ସମ୍ବଲପୁର

କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଗାଏବ ଘଟଣା: ପଶ୍ଚିମବଙ୍ଗରୁ ୨ ମହିଳାଙ୍କ ସମେତ ୪ ଗିରଫ

କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଗାଏବ ଘଟଣା: ପଶ୍ଚିମବଙ୍ଗରୁ ୨ ମହିଳାଙ୍କ ସମେତ ୪ ଗିରଫ

Bartanews

ସୋନପୁର: ସୋନପୁର କଲେଜ ଆକାଉଣ୍ଟରୁ ଜାଲି ଚେକ ମାଧ୍ୟମରେ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ଗାଏବ ଘଟଣାରେ ସୋନପୁର ପୁଲିସକୁ ବଡ ସଫଳତା ମିଳିଛି । ପଶ୍ଚିମବଙ୍ଗର କୁଚ୍‌ବିହାରଠାରୁ ୨ ଜଣ ମହିଳାଙ୍କ ସମେତ ମୋଟ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସବୁଜ ଘୋଷ (୨୬), ସୁବାସ ଦାସ (୩୩), ବିୟୁଟି ଦାସ (୩୦) ଏବଂ ସବିତା ଦେ ସରକାର (୬୦) । ଏମାନଙ୍କ ନିକଟରୁ ୪ଟି […]

ନବରଙ୍ଗପୁରରେ ଡବଲ ମର୍ଡର, ଦୁଇ ବର୍ଷର ପୁଅକୁ ହତ୍ୟାକଲା ସଇତାନ ବାପା

ସମ୍ବଲପୁରରେ ଦିନ ଦ୍ବିପ୍ରହରରେ ଛୁରାମାଡ଼: ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ଯୁବକଙ୍କ ମୃତ୍ଯୁ

Bartanews

ସମ୍ବଲପୁର: ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଭୁଜାଲି ମାଡ଼ କଲେ ଦୁର୍ବୃତ୍ତ । ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନୁପାଲି ଥାନା ତୁରୀପଡ଼ାରେ ଆଜି ପୂର୍ବାହ୍ନରେ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ଛୁରାମାଡ ହୋଇଥିବା ଯୁବକ ଜଣଙ୍କ ତୁରୀପଡ଼ାର ତଫିନ ପ୍ରଧାନ(୨୫) । ସୂଚନା ଅନୁଯାୟୀ, ତଫିନ ପ୍ରଧାନ ନିକଟସ୍ଥ ହରଡ଼ଜୋର ନଦୀବନ୍ଧ ରାସ୍ତାରେ ଠିଆ ହୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତଫିନଙ୍କ ବେକରେ ଛୁରି ଭୁଷିଦେଇଥିଲେ। ତଫିନଙ୍କ ଚିତ୍କାର […]

ସମ୍ବଲପୁର ପୁଲିସକୁ ବଡ଼ ସଫଳତା: ୬ ଗିରଫ, ୮ ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ

ସମ୍ବଲପୁର ପୁଲିସକୁ ବଡ଼ ସଫଳତା: ୬ ଗିରଫ, ୮ ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ

Bartanews

ସମ୍ବଲପୁର: ସମ୍ବଲପୁର ପୁଲିସକୁ ମିଳିଛି ବଡ଼ ସଫଳତା।  ୬ ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଖରୁ ବିପୁଳ ପରିମାଣର ବନ୍ଧୁକ ସହ ମାରଣାସ୍ତ୍ର ଜବତ ହୋଇଛି । ସୂଚନା ଅନୁଯାୟୀ, ସମ୍ବଲପୁରର ଧନୁପାଲି , ଠେଲକୋଲୋଇ, ଅଇଁଠାପାଲି ଏବଂ ବୁର୍ଲା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ପୁଲିସ ଏହି ଚଢାଉରେ ୮ ଟି ବନ୍ଧୁକ , ୨୨ଗୁଳି,ଗୋଟିଏ ଖଣ୍ଡା, ୩ଟି ଗାଡି ସହ ୧୧ ଲକ୍ଷ ୨୦ ହଜ଼ାର ଟଙ୍କା ଜବତ ହୋଇଛି। […]

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଅଟକ

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଅଟକ

Bartanews

ସମ୍ବଲପୁର: ସମ୍ବଲପୁର ବରେଇପାଲି ଥାନା ପାଞ୍ଚଗଛିଆଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଲଜ୍ଜାଜନକ ଘଟଣା ଘଟିଛି। ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଅଟକ ରହିଛନ୍ତି । ଜଣେ ଛାତ୍ରୀଙ୍କୁ ଇଂରାଜୀ ବିଭାଗର ଅରୁଣ ଯୋଶୀ ନାମକ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ଅଭିଭାବକ । ଘଟଣାର ଗମ୍ଭୀରତାକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ଦୁଇ ଦିନ ତଳେ ଜଣେ ସ୍କୁଲ ଛାତ୍ରୀ କିଛି ସାଙ୍ଗଙ୍କ […]

ଶ୍ରୀମନ୍ଦିର ଚାରିଦୁଆର ଓ ରତ୍ନଭଣ୍ଡାର ଖୋଲିବା ଦାବି: ସମ୍ବଲପୁରରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା

ଶ୍ରୀମନ୍ଦିର ଚାରିଦୁଆର ଓ ରତ୍ନଭଣ୍ଡାର ଖୋଲିବା ଦାବି: ସମ୍ବଲପୁରରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା

Bartanews

ସମ୍ବଲପୁର: ସମ୍ବଲପୁରରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନଭଣ୍ଡାର ଖୋଲିବା ଦାବି କରି ଶ୍ରୀଜଗନ୍ନାଥ ସେନାର ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ସମ୍ବଲପୁର ଝାଡୁଆପଡ଼ାସ୍ଥିତ ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇଛି। ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପରି ନେଇଛି ଯେ ରତ୍ନଭଣ୍ଡାରର କେବଳ ଲେଜର ସ୍କାନିଂ ହେବ। କିନ୍ତୁ ରତ୍ନ ଗଣତି  ହେବ ନାହିଁ। ପରିଚାଳନା କମିଟିର ଏହି ନିଷ୍ପତ୍ତିକୁ […]