ୱାଟରପାର୍କ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା: ୭ଗିରଫ, ୩ବନ୍ଧୁକ ସହ ୪ଗୁଳି ଜବତ

Bartanews

ୱାଟରପାର୍କ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା: ୭ଗିରଫ, ୩ବନ୍ଧୁକ ସହ ୪ଗୁଳି ଜବତ

ପୁରୀ: ମାଳତୀପାଟପୁର ୱାଟରପାର୍କକୁ ବୋମା ମାଡ଼ ଓ ଗୁଳିକାଣ୍ଡ ଘଟଣାରେ ଚନ୍ଦନପୁର ଥାନା ପୁଲିସ ୭ଜଣଙ୍କୁ ଗିରଫ କରିଛି। ସେମାନ ହେଲେ ସୁବାଷ ପ୍ରଧାନ, ରାଜେଶ ମହାପାତ୍ର, ମନୋଜ ପଣ୍ଡା, କୈଳାସ ନାୟକ, ପ୍ରମୋଦ ବସ୍ତିଆ, ସୁରେନ୍ଦ୍ର ସେଠୀ, ଶଙ୍କର ମଲ୍ଲିକ। ଏମାନଙ୍କ ଠାରୁ ୩ଟି ବନ୍ଧୁକ, ୪ଟି ଅଫୁଟାଗୁଳି, ୨ଟି ମୋବାଇଲଫୋନ୍ ଜବତ ହୋଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସ୍‌ପି ଡା.କନୱର ବିଶାଲ ସିଂ ସୂଚନା ଦେଇଛନ୍ତି।

Leave a Comment