Latest

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ୫ ନେତା: ବିରୋଧୀ ଦଳ ନେତା ଚୟନ କରିବେ କଂଗ୍ରେସ ହାଇକମାଣ୍ଡ୍‌

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ୫ ନେତା: ବିରୋଧୀ ଦଳ ନେତା ଚୟନ କରିବେ କଂଗ୍ରେସ ହାଇକମାଣ୍ଡ୍‌

Bartanews

ଜୟପୁର: ରାଜସ୍ଥାନ ନିର୍ବାଚନ ଫଳ ଘୋଷଣାକୁ ଇତିମଧ୍ୟରେ ୪୮ ଘଣ୍ଟା ବିତି ସାରିଲାଣି। କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବସିବ ତାହା ଜଣାପଡ଼ିନାହିଁ। ସମ୍ଭବତଃ ବିଜେପିର କେନ୍ଦ୍ରୀୟ ନେତୃତ୍ବ ହିଁ ଏ ସଂପର୍କରେ ନିଷ୍ପତ୍ତି ନେବେ। ତେ‌ବେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ୫ ନେତାଙ୍କ ନାମ ଏବେ ଚର୍ଚ୍ଚା ହେଉଛି। ସେମାନେ ହେଲେ ଦୀୟା କୁମାରୀ, ମହନ୍ତ ବାଲକନାଥ, କିରୋଡ଼ୀ ଲାଲ ମୀନା, ‌ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବସୁନ୍ଧରା ରାଜେ। ସାଂସଦ ଥିବା ଦୀୟା କୁମାରୀ […]

କରନୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ଗୁଳିକରି ହତ୍ୟା: ଘରେ ପଶି ଆତତାୟୀଙ୍କ ଗୁଳିବର୍ଷା

କରନୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ଗୁଳିକରି ହତ୍ୟା: ଘରେ ପଶି ଆତତାୟୀଙ୍କ ଗୁଳିବର୍ଷା

Bartanews

ଜୟପୁର: ରାଷ୍ଟ୍ରୀୟ ରାଜପୁତ କରନୀ ସେନାର ସଭାପତି ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଆଜି ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ଆତତାୟୀ ଅପରାହ୍ନରେ ସିଂହଙ୍କୁ ତାଙ୍କ ବାସଭବନରେ ଅତି ନିକଟରୁ ଗୁଳି ମାରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଆତତାୟୀ ପ୍ରଥମେ ପ୍ରଥମେ ତାଙ୍କ ସହ ସ୍ବାଭାବିକ ଭାବେ କଥା ହେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ହଠାତ ସେମାନେ ଛିଡ଼ା ହୋଇ ଗୁଳି ଚଳାଇଥିଲେ। ସୁଖଦେବଙ୍କୁ ଜୟପୁର ଶ୍ୟାମ ନଗର ସ୍ଥିତ ତାଙ୍କ […]

ବଞ୍ଚି ଥାଉଥାଉ ମାରିଦେଲେ, ଏବେ ସବୁ ଯୋଜନାରୁ ବଞ୍ଚିତ ଡମୁ ଶବର

ବଞ୍ଚି ଥାଉଥାଉ ମାରିଦେଲେ, ଏବେ ସବୁ ଯୋଜନାରୁ ବଞ୍ଚିତ ଡମୁ ଶବର

Bartanews

ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଗାଇଗାଁ ପଞ୍ଚାୟତ କନାବିରା ଗ୍ରାମର ଆଦିବାସୀ ଚାଷୀ ଡମୁ ଶବର ଏବେ ସବୁ ସରକାରୀ ଯୋଜନାରୁ ବଞ୍ଚିତ । ସେ ବଞ୍ଚି ଥାଉଥାଉ ତାଙ୍କୁ ମୃତ ବୋଲି ଦର୍ଶାଯାଇଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ପ୍ରକାଶ ଯେ, ଡମୁ ପୂର୍ବରୁ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଟଙ୍କା ପାଉଥିଲେ। ଗତ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟ୍‌ରେ ଏହି ଟଙ୍କା ଜମା ହୋଇଛି। କିନ୍ତୁ ଗତ […]

ଆୟବହିର୍ଭୂତ  ସମ୍ପତ୍ତି ମାମଲା: ଓଡ଼ିଶା ଦେଶରେ ପ୍ରଥମ

ଆୟବହିର୍ଭୂତ ସମ୍ପତ୍ତି ମାମଲା: ଓଡ଼ିଶା ଦେଶରେ ପ୍ରଥମ

Bartanews

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଉପରେ ଗୁରୁତ୍ବାରୋପ କରୁଛନ୍ତି। ଏହି ନୀତିକୁ କାର୍ଯ୍ୟକାରୀ କରିବାରେ ଭିଜିଲାନ୍ସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଦୁର୍ନୀତିଖୋର୍‌ଙ୍କ ଉପରେ କଡ଼ା ନଜର ରଖିଛି ଭିଜିଲାନ୍ସ। କେବଳ ଦୁର୍ନୀତିଖୋର୍‌ଙ୍କ ବିରୋଧରେ ମାମଲା କରିବାରେ ନୁହେଁ, ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ମଧ୍ୟ ଭିଜିଲାନ୍ସ ଉଦାହରଣ ସୃଷ୍ଟି କରିଛି। ଜାତୀୟ ଅପରାଧ ନଥି ସଂସ୍ଥାନ(ଏନ୍‌ସିଆର୍‌ବି) ତଥ୍ୟରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ଦୁର୍ନୀତିଖୋରଙ୍କ ପାଇଁ ରାଜ୍ୟ ଭିଜିଲାନ୍ସର କଡ଼ା […]

ପାନପୋଷ ମାର୍କେଟ କମ୍ପ୍ଲେକ୍ସ: ଆବଣ୍ଟନ ପରେ ଖୋଲିବାକୁ ଦିଆଯାଉନି!

ପାନପୋଷ ମାର୍କେଟ କମ୍ପ୍ଲେକ୍ସ: ଆବଣ୍ଟନ ପରେ ଖୋଲିବାକୁ ଦିଆଯାଉନି!

Bartanews

ରାଉରକେଲା: ଦୋକାନ ଆବଣ୍ଟନ ସରିଲା। ବ୍ୟବସାୟୀଙ୍କୁ ଚାବିକାଠି ଦିଆଗଲା। ହେଲେ ଆଜି ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଦିଆଯାଉନି। ଦୋକାନ ପାଇଥିବା ବ୍ୟବସାୟୀମାନେ ଥରେ କି ଦୁଇ ଥର ନୁହେଁ ଅନେକବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏଯାଏଁ ଆର୍‌ଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଦୋକାନ ପାଇଥିବା ପ୍ରାୟ ୧୫୦ ବ୍ୟବସାୟୀ ଚିନ୍ତା‌ରେ ପଡ଼ିଛି। ୪ ବର୍ଷ ଅପେକ୍ଷା କରିବା ପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲା। ବହୁ ବାଦବିବାଦ ମଧ୍ୟରେ […]

‘ଏସ୍‌ୟୁଭି ବିକ୍ରିକୁ ସରକାର ନିରୁତ୍ସାହିତ କରିବା ଦରକାର’

‘ଏସ୍‌ୟୁଭି ବିକ୍ରିକୁ ସରକାର ନିରୁତ୍ସାହିତ କରିବା ଦରକାର’

Bartanews

ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ବର ଅନ୍ୟତମ ଦେଶ ଯେଉଁଠାରେ ବହୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି। ଭାରତ ଆମେରିକା ଭଳି ଆଗକୁ ବଢ଼ିବା ଉଚିତ ନୁହେଁ। ସରକାର ଏସ୍‌ୟୁଭି ଭଳି ବଡ଼ ଗାଡ଼ି ବିକ୍ରିକୁ ନିରୁତ୍ସାହିତ କରିବା ଦରକାର। କାରଣ ତାହା ଛୋଟ ଗାଡ଼ିର ଯାତ୍ରୀ, ପଥଚାରୀ ଓ ସାଇକେଲ ଆରୋହୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଗ୍ଲୋବାଲ୍‌ ନୂଆ କାର୍‌ ବିଶ୍ଳେଷଣ କାର୍ଯ୍ୟକ୍ରମ (ଗ୍ଲୋବାଲ୍ ଏନ୍‌ସିଏପି)ର କାର୍ଯ୍ୟନିର୍ବାହୀ ସଭାପତି ଡେଭିଡ୍‌ ୱାର୍ଡ କହିଛନ୍ତି। ସେ […]

ଇଡି ପାଇଁ ବ୍ୟାଙ୍କ ଫେରିପାଇଲେ ୧୫,୧୮୩ କୋଟି

ଇଡି ପାଇଁ ବ୍ୟାଙ୍କ ଫେରିପାଇଲେ ୧୫,୧୮୩ କୋଟି

Bartanews

ନୂଆଦିଲ୍ଲୀ: ମନି ଲଣ୍ଡରିଂ ନିରୋଧୀ ଆଇନ ଅଧୀନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସରକାରୀ ବ୍ୟାଙ୍କଗୁଡ଼ିକ ଲାଗି ଲାଭଦାୟକ ସାବ୍ୟସ୍ତ ହୋଇଛି। ଇଡି ଜବତ କରିଥିବା ୧୫,୧୮୬ କୋଟି ଟଙ୍କା ସରକାରୀ ବ୍ୟାଙ୍କଗୁଡ଼ିକୁ ଫେରାଇ ଦିଆଯାଇଛି ‌ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ରାଜ୍ୟସଭାରେ ସେ କହିଛନ୍ତି ଯେ ଖିଲାପୀମାନଙ୍କ ବିରୋଧରେ ବିଭିନ୍ନ ଆଇନ ଅଧୀନରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବଳରେ ବିପୁଳ ଟଙ୍କା ବ୍ୟାଙ୍କଗୁଡ଼ିକୁ ପାଖକୁ ଫେରିପାରିଛି। ସେ କହିଛନ୍ତି ଯେ ଚଳିତ […]

ସେନ୍‌ସେକ୍ସ ୬୯,୦୦୦ ଟପିଲା

ସେନ୍‌ସେକ୍ସ ୬୯,୦୦୦ ଟପିଲା

Bartanews

ମୁମ୍ବାଇ: ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବା ପରେ ଗତକାଲିଠାରୁ ଷ୍ଟକ୍ ବଜାରରେ ଆରମ୍ଭ ହୋଇଥିବା ଉତ୍ସାହ ଆଜି ମଧ୍ୟ ବଜାୟ ରହିଥିଲା। ନିବେଶକମାନେ ବିଭିନ୍ନ କଂପାନିର ସେୟାର କିଣିବାରୁ ସେନ୍‌ସେକ୍ସ ଆଜି ପ୍ରଥମ ଥର ଲାଗି ୬୯,୦୦୦ ପଏଣ୍ଟ ସ୍ତର ଅତିକ୍ରମ କରିଛି। ଗତକାଲିର ବନ୍ଦ ତୁଳନାରେ ସେନ୍‌ସେକ୍ସ ୪୩୧ ପଏଣ୍ଟ ବୃଦ୍ଧିପାଇ ୬୯,୨୯୬ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟି ୧୬୮ ପଏଣ୍ଟ ବୃଦ୍ଧି […]

ଏସ୍‌ଆଣ୍ଡ୍‌ପିର ଆକଳନ: ୨୦୩୦ରେ ଭାରତ ହେବ ତୃତୀୟ ବଡ଼ ମହାଶକ୍ତି

ଏସ୍‌ଆଣ୍ଡ୍‌ପିର ଆକଳନ: ୨୦୩୦ରେ ଭାରତ ହେବ ତୃତୀୟ ବଡ଼ ମହାଶକ୍ତି

Bartanews

ନୂଆଦିଲ୍ଲୀ: ଭାରତ ୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବଡ଼ ଅର୍ଥନୀତିରେ ପରିଣତ ହେବ। ୨୦୨୩ରୁ ୨୦୨୬ ମଧ୍ୟରେ ଦେଶର ଅଭିବୃଦ୍ଧି ହାର ୬.୪ ପ୍ରତିଶତରୁ ୭ ପ୍ରତିଶତ ରହିବ ବୋଲି ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍‌ ଆକଳନ କରିଛି। ବିଶ୍ବର ଆର୍ଥିକ ମହାଶକ୍ତିଗୁଡ଼ିକ ମଧ୍ୟରେ ଭାରତ ଏକ ପଞ୍ଚମ ସ୍ଥାନରେ ଥିବା ବେଳେ ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ସ୍ଥାନରେ ଆମେରିକା, ଚୀନ୍, ଜର୍ମାନ ଓ ଜାପାନ ରହିଛନ୍ତି। ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ ଆକଳନ କରିଛି ଯେ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ […]

ଆଇଆଇଟିଏଫ୍‌-୨୦୨୩ ସ୍ବର୍ଣ୍ଣ ବିଜୟୀ ‘ଟିମ୍‌ ଓଡ଼ିଶା’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଆଇଆଇଟିଏଫ୍‌-୨୦୨୩ ସ୍ବର୍ଣ୍ଣ ବିଜୟୀ ‘ଟିମ୍‌ ଓଡ଼ିଶା’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

Bartanews

ଭୁବନେଶ୍ବର: ନୂଆଦିଲ୍ଲୀଠାରେ ଅର୍ନ୍ତଜାତୀୟ କାର୍ନିଭାଲରେ ସ୍ବର୍ଣ୍ଣ ବିଜୟୀ ସୂଚନା ଓ ଲୋକସଂପର୍କ ବିଭାଗର ଟିମ୍‌ ଓଡ଼ିଶାର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରମୁଖ ସଚିବ ସଞ୍ଜୟ ସିଂହ ଓ ନିର୍ଦ୍ଦେଶକ ସରୋଜ ସାମଲ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ସ୍ବର୍ଣ୍ଣ ପୁରସ୍କାରକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ମୁଖ୍ୟମନ୍ତ୍ରୀ ବିଭାଗକୁ ନିଜର ଭଲ କାର୍ଯ୍ୟ ଜାରି ରଖିବା ସହିତ ସରକାରଙ୍କ ଆଉଟରିଚ୍ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ […]

12328 Next