ବାଲେଶ୍ଵରରେ ପୁଣି ରୋଷ୍ଟିଂ ମାମଲା, ସାଇବର ଥାନାରେ ଅଭିଯୋଗ କଲେ ମହିଳା

Bartanews

ବାଲେଶ୍ଵରରେ ପୁଣି ରୋଷ୍ଟିଂ ମାମଲା, ସାଇବର ଥାନାରେ ଅଭିଯୋଗ କଲେ ମହିଳା

ବାଲେଶ୍ୱର: ବାଲେଶ୍ୱରରେ ପୁଣି ରୋଷ୍ଟିଂ ମାମାଲାକୁ ନେଇ ମହିଳାଙ୍କ ଅଭିଯୋଗ। ସମ୍ପୃକ୍ତ ମହିଳାଙ୍କୁ ସୋସିଆଲ ମିଡ଼ିଆରେ ରୋଷ୍ଟିଂ କରାଯାଉଥିବା ଅଭିଯୋଗରେ ମହିଳା ଜଣକ ବାଲେଶ୍ଵର ସାଇବର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ରେମୁଣା ଜାନୁଗଞ୍ଜ ଗୋଲାଇର ବାସିନ୍ଦା ଦେବାଶିଷ ମାସନ୍ତଙ୍କ ପତ୍ନୀ ଦିପ୍ତିରାଣି ବେହେରା(୨୫) ସୋସିଆଲ ମିଡିଆରେ ନିଜର ଛୋଟ ଛୋଟ ଭଡିଓ ପୋଷ୍ଟ କରିଥାନ୍ତି। ତାଙ୍କର ଭିଡିଓ ଇନଷ୍ଟୋଗ୍ରାମରୁ ନେଇ ମିଷ୍ଟର ଗଜପତି ନାମରେ ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ରୋଷ୍ଟ କରୁଥିବା ଜଣାଯାଇଛି।

ଗତ ୩ ବର୍ଷ ଧରି ମିଷ୍ଟର ଗଜପତି ଏଭଳି ରୋଷ୍ଟ କରୁଥିବାଵେଳେ ଗତ ୩ ମାସ ଲଗାତର ଭାବେ ରୋଷ୍ଟ କରୁଥିବା ଅଭିଯୋଗ ହୋଇଛି। ଏହା ଦ୍ବାରା ଶାରିରିକ ଓ ମାନସିକ ସ୍ତରରେ ଯନ୍ତ୍ରଣାର ଶିକାର ହେଉଛନ୍ତି ମହିଳା। ନିଜର ମାନ, ସମ୍ମାନ ନଷ୍ଟ ହେଉଥିବାର ମହିଳା ଜଣକ ଅଭିଯୋଗ କରିଛନ୍ତି। ମିଷ୍ଟର ଗଜପତିଙ୍କ ସହ ମହିଳାଙ୍କର କୌଣସି ସମ୍ପର୍କ ନଥିବାବେଳେ କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ଏଭଳି ରୋଷ୍ଟ କରୁଛନ୍ତି, ତାହା ମହିଳାଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ମହିଳା ଜଣଙ୍କ ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଜଣାଯାଇଛି।

Leave a Comment