ବୌଦ୍ଧ

ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

Bartanews

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ଅନ୍ତର୍ଗତ ଲୁମୁରୁଜୁନା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି।  ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଦୁର୍ବୁତ୍ତଙ୍କ ଠେଙ୍ଗା ଓ ଟାଙ୍ଗିଆ ଚୋଟରେ ଗାଈ ଚରାଳିଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ମନମୁଣ୍ଡା ଥାନା ଲୁମୁରୁଜୁନା ଗ୍ରାମର ସମାରୁ ଗେଜ । ଗତକାଲି ଗାଈ ଚରାଇବାକୁ ଯାଇ ସେ ଘରକୁ ଫେରି ନଥିଲେ । ଆଜି ଗାଁ ପାଖ କ୍ଷେତରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଖବର […]

ବଡ଼ଭାଇକୁ କୋଦାଳରେ ପିଟିପିଟି ହତ୍ୟା କଲା ସାନଭାଇ

ବଡ଼ଭାଇକୁ କୋଦାଳରେ ପିଟିପିଟି ହତ୍ୟା କଲା ସାନଭାଇ

Bartanews

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଯମଭାଟିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ବଡ଼ଭାଇକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କୋଦାଳରେ ପିଟିପିଟି ସାନଭାଇ ହତ୍ୟା କରିଛି। ମୃତକ ବଡ଼ଭାଇର ନାଁ ଚକ୍ର ପ୍ରଧାନ ହୋଇଥିବା ବେଳେ ହତ୍ୟାକାରୀ ସନାଭାଇର ନାଁ  ମକର ପ୍ରଧାନ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାନଭାଇକୁ ଗିରଫ କରି ତଦନ୍ତ ଜାରି ରଖିଛି। 

ବୌଦ୍ଧ ଜିଲ୍ଲାରେ ପୁଣି ମାଓ ପୋଷ୍ଟର

ବୌଦ୍ଧ ଜିଲ୍ଲାରେ ପୁଣି ମାଓ ପୋଷ୍ଟର

Bartanews

ବୌଦ୍ଧ: ମଙ୍ଗଳବାର ସକାଳେ ମନମୁଣ୍ଡା ଥାନା ତିଲପଙ୍ଗା ଗାଁ ନଳକୂଅରେ  ପୁଣି ମାଓ ପୋଷ୍ଟର ଲାଗିଥିବା ଦେଖା ଯାଇଛି। ପୋଷ୍ଟରରେ ଗଞ୍ଜେଇ ଚାଷକୁ ବିରୋଧ କରାଯାଇଛି।  ବୌଦ୍ଧ ଓ କନ୍ଧମାଳରେ ଗଞ୍ଜେଇ ଚାଷ କଲେ କିମ୍ବା ପ୍ରୋତ୍ସାହନ ଦେଲେ କଡ଼ା ଦଣ୍ଡ ଦେବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି। ଗଞ୍ଜେଇ ଚାଷ ଯୋଗୁଁ ପୁଲିସର ଗତିବିଧି ବଢୁଥିବା ବେଳେ ମାଓବାଦୀଙ୍କ ବିପ୍ଳବରେ ବାଧା ସୃଷ୍ଟି ହେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ତଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାଓବାଦୀ ଲେଖା […]