ଯାଜପୁର

ନିଶା କାରବାର ଉପରେ STF ର ଜିରୋ ଟଲେରାନ୍ସ, ଜବତ ହେଲା ଅଧକିଲୋରୁ ଉର୍ଦ୍ଧ୍ବ ବ୍ରାଉନସୁଗର

ପୁଲିସ କବଜାରେ ୪ ଧଳା ଜହର ବେପାରୀ, ଜବତ ହେଲା ୫ଶହ ପ୍ୟାକେଟ ବ୍ରାଉନସୁଗର

Bartanews

ଧର୍ମଶାଳା: ଯାଜପୁର  ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ହାତରେ ଏବେ ୪ ଧଳା ଜହର ବେପାରୀ। ସେମାନଙ୍କୁ ଧର୍ମଶାଳା ପୁଲିସର ଜିମା ଦିଆଯାଇଛି। ତଦନ୍ତରେ ବାଧା ଦୃଷ୍ଟିରୁ ସୂଚନାକୁ ଗୋପନୀୟ ରଖାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଧରାପଡିଥିବା ଅଭିଯୁକ୍ତ ବେପାରୀକୁ ଗତ କିଛି ଦିନ ହେଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ତାର ଗତିବିଧିକୁ ନଜର କରି ଆସୁଥିଲା। ମୋବାଇଲ  ଫୋନକୁ ମଧ୍ୟ ଟ୍ରାକ କରୁଥିଲା। ଏନେଇ ଗତ କାଲି ପୁଲିସ ଅଭିଯୁକ୍ତକୁ ଧର୍ମଶାଳା ଥାନା […]

ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଲାଞ୍ଚ ନେଲାବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ,

Bartanews

ଚଣ୍ଡିଖୋଲ – ଲାଞ୍ଚ ନେଲାବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ । ୩୦୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବଡ଼ଚଣା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଅମୀୟ ଦାସଙ୍କୁ ମାଡି ବସିଲା ଭିଜିଲାନ୍ସ । BO ଅଫିସର ଦୁଇ କିରାଣୀଙ୍କୁ ଉଠାଇ ନେଇଛି ଭିଜିଲାନ୍ସ ଟିମ । ଅତିରିକ୍ତ ଶିକ୍ଷାଧିକାରୀଙ୍କ ଘର ଗୁରୁତ୍ୱପୁର୍ଣ କାଗଜ ପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ।

ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟାକଲା ପ୍ରେମିକ, ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତାରୋକ କଲେ ସ୍ଥାନୀୟଲୋକେ

ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟାକଲା ପ୍ରେମିକ, ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତାରୋକ କଲେ ସ୍ଥାନୀୟଲୋକେ

Bartanews

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ହୋଇଥିବା ହତ୍ୟାକାଣ୍ଡ ଘଟଣା। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତର ଟ୍ରକ୍ ଉତ୍ୟକ୍ତ ଲୋକେ ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରୁଛି ପୁଲିସ। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି କାଳିଆପାଣି ପୁଲିସ। ସୂଚନା ଅନୁଯାୟୀ, ଗତକାଲି ପ୍ରେମକୁ ବିରୋଧ […]

ବିଂଝାରପୁରରେ ଚାଞ୍ଚଲ୍ୟ: ମା’କୁ କଟୁରିରେ ହାଣି ହତ୍ୟା କଲା ପୁଅ

ବିଂଝାରପୁରରେ ଚାଞ୍ଚଲ୍ୟ: ମା’କୁ କଟୁରିରେ ହାଣି ହତ୍ୟା କଲା ପୁଅ

Bartanews

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୁଅ ନିଜର ବୃଦ୍ଧା ମା’କୁ ହତ୍ୟା କରିଛି। ପାରିବାରିକ କଳହ କାରଣରୁ ଗତକାଲି ବିଳମ୍ବିତ ରାତିରେ ମା’କୁ କଟୁରିରେ ହାଣି ମାରିଛି ପୁଅ।ମୃତକ ହେଉଛନ୍ତି ଶୁକଦେବ ଓଝାଙ୍କ ପତ୍ନୀ ପ୍ରେମଲତା ଓଝା(୬୦)। ଗତକାଲି ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଗୋପାଳ କେଉଁଆଡ଼େ ଫେରାର ହୋଇଯାଇଥିଲା। ହେଲେ ଆଜି ସକାଳେ ପୁଲିସ ତାକୁ ବିଦାପଡ଼ା ଗାଁରୁ ଠାବ କରିଥିଲା। […]

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ, ଲାଞ୍ଚ ନେଲାବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ, ଲାଞ୍ଚ ନେଲାବେଳେ ଧରାପଡ଼ିଲେ

Bartanews

ଯାଜପୁର: ଭିଜିଲାନ୍ସ ଜାଲରେ ଥାନା ଏସଆଇ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ସେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ଖବର ଅନୁଯାୟୀ, ଏସ୍‌ଆଇ ଜଣଙ୍କ ଏକ ଚୋରା ବାଲି ବୋଝେଇ ଗାଡ଼ି ଜବତ ମାମଲାର ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ତାଙ୍କ […]

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣା, ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଦୌରା ଜଜ୍

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣା, ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଦୌରା ଜଜ୍

Bartanews

ଦାନଗଦି : ଗତ ତା ୨୦/୦୭/୨୦୨୦ ମସିହା ରେ କଳିଙ୍ଗନଗର ଥାନା ଅଞ୍ଚଳ ଚାନ୍ଦିଆ ପଞ୍ଚାୟତ ନିମପଲ୍ଲୀ ସୁରୀସାହି ରେ ଘଟିଥିଲା ଏକ ଲୋମହର୍ଷକାରି ଘଟଣା। ଗୁଣିଗାରେଡି ସନ୍ଦେହରେ ଦମ୍ପତି ଦ୍ୱୟଙ୍କୁ ଘର ଭିତରେ ସୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ ମାନେ । ଯାହାଫଳରେ ଉଭୟ ନିଆଁରେ ଜଳି ପୋଡି ମରିଯାଇଥିଲେ। ଏହି ଘଟଣାର ୩ ବର୍ଷ ପରେ ଆଜି ଚୁଡାନ୍ତ ରାୟ ପ୍ରକାଶ ପାଇଛି। ଯାଜପୁର ରୋଡ କୋର୍ଟରେ ୧୭ଜଣ ଅଭିଯୁକ୍ତ […]

ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

Bartanews

ବିଞ୍ଝାରପୁର: ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ପାଇଁ ଟକ୍କର ହୋଇଥିଲା । ଭାରତ ଏହି ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା। ଫଳରେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହାକୁ ସହଜରେ ଗ୍ରହଣ କରିପାରି ନ ଥିେଲେ କ୍ରିକେଟ୍ ପ୍ରେମୀ । ଭାରତ କ୍ରିକେଟ ଖେଳରେ ହାରିଲା ବୋଲି ଜୀବନ ହାରିଛନ୍ତି ୨୩ ବର୍ଷୀୟ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ  […]

ଧାନଖେତରେ ପାଣି ମଡ଼ାଇବାକୁ ଯାଇଥିଲେ ଯୁବକ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ

ଧାନଖେତରେ ପାଣି ମଡ଼ାଇବାକୁ ଯାଇଥିଲେ ଯୁବକ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ

Bartanews

ଦଶରଥପୁର: ବିଦ୍ୟୁତ୍ ଆଘାତରେ ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ତଳରଡ଼ଙ୍ଗା ଗ୍ରାମର ପ୍ରଶାନ୍ତ ବେହେରା (୩୬)। ଆଜି ସକାଳେ ପ୍ରଶାନ୍ତ ଡ଼ାଳୁଅ ଧାନ ଜମିରେ ପାଣି ମଡ଼ାଇବାକୁ ଯାଇଥିଲେ। ପାଣି ମଟର ସୁଇଚ୍ ମାରିବା ମାତ୍ରେ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏଣୁ ପ୍ରଶାନ୍ତ ବିଦ୍ୟୁତ୍ ବୋର୍ଡରେ ଲାଗିରହିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ବିଦ୍ୟୁତ୍ କାଟ କରିବାପରେ ପ୍ରଶାନ୍ତ ତଳେ ପଡ଼ିଯାଇଥିଲେ। ତାଙ୍କୁ […]

ରାଜନୀତି ଭାଙ୍ଗିଦେଲା ସଂସାର: କୋରେଇ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷା ମାଳତୀ ଟୁଡ଼ୁଙ୍କ ପରିବାର ଏବେ କେଉଁଠି?

ରାଜନୀତି ଭାଙ୍ଗିଦେଲା ସଂସାର: କୋରେଇ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷା ମାଳତୀ ଟୁଡ଼ୁଙ୍କ ପରିବାର ଏବେ କେଉଁଠି?

Bartanews

ଯାଜପୁର (ସଂଗ୍ରାମ କେଶରୀ ସିଂହ): ରାଜନୀତି ପଶାପାଲିରେ ମାଳତୀ ଟୁଡୁଙ୍କ ଭାଗ୍ୟ ଚାପି ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ଭାବେ ଦିନେ ତାଙ୍କୁ ସମସ୍ତେ ଲୋଡୁଥିଲେ। ପଦବି ଯିବା ପରେ ଏବେ ସେ ସଂପୂର୍ଣ୍ଣ ଅଲୋଡ଼ା। ପରିସ୍ଥିତି ଏମିତି ହୋଇଛି ଯେ ଆଜି ସେ ନିଜ ଘରକୁ ଠିକ୍‌ ଭାବେ ସଜାଡ଼ି ପାରୁନାହାନ୍ତି। କୋରେଇ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା (୨୦୧୭-୨୨) ମାଳତୀ ଟୁଡୁଙ୍କ ସଂସାର ରାଜନୀତି ପାଇଁ ଉଜୁଡ଼ିଯାଇଛି। କୋରେଇ ବ୍ଲକ୍ ବରୁ‌ଣ୍ଡେଇ ପଞ୍ଚାୟତ ୬ନମ୍ବର ୱାର୍ଡ ବୈତରଣୀରୋଡ […]

ଗ୍ୟାସ୍‌ ଟାଙ୍କି ଫାଟି ପୋଡ଼ିଗଲା ଦୋକାନ, ଅଳ୍ପକେ ବର୍ତ୍ତିଲେ ଲୋକେ

ଗ୍ୟାସ୍‌ ଟାଙ୍କି ଫାଟି ପୋଡ଼ିଗଲା ଦୋକାନ, ଅଳ୍ପକେ ବର୍ତ୍ତିଲେ ଲୋକେ

Bartanews

ଦଶରଥପୁର: ଗ୍ୟାସ୍‌ ଟାଙ୍କି ଫାଟି ପୋଡି ଗଲା ମିଠା ଦୋକାନ। ଅଳ୍ପକେ ବର୍ତ୍ତିଲେ ଦୋକାନୀ।ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ଅଫିସ ନିକଟରେ। ସୂଚନା ଅନୁସାରେ ଆଜି ସକାଳ ସମୟରେ ଅଭିରାମ ସାହୁ ମିଠା ପ୍ରସ୍ତୁତି କରିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ଲିକେଜ ହୋଇ ହଠାତ ଟାଙ୍କି ବିସ୍ଫୋରଣ ହୋଇଥିଲା ।ଫଳରେ ଦୋକାନ ଘରର ଛପର ଉଡ଼ି ଯିବା ସହ ଦୋକାନରେ ଥିବା ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ […]