ପୁରୀ

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

Bartanews

ବ୍ରହ୍ମଗିରି: ପୁଣି ଜବତ ହେଲା ବ୍ରାଉନସୁଗର। ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ ବ୍ରହ୍ମଗିରି ଢାବା ଛକରେ ଚଢ଼ାଉକରି ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବ୍ରହ୍ମଗିରି ଥାନା ଅନ୍ତର୍ଗତ ବିଜିପୁ ଗାଁର ଶରତ ରାଉତ। ତାଙ୍କ ପାଖରୁ ୭୫ ଗ୍ରାମ ବ୍ରାଉନସୁଗର ଜବତ କରି ସାତପଡ଼ା ଅବକାରୀ ଥାନା କେସ ନଂ-92/22-23 […]

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ, ଜମି କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ, ଜମି କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

Bartanews

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ବରିଷ୍ଠ ରାଜସ୍ବ ସହାୟକ ଜିତୁ ରଞ୍ଜନ ଛାଟୋଇ। ଚନ୍ଦନପୁରର ଜଣେ ବ୍ୟକ୍ତିଙ୍କଠାରୁ ଜମି କିସମ ପରିବର୍ତ୍ତନ ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଜିତୁ ରଞ୍ଜନଙ୍କ ଘର ସମେତ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। କିଛି ଦିନ ତଳେ ସେ ଡେଲାଙ୍ଗରୁ ବଦଳି ହୋଇ ଆସିଥିଲେ।

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ

ଭିଜିଲାନ୍ସ ଜାଲରେ ପୁରୀ ସବ୍ ରେଜିଷ୍ଟ୍ରାର ଅଫିସର ମୁଖ୍ୟ କିରାଣି

Bartanews

ଭୁବନେଶ୍ବର: ବନ୍ଧା ହେଲେ ପୁରୀ ସବ୍‌ ରେଜିଷ୍ଟ୍ରାର ଅଫିସର ମୁଖ୍ୟ କିରାଣି । ରଘୁନାଥ ବିଷୋୟୀଙ୍କୁ ଗିରଫ କଲା ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ । ଜମି ବିକ୍ରି କାଗଜପତ୍ର କରାଇ ଦେବାକୁ ନେଉଥିଲେ ଲାଞ୍ଚ । ପୂର୍ବରୁ ୫ହଜାର ଟଙ୍କା ନେଇଥିଲେ । ଆଜି ବଳକା ଆଉ ୫ହଜାର ଟଙ୍କା ନେଉଥିବା ବେଳେ ରଘୁନାଥ ବିଶୋଇଙ୍କୁ ମାଡି ବସିଛି ଭିଜିଲାନ୍ସ । ଅଧିକ ପଚରା ଉଚୁରା ପାଇଁ ତାଙ୍କୁ ଅଟକ ରଖିଛି ପୁଲିସ।

ୱାଟରପାର୍କ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା: ୭ଗିରଫ, ୩ବନ୍ଧୁକ ସହ ୪ଗୁଳି ଜବତ

ୱାଟରପାର୍କ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା: ୭ଗିରଫ, ୩ବନ୍ଧୁକ ସହ ୪ଗୁଳି ଜବତ

Bartanews

ପୁରୀ: ମାଳତୀପାଟପୁର ୱାଟରପାର୍କକୁ ବୋମା ମାଡ଼ ଓ ଗୁଳିକାଣ୍ଡ ଘଟଣାରେ ଚନ୍ଦନପୁର ଥାନା ପୁଲିସ ୭ଜଣଙ୍କୁ ଗିରଫ କରିଛି। ସେମାନ ହେଲେ ସୁବାଷ ପ୍ରଧାନ, ରାଜେଶ ମହାପାତ୍ର, ମନୋଜ ପଣ୍ଡା, କୈଳାସ ନାୟକ, ପ୍ରମୋଦ ବସ୍ତିଆ, ସୁରେନ୍ଦ୍ର ସେଠୀ, ଶଙ୍କର ମଲ୍ଲିକ। ଏମାନଙ୍କ ଠାରୁ ୩ଟି ବନ୍ଧୁକ, ୪ଟି ଅଫୁଟାଗୁଳି, ୨ଟି ମୋବାଇଲଫୋନ୍ ଜବତ ହୋଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ସେମାନଙ୍କୁ […]

ଆଜି ପ୍ରଥମାଷ୍ଟମୀ: ମଧ୍ୟାହ୍ନ ଧୂପ ପରେ ପଢ଼ୁଆଁ ହେବେ ମହାପ୍ରଭୁ

ଆଜି ପ୍ରଥମାଷ୍ଟମୀ: ମଧ୍ୟାହ୍ନ ଧୂପ ପରେ ପଢ଼ୁଆଁ ହେବେ ମହାପ୍ରଭୁ

Bartanews

ପୁରୀ: ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠମାନଙ୍କୁ ପଢ଼ୁଆଁ କରାଯାଇଥାଏ। ତେବେ ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡନାଥ। ସେ ହେଉଛନ୍ତି ବଡ଼ ଠାକୁର। ବଡ଼ ଠାକୁର ହିସାବରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପଢ଼ୁଆଁ କରାଯିବ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ବଢ଼ିବା ପରେ ଶ୍ରୀଜଗନ୍ନାଥଙ୍କ ବେଶ ଅନୁଷ୍ଠିତ ହେବ। ବେଶରେ ନୂଆ ଲୁଗା ସହ […]

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଯଜ୍ଞସ୍ଥଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଯଜ୍ଞସ୍ଥଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

Bartanews

ପୁରୀ: ଜାନୁଆରି ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ୬ ଦିନ ଧରି ମହାଯଜ୍ଞ ସହ ଚାରି ବେଦପାଠର ଆୟୋଜନ କରାଯାଇଛି। ଐଶାନ୍ୟକୋଣରେ ମହାଯଜ୍ଞର ଆୟୋଜନ ପାଇଁ ସ୍ଥିର ହୋଇଛି। ଏଣୁ ଆଜି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ମୁକ୍ତିମଣ୍ଡପ ବ୍ରାହ୍ମଣ, ଶ୍ରୀମନ୍ଦିର ଇଂଜିନିୟରମାନେ ଶ୍ରୀମନ୍ଦିର ଉତ୍ତରପାର୍ଶ୍ବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାଯଜ୍ଞରେ ସାମିଲ୍‌ ହେବାକୁ ଥିବା ବ୍ରାହ୍ମଣମାନଙ୍କୁ ନେଇ ଘଟଣାସ୍ଥଳ […]

ଜାନୁଆରି ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ; ଚୂଡାନ୍ତ ହେଲା ଯଜ୍ଞ ସ୍ଥାନ, ମାପଚୁପ କାର୍ଯ୍ୟ ଶେଷ

ଜାନୁଆରି ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ; ଚୂଡାନ୍ତ ହେଲା ଯଜ୍ଞ ସ୍ଥାନ, ମାପଚୁପ କାର୍ଯ୍ୟ ଶେଷ

Bartanews

ଭୁବନେଶ୍ବର/ପୁରୀ: ଆସନ୍ତା ଜାନୁଆରି ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଆୟୋଜନ ହେବ। ସେଥିପାଇଁ ଜାନୁଆରି ୧୨ ତାରିଖ ଠାରୁ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୫ ତାରିଖ ସକାଳ ସାଢ଼େ ୭ଟାରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। କେଉଁ ଜାଗାରେ ଯଜ୍ଞ ଅନୁଷ୍ଠିତ ହେବ ସେନେଇ  ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଦେଉଳ ପୁରୋହିତ, ଓବିସିସି, ଟାଟା ଅଧିକାରୀମାନେ ପରିଦର୍ଶନ କରିଛନ୍ତି। […]

ଆଜି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ଆଗାମୀକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ‘ମିଗ୍‌ଜୌମ୍‌’

ଆଜି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ଆଗାମୀକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ‘ମିଗ୍‌ଜୌମ୍‌’

Bartanews

ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍‌’ ଆଜି ପୂର୍ବାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପୂକଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନାରେ ଉଲ୍ଲେଖ ଅଛି, ଦକ୍ଷିଣପଶ୍ଚିମ ଓ ତତ୍‌ସଙ୍ଗଲଗ୍ନ  ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କିଲୋମିଟର୍‌ ବେଗରେ ଉତ୍ତରପଶ୍ଚିମ […]

ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି: ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି: ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

Bartanews

ପୁରୀ: ଆଜି ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ନିଆଳିରୁ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଯିବ। ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜାଙ୍କ ପାଇଁ ନବବସ୍ତ୍ର ଓ ଅଷ୍ଟମୀଭାର ଯିବ। ଏବେ ମାଧବାନନ୍ଦଜୀଉ ମନ୍ଦିରରେ ପୂଜାର୍ଚ୍ଚନା […]