶେଷ କରି ଶିଶୁମାନଙ୍କ ପାଇଁ। ଏହି ସିରିଜ୍‌ ପାରିବାରିକ ଏଣ୍ଟରଟେନମେଣ୍ଟ ଭିତ୍ତିକ ହୋଇଥିବାବେଳେ, ଏଥିରେ ଆକ୍ସନ୍, ହାସ୍ୟରସ ଭରି ରହିଛି। ଏହାସହ ଦୈବୀଶକ୍ତି, ବନ୍ଧୁତାର ସୌନ୍ଦର୍ଯ୍ୟ ଏବଂ ଭାରତର ସାଂସ୍କୃତିକ […]

କମ୍ୟୁନିଟ୍ ହଲ୍‌କୁ ସିଲ୍ କଲେ ବିଏମ୍‌ସି କର୍ତ୍ତୃପକ୍ଷ, ଆଦାୟ ହେଲା ୧ ଲକ୍ଷ ଟଙ୍କା ଜରିମାନା

କମ୍ୟୁନିଟ୍ ହଲ୍‌କୁ ସିଲ୍ କଲେ ବିଏମ୍‌ସି କର୍ତ୍ତୃପକ୍ଷ, ଆଦାୟ ହେଲା ୧ ଲକ୍ଷ ଟଙ୍କା ଜରିମାନା

Bartanews

ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନରେ ବର୍ଜ୍ୟ ପକାଇବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ), ପୂର୍ବତଟ ରେଳବାଇ କମ୍ୟୁନିଟି ସେଂଟର ପରିଚାଳନା ଅଧିକାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। କେବଳ ସେତିକି ନୁହେଁ, ଏଣେତେଣେ ଓଦା ଓ ଶୁଖିଲା ବର୍ଜ୍ୟ ପକାଇଥିବା ମଂଚେଶ୍ୱରସ୍ଥିତ ରେଳବାଇ ଷ୍ଟାଫ୍ ବେନେଫିଟ୍ କମ୍ୟୁନିଟ୍ ହଲକୁ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସିଲ୍ କରିଦିଆଯାଇଥିଲା। ଆଜି ସକାଳୁ କମିସନର ଅଚାନକ ଭାବେ ୯ ନମ୍ବର ୱାର୍ଡ ଅଂଚଳ […]