‘ଏସ୍‌ୟୁଭି ବିକ୍ରିକୁ ସରକାର ନିରୁତ୍ସାହିତ କରିବା ଦରକାର’

Bartanews

‘ଏସ୍‌ୟୁଭି ବିକ୍ରିକୁ ସରକାର ନିରୁତ୍ସାହିତ କରିବା ଦରକାର’

ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ବର ଅନ୍ୟତମ ଦେଶ ଯେଉଁଠାରେ ବହୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି। ଭାରତ ଆମେରିକା ଭଳି ଆଗକୁ ବଢ଼ିବା ଉଚିତ ନୁହେଁ। ସରକାର ଏସ୍‌ୟୁଭି ଭଳି ବଡ଼ ଗାଡ଼ି ବିକ୍ରିକୁ ନିରୁତ୍ସାହିତ କରିବା ଦରକାର। କାରଣ ତାହା ଛୋଟ ଗାଡ଼ିର ଯାତ୍ରୀ, ପଥଚାରୀ ଓ ସାଇକେଲ ଆରୋହୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଗ୍ଲୋବାଲ୍‌ ନୂଆ କାର୍‌ ବିଶ୍ଳେଷଣ କାର୍ଯ୍ୟକ୍ରମ (ଗ୍ଲୋବାଲ୍ ଏନ୍‌ସିଏପି)ର କାର୍ଯ୍ୟନିର୍ବାହୀ ସଭାପତି ଡେଭିଡ୍‌ ୱାର୍ଡ କହିଛନ୍ତି।

ସେ କହିଛନ୍ତି ଯେ ବହୁ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ‌ଦୁର୍ଘଟଣାରେ ଏସ୍‌ୟୁଭି ଓ ପିକ୍‌ଅପ୍ ଟ୍ରକ୍ ଅଧିକ ଘାତକ ସାବ୍ୟସ୍ତ ହେଉଛି। ବଡ଼ ଗାଡ଼ି ଭାରତ ଓ ଅନ୍ୟ ଦେଶଗୁଡ଼ିକରେ ଏକ ବଡ଼ ସଡ଼କ ସୁରକ୍ଷା ଓ ପରିବେଶ ଆହ୍ବାନ। ଭାରତ ସରକାର ଏଭଳି ଗାଡ଼ିର ବିକ୍ରିକୁ ଉତ୍ସାହିତ କରିବା ଦରକାର ଯାହା ସବୁ ପ୍ରକାର ରାସ୍ତା ବ୍ୟବହାରକାରୀଙ୍କ ପାଇଁ ସୁରକ୍ଷୀତ ଓ ସମସ୍ତଙ୍କ ଆବଶ୍ୟକତା ପୂରଣ କରୁଥିବ। ୱାର୍ଡ କହିଛନ୍ତି ଯେ ଯେଉଁ ଗାଡ଼ିର ବନେଟ୍‌ ଉଚ୍ଚତା ଯେତେ ଅଧିକ ତାହା ସହ ଦୁର୍ଘଟଣା ଘଟିଲେ ବିପଦ ଆଶଙ୍କା ସେତେ ବେଶି। ମଧ୍ୟମ ଧରଣର ଏସ୍‌ୟୁଭି ତୁଳନାରେ ବଡ଼ ଏସ୍‌ୟୁଭି ଦୁର୍ଘଟଣା ବେଳେ ଅଧିକ ଘାତକ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୨ରେ ଭାରତରେ ୪୬ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣରେ ୧୬ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୪୪ ଲକ୍ଷ ଲୋକ ଆହତ ହୋଇଥିଲେ। ୨୦୩୦ ସୁଦ୍ଧା ସଡ଼କ ଦୁର୍ଘଟଣାକୁ ୩୦ ପ୍ରତିଶତ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Comment