Leading

ରାଜଧାନୀରେ ଶୂନ ସଡ଼କମୃତ୍ୟୁ ସପ୍ତାହକୁ ମୃତ୍ୟୁର ପରିହାସ: ପ୍ରଥମ ୫ ଦିନରେ ଦିନକୁ ୨ ମରଣ

ରାଜଧାନୀରେ ଶୂନ ସଡ଼କମୃତ୍ୟୁ ସପ୍ତାହକୁ ମୃତ୍ୟୁର ପରିହାସ: ପ୍ରଥମ ୫ ଦିନରେ ଦିନକୁ ୨ ମରଣ

Bartanews

ଭୁବନେଶ୍ବର: ସରକାର ଘୋଷଣା କରିଥିବା ଶୂନ ସଡ଼କମୃତ୍ୟୁ ସପ୍ତାହ ପ୍ରଥମରୁ ହିଁ ଏକପ୍ରକାର ଅର୍ଥହୀନ ମନେ ହେଲାଣି। ସାରା ରାଜ୍ୟ ସମେତ ବିଶେଷକରି ଭୁବନେଶ୍ବରରେ ଯେତିକି ସଂଖ୍ୟାରେ ଦୁଘର୍ଟଣା ଘଟି ଲୋକଙ୍କ ଜୀବନ ଯାଉଛି, ମନେ ହେଉଛି ଶୂନ ମୃତ୍ୟୁ ସପ୍ତାହର ଆହ୍ବାନକୁ ନିଜେ ମୃତ୍ୟୁ ପରିହାସ କରୁଛି! ଏ ବାବଦରେ ପ୍ରଶାସନର ବିଭିନ୍ନ ବିଭାଗ ଘନ ଘନ ବୈଠକ ଡାକୁଛନ୍ତି, ସଡ଼କ ନିୟମ କଡ଼ାକଡ଼ି ଲାଗୁ କରିବାକୁ ଏବଂ ସେ ଦିଗରେ ଲୋକଙ୍କୁ ସଚେତନ କରିବାକୁ […]

ବିଧାୟକଙ୍କ ଦାବି… ଅଧୁରା ରହିଗଲା

ବିଧାୟକଙ୍କ ଦାବି… ଅଧୁରା ରହିଗଲା

Bartanews

ଭୁବନେଶ୍ବର: ଆମର ଦରମା, ଭତ୍ତା ବଢ଼ୁ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମ୍‌ଏଲ୍‌ଏ ଲାଡ୍‌) ପାଣ୍ଠି ୧୦ କୋଟି ହେଉ। ଅଫିସର୍‌ମାନେ ବୁକ୍ ସର୍କୁଲାର୍-୪୭ ମାନନ୍ତୁ। ଆବାସ ଯୋଜନାରେ ବିଧାୟକଙ୍କ କୋଟା ରହୁ। ୨୦୧୯ ନିର୍ବାଚନ ପର ଠାରୁ ଏହି ନିର୍ଦ୍ଦିଷ୍ଟ ଦାବିଗୁଡ଼ିକ ବାରମ୍ବାର ବିଧାନସଭାରେ ଉଠିଛି। ବିରୋଧୀ ଏସବୁ ପ୍ରସଙ୍ଗ ଉଠାଇଛନ୍ତି। ଶାସକ ଦଳର ବିଧାୟକ ସ୍ବର ମିଳାଇଛନ୍ତି। ଗୃହ ଉଠିଛି… ପଡ଼ିଛି। ଉଦାହରଣ ଓ କ୍ଷେତ୍ର ସ୍ତରର ବାସ୍ତବତାକୁ ଦେଖାଇ ଦାବିଗୁଡ଼ିକ ଯୁକ୍ତିଯୁକ୍ତ ବୋଲି ବିଧାୟକମାନେ […]

କେନ୍ଦ୍ରୀୟ ପୁଞ୍ଜି ପ୍ରୋତ୍ସାହନରେ କେଁ: ରାଜ୍ୟ ହରାଇଲାଣି ୫୦ ହଜାର କୋଟି

କେନ୍ଦ୍ରୀୟ ପୁଞ୍ଜି ପ୍ରୋତ୍ସାହନରେ କେଁ: ରାଜ୍ୟ ହରାଇଲାଣି ୫୦ ହଜାର କୋଟି

Bartanews

ଭୁବନେଶ୍ବର: ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଦ୍ୟୁତ୍‌ ସଂସ୍କାର କାର୍ଯ୍ୟକାରୀ କରିଥିଲା। ଏଠାରେ ବିଦ୍ୟୁତ୍‌ କମ୍ପାନିମାନଙ୍କ ଉତ୍ପାଦନ ମୂଲ୍ୟ ଜାତୀୟ ହାର ତୁଳନାରେ ୟୁନିଟ୍ ପିଛା ୧ ଟଙ୍କା ୬୦ ପଇସା ଶସ୍ତା। ବେଦାନ୍ତ ଓ ଜିନ୍ଦଲ ଠାରୁ ଯଦି ଶତ ପ୍ରତିଶତ ରାଜ୍ୟ ଭାଗ ବିଦ୍ୟୁତ୍‌ କିଣାଯାଏ ଏବଂ ଓପିଜିସିର ବିଦ୍ୟୁତ୍‌ ଉତ୍ପାଦନ ମୂଲ୍ୟ କେନ୍ଦ୍ରୀୟ ଅଧିନିୟମ ଅନୁସାରେ ନିର୍ଣ୍ଣୟ କରାଯାଏ, ତେବେ ପାଇକାରୀ ବିଦ୍ୟୁତ ମୂଲ୍ୟ ୟୁନିଟ୍ ପିଛା ଆହୁରି ୫୦ ପଇସା […]

ଘରୋଇ ସଂସ୍ଥା ସହ ଚୁକ୍ତି ଅବଧି ବି ଶେଷ: ୧୦ମାସ ହେଲା ଏସ୍‌ସିବିରେ ହୋଇପାରୁନି ଚକ୍ଷୁଦାନ

ଘରୋଇ ସଂସ୍ଥା ସହ ଚୁକ୍ତି ଅବଧି ବି ଶେଷ: ୧୦ମାସ ହେଲା ଏସ୍‌ସିବିରେ ହୋଇପାରୁନି ଚକ୍ଷୁଦାନ

Bartanews

କଟକ: ରାଜ୍ୟର ସର୍ବବୃହତ ସରକାରୀ ହସ୍ପିଟାଲରେ ଗଲା ୧୦ ମାସ ହେଲା ବନ୍ଦ ପଡ଼ିଛି ଚକ୍ଷୁ ପ୍ରତିରୋପଣ ବ୍ୟବସ୍ଥା। ଫଳରେ ମୃତ୍ୟୁ ପରେ ଚକ୍ଷୁଦାନ କରୁଥିବା ଲୋକଙ୍କ ଶେଷ ଇଚ୍ଛା ଅନେକ ସମୟରେ ପୂରଣ ହୋଇ ପାରୁ ନଥିବା ବେଳେ ଚକ୍ଷୁ ପାଇବାକୁ ଆଶା ରଖିଥିବା ବ୍ୟକ୍ତି ବି ନିରାଶ ହେଉଛନ୍ତି। ନିଜସ୍ବ ବ୍ୟବସ୍ଥା ନ କରି ବର୍ଷ ବର୍ଷ ହେଲା ଘରୋଇ ସଂସ୍ଥା ଭରସାରେ ଏସ୍‌ସିବି ଚକ୍ଷୁ ବ୍ୟାଙ୍କ ଓ ଚକ୍ଷୁ ସଂରକ୍ଷଣ ବ୍ୟବସ୍ଥା। ଏସ୍‌ସିବିର […]

ଏନ୍‌ସିଆର୍‌ବିର ସାଂଘାତିକ ତଥ୍ୟ: ଦେଶରେ ଦିନକୁ ୪୬୮ ଆତ୍ମହତ୍ୟା

ଏନ୍‌ସିଆର୍‌ବିର ସାଂଘାତିକ ତଥ୍ୟ: ଦେଶରେ ଦିନକୁ ୪୬୮ ଆତ୍ମହତ୍ୟା

Bartanews

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଉଛି। ୨୦୨୨ ମସିହାରେ ଦେଶରେ ୧.୭ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍ ଦିନକୁ ୪୬୮ ଜଣ। ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ହେଉଛନ୍ତି ଦିନ ମଜୁରିଆ ଏବଂ କୃଷି ଶ୍ରମିକ ବୋଲି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୬ ପ୍ରତିଶତ ହେଉଛନ୍ତି ଦିନ ମଜୁରିଆ। ଗତ ୫ ବର୍ଷ ହେଲା […]

୧୦ ପ୍ରସ୍ତାବକୁ କ୍ୟାବିନେଟ ମୋହର: ବକେୟା ଗାଡ଼ି ଟିକସ ଛାଡ଼

୧୦ ପ୍ରସ୍ତାବକୁ କ୍ୟାବିନେଟ ମୋହର: ବକେୟା ଗାଡ଼ି ଟିକସ ଛାଡ଼

Bartanews

ଭୁବନେଶ୍ବର: ଯେଉଁ ଗାଡ଼ି ମାଲିକମାନେ ଦୀର୍ଘ ବର୍ଷ ଧରି ମୋଟର ଯାନ ଟିକସ ଦେଇପାରୁନଥିଲେ ସେମାନଙ୍କ ପାଇଁ ଖୁସି ଖବର। ଯଦି ପୁରୁଣା ଗାଡ଼ିକୁ ସ୍କ୍ରାପ୍ କରିବେ ତେବେ ଗାଡ଼ି ଉପରେ ଲାଗିଥିବା ସମସ୍ତ ବକେୟା ଟିକସ ଓ ଜରିମାନା ଛାଡ଼ କରାଯିବ। ଏହାବାଦ୍ ଯଦି କୌଣସି ଗାଡ଼ି ମାଲିକ ପୁରୁଣା ଗାଡ଼ିକୁ ଚଲାଇବାକୁ ଚାହୁଁଥିବେ ତେବେ ତାଙ୍କୁ ପୂରା ଟିକସ କି ଟିକସ ଉପରେ ଲାଗିଥିବା ଜରିମାନା ଦେବାକୁ ପଡ଼ିବନି। କେବଳ ଗାଡ଼ିର ବୟସ ଅନୁଯାୟୀ […]

ପୁନଶ୍ଚ ପୃଥିବୀ: ୨୦୧୧-୨୦୨୦ ସବୁଠୁ ଅଧିକ ଉତ୍ତପ୍ତ ଦଶନ୍ଧି

ପୁନଶ୍ଚ ପୃଥିବୀ: ୨୦୧୧-୨୦୨୦ ସବୁଠୁ ଅଧିକ ଉତ୍ତପ୍ତ ଦଶନ୍ଧି

Bartanews

ନୂଆଦିଲ୍ଲୀ: ୨୦୧୧-୨୦୨୦ ହେଉଛି ବିଶ୍ବର ସବୁଠୁ ଉତ୍ତପ୍ତ ଦଶନ୍ଧି। ବିଶ୍ବ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ମଙ୍ଗଳବାର ଏହା କୁହାଯାଇଛି। ୨୦୧୧-୨୦୨୦ ଦଶନ୍ଧିରେ ବିଶ୍ବର ହାରାହାରି ତାପମାତ୍ରା ପ୍ରାକ୍ ଶିଳ୍ପାୟନ ସମୟର ହାରାହାରି ତାପମାତ୍ରା ତୁଳନାରେ ୧.୧୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ଅଧିକ ରହିଛି। ୧୯୯୦ ଦଶକରୁ ପ୍ରତ୍ୟେକ ଦଶନ୍ଧିରେ ତାପମାତ୍ରା ନିରନ୍ତର ଭାବେ ପୂର୍ବ ଦଶନ୍ଧି ତୁଳନାରେ ଅଧିକ ରହୁଛି। ୨୦୨୧-୨୦୨୦ ଦଶନ୍ଧିରେ ସବୁଠୁ ଉତ୍ତପ୍ତ ଓ ଆର୍ଦ୍ର ବର୍ଷ ଥିଲା ୨୦୧୬ ମସିହା। ଏଲ୍‌ ନିନୋର […]

‘ମିଗଜୋମ୍‌’ ତାଣ୍ଡବ: କୋରାପୁଟ, ଗଜପତି ବେହାଲ

‘ମିଗଜୋମ୍‌’ ତାଣ୍ଡବ: କୋରାପୁଟ, ଗଜପତି ବେହାଲ

Bartanews

ଜୟପୁର/ପାରଳାଖେମୁଣ୍ଡି: ବାତ୍ୟା ‘ମିଗଜୋମ’ର ବିଶେଷ ପ୍ରଭାବ ଅବିଭକ୍ତ କୋରାପୁଟ ଓ ଗଜପତି ଜିଲ୍ଲାରେ ପଡ଼ିଛି। କୋରାପୁଟ ଜିଲ୍ଲାରେ ଆଜି ସଂଧ୍ୟା ୫ଟାରୁ ସୁଦ୍ଧା ୧୨ ଘଣ୍ଟା ମଧ୍ୟରେ ୧୭୩.୮ ମିମି ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲାରେ ଆଜି ସଂଧ୍ୟା ସୁଦ୍ଧା ୬୮ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲି ରାତିରୁ କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହା ସହ ଆଜି ଅପରାହ୍ନ ଠାରୁ ମାଲକାନଗିରି ଜିଲ୍ଲାରେ ବର୍ଷା ପରିମାଣ ବଢ଼ିଛି। ପ୍ରାଥମିକ ଆକଳନରୁ କୋରାପୁଟ […]

ବିଧାନସଭା ନିର୍ବାଚନ: ବାଜିରେ ଲାଗିଥିଲେ ୫ କେନ୍ଦ୍ରମନ୍ତ୍ରୀ, ୧୪ ସାଂସଦ

ବିଧାନସଭା ନିର୍ବାଚନ: ବାଜିରେ ଲାଗିଥିଲେ ୫ କେନ୍ଦ୍ରମନ୍ତ୍ରୀ, ୧୪ ସାଂସଦ

Bartanews

ନୂଆଦିଲ୍ଲୀ: ୪ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଏଥର ନୂଆ ରଣନୀତି ନେଇ ଅବତୀର୍ଣ୍ଣ ହୋଇଥିଲା। ପାର୍ଟି ୫ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୧୯ ଜଣ ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଇଥିଲା। ସେମାନଙ୍କୁ ଏଭଳି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରାଇଥିଲା, ଯେଉଁ ଆସନରେ ଗତ ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା। ଏହିସବୁ ନିର୍ବାଚନମଣ୍ଡଳୀ କଷ୍ଟସାଧ୍ୟ ଥିଲେ ମଧ୍ୟ ଦଳର ରଣନୀତି କାମ ଦେଇଛି। ୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୧୦ ଜଣ ସାଂସଦ […]

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Bartanews

ମେଷ: ଆପଣଙ୍କର ମନ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଅଫିସରେ ସହକର୍ମୀ ଆପଣଙ୍କ କାମର ପ୍ରଶଂସା କରିବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ। ବୃଷ: ଆପଣ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଲାଗି ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ନିବିଡ଼ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ମିଥୁନ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ। ନିଜର ଧ୍ୟାନ ଲକ୍ଷ୍ୟ ଦିଗରେ ସଜାଇ ରଖିବେ। ଜୀବନସାଥୀ ସହ ବାହାରକୁ […]

1235 Next