ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

Bartanews

ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ଅନ୍ତର୍ଗତ ଲୁମୁରୁଜୁନା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି।  ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଦୁର୍ବୁତ୍ତଙ୍କ ଠେଙ୍ଗା ଓ ଟାଙ୍ଗିଆ ଚୋଟରେ ଗାଈ ଚରାଳିଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ମନମୁଣ୍ଡା ଥାନା ଲୁମୁରୁଜୁନା ଗ୍ରାମର ସମାରୁ ଗେଜ । ଗତକାଲି ଗାଈ ଚରାଇବାକୁ ଯାଇ ସେ ଘରକୁ ଫେରି ନଥିଲେ । ଆଜି ଗାଁ ପାଖ କ୍ଷେତରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁସିଲ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ରାମର ରଞ୍ଜିତ କର୍ଣ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ତେବେ ଏଭଳି ଏକ ହତ୍ୟାକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି।

 

Leave a Comment