ଧାନଖେତରେ ପାଣି ମଡ଼ାଇବାକୁ ଯାଇଥିଲେ ଯୁବକ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ

Bartanews

ଧାନଖେତରେ ପାଣି ମଡ଼ାଇବାକୁ ଯାଇଥିଲେ ଯୁବକ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ

ଦଶରଥପୁର: ବିଦ୍ୟୁତ୍ ଆଘାତରେ ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ତଳରଡ଼ଙ୍ଗା ଗ୍ରାମର ପ୍ରଶାନ୍ତ ବେହେରା (୩୬)। ଆଜି ସକାଳେ ପ୍ରଶାନ୍ତ ଡ଼ାଳୁଅ ଧାନ ଜମିରେ ପାଣି ମଡ଼ାଇବାକୁ ଯାଇଥିଲେ। ପାଣି ମଟର ସୁଇଚ୍ ମାରିବା ମାତ୍ରେ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏଣୁ ପ୍ରଶାନ୍ତ ବିଦ୍ୟୁତ୍ ବୋର୍ଡରେ ଲାଗିରହିଥିଲେ।

ସ୍ଥାନୀୟ ଲୋକେ ଏହା ଦେଖି ବିଦ୍ୟୁତ୍ କାଟ କରିବାପରେ ପ୍ରଶାନ୍ତ ତଳେ ପଡ଼ିଯାଇଥିଲେ। ତାଙ୍କୁ ସାଙ୍ଗେସାଙ୍ଗେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଶାନ୍ତଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରଶାନ୍ତ ଜଣେ ଯୁବ ଚାଷୀ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ।

Leave a Comment