ସେନ୍‌ସେକ୍ସ ୬୯,୦୦୦ ଟପିଲା

Bartanews

ସେନ୍‌ସେକ୍ସ ୬୯,୦୦୦ ଟପିଲା

ମୁମ୍ବାଇ: ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବା ପରେ ଗତକାଲିଠାରୁ ଷ୍ଟକ୍ ବଜାରରେ ଆରମ୍ଭ ହୋଇଥିବା ଉତ୍ସାହ ଆଜି ମଧ୍ୟ ବଜାୟ ରହିଥିଲା। ନିବେଶକମାନେ ବିଭିନ୍ନ କଂପାନିର ସେୟାର କିଣିବାରୁ ସେନ୍‌ସେକ୍ସ ଆଜି ପ୍ରଥମ ଥର ଲାଗି ୬୯,୦୦୦ ପଏଣ୍ଟ ସ୍ତର ଅତିକ୍ରମ କରିଛି। ଗତକାଲିର ବନ୍ଦ ତୁଳନାରେ ସେନ୍‌ସେକ୍ସ ୪୩୧ ପଏଣ୍ଟ ବୃଦ୍ଧିପାଇ ୬୯,୨୯୬ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟି ୧୬୮ ପଏଣ୍ଟ ବୃଦ୍ଧି ପାଇ ୨୯,୮୫୫ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଆଜି ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନେ ୩ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ଗତକାଲି ସେନ୍‌ସେକ୍ସ ୧୩୮୩ ପଏଣ୍ଟ ବୃଦ୍ଧି ସହ ବନ୍ଦ ହେବାରୁ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କାର ଲାଭ ପାଇଥିଲେ।

Leave a Comment