କଳାହାଣ୍ଡି

ହାଇୱା ଧକ୍କାରେ ଯୁବକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ

ହାଇୱା ଧକ୍କାରେ ଯୁବକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ

Bartanews

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜାରିଙ୍ଗ ଆଇଆର୍‌ବି କ୍ୟାମ୍ପ ନିକଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ କଲେଇ ଗାଁ ପଞ୍ଚାୟତ ସ୍ଥିତ କୁଲିହାରି ଗାଁର ପୃଥ୍ବିରାଜ ପ୍ରଧାନୀ (୩୫) ବୋଲି ଜରାଯାଇଛି। ତେବେ କ୍ଷତିପୂରଣ ଦାବିରେ ପରିବାର ଲୋକ ଶବ ରଖି ରାସ୍ତା ଅବ​ରୋଧ କରିଥିଲେ। ପ୍ରକାଶ ଯେ, ରବିବାର ଅପରାହ୍‌ଣ ୪ ଟାରେ ଜାରିଙ୍ଗ ମେଡିକାଲ କଲେଜ ସମ୍ମୁଖରେ ହାଇୱା ଧକ୍କାରେ ବାଇକ ଆରୋହୀ ପୃଥ୍ବିରାଜ ଗୁରୁତର ଆହତ ହୋଇଥିଲେ। […]

କୋଣାର୍କ ମହୋତ୍ସବରେ ନାରୀ ସଶକ୍ତୀକରଣ ଶୀର୍ଷକ ବାଲୁକା କଳା

କୋଣାର୍କ ମହୋତ୍ସବରେ ନାରୀ ସଶକ୍ତୀକରଣ ଶୀର୍ଷକ ବାଲୁକା କଳା

Bartanews

କର୍ଲାମୁଣ୍ଡା: କୋଣାର୍କ ମହୋତ୍ସବର ତୃତୀୟ ଦିନରେ ବାଲୁକା କଳାର ବିଷୟ ବସ୍ତୁ ଥିଲା ‘ନାରୀ ସଶକ୍ତୀକରଣ’। ଏଥିରେ ଭାଗ ନେଇଥିବା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ଗଜବାହାଲ ପଞ୍ଚାତ ଡଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ, ତାଙ୍କ ସହଯୋଗୀ ଅକ୍ଷୟ ରଣା, ରୋହନ ଗୋଚ୍ଛାୟତ ଓ ମଳୟ ରଞ୍ଜନ ମହନ୍ତ ବାଲୁକା କଳାରେ ନାରୀ ସଶକ୍ତୀକରଣର ବାର୍ତ୍ତା ଦେଇଥିଲେ।

ଦୁର୍ଘଟଣାରେ ଦମ୍ପତି ମୃତ ଘଟଣା: କ୍ଷତିପୂରଣ ଦାବିରେ ନୂଆପଡ଼ା-ପଦ୍ମପୁର ରାସ୍ତା ଅବରୋଧ

ଦୁର୍ଘଟଣାରେ ଦମ୍ପତି ମୃତ ଘଟଣା: କ୍ଷତିପୂରଣ ଦାବିରେ ନୂଆପଡ଼ା-ପଦ୍ମପୁର ରାସ୍ତା ଅବରୋଧ

Bartanews

ନୂଆପଡ଼ା: କୋମନା ଥାନା ମାନିଗୁଡା ଗାଁ ନିକଟରେ ରବିବାର ଟ୍ରକ ଧକ୍କାରେ ଅଳାଯୁବା ଗ୍ରାମର ଜୟରାମ ମାଝୀ (୫୬) ଓ ସ୍ତ୍ରୀ ଘୁନମତୀ ମାଝୀ(୫୦)ଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୋମବାର ଗ୍ରାମବାସୀ ଓ ପରିବାର ଲୋକ ୪ଘଣ୍ଟା ଧରି ନୂଆପଡ଼ା- ପଦ୍ମପୁର ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରିଥିଲେ। ପ୍ରକାଶ ଯେ, ଗତକାଲି ଜୟରାମ ଓ ଘୁନମତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ସୋମବାର ପୂର୍ବାହ୍ନରେ ଉଭୟ ଶବ ବ୍ୟବଛେଦ କରାଯାଇଥିଲା। ପରେ […]