ଭଦ୍ରକ

ଯୌତୁକ ପାଇଁ ସ୍ତ୍ରୀକୁ ନିଆଁ ଲଗାଇ ହତ୍ୟା ଘଟଣା: ପତ୍ନି ହନ୍ତା ସ୍ବାମୀକୁ ଆଜୀବନ ଜେଲ୍

ଯୌତୁକ ପାଇଁ ସ୍ତ୍ରୀକୁ ନିଆଁ ଲଗାଇ ହତ୍ୟା ଘଟଣା: ପତ୍ନି ହନ୍ତା ସ୍ବାମୀକୁ ଆଜୀବନ ଜେଲ୍

Bartanews

ଭଦ୍ରକ: ପତ୍ନି ହନ୍ତାକୁ ଆଜୀବନ ଜେଲ। ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଆଶିଷ କୁମାର ତ୍ରିପାଠି ଏକ ପତ୍ନୀ ହତ୍ୟା ଅପରାଧରେ ଜେଲରେ ବିଚାରାଧିନ ବନ୍ଦୀ ଭାବେ ଅଟକ ଥିବା ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ଜିତାନଗା ଗାଁର ଭାଗବତ ବେହେରାଙ୍କ ପୁତ୍ର କାଲୁ ଓରଫ ପୂର୍ଣ୍ଣଚନ୍ଦ୍ର ବେହେରା ତାଙ୍କ ପତ୍ନୀକୁ ଯୌତୁକ ପାଇଁ ଘରେ ଶୋଇଥିବା ବେଳେ ଘର ନିଆଁ ଲଗାଇ ହତ୍ୟା କରି ଥିବା ଅପରାଧରେ ଆଜୀବନ ଜେଲ ଓ ତିନି […]

ଅଙ୍ଗନବାଡି ୱାର୍କର ନିଯୁକ୍ତି ପାଇଁ ନେଉଥିଲେ ଲାଞ୍ଚ: ସୁପରଭାଇଜର ଓ ସିଡିପିଓଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଅଙ୍ଗନବାଡି ୱାର୍କର ନିଯୁକ୍ତି ପାଇଁ ନେଉଥିଲେ ଲାଞ୍ଚ: ସୁପରଭାଇଜର ଓ ସିଡିପିଓଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

Bartanews

ଭଦ୍ରକ: ଭିଜିଲାନ୍ସ ଜାଲରେ ସିଡିପିଓ ଓ ସୁପରଭାଇଜର।  ଅଙ୍ଗନବାଡି ୱାର୍କର ନିଯୁକ୍ତି ପାଇଁ ୧୦ହଜାର ଟଙ୍କା ଲଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭଦ୍ରକ ଭିଜିଲାନ୍ସ। ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା  ବଣିଆ ପଞ୍ଚାୟତ ସରଗଢିଆ ମିନି ଅଙ୍ଗନବାଡି କେନ୍ଦ୍ରରେ ୱାର୍କର ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ । ଏହି ସମୟର ଉଭୟଙ୍କୁ ମାଡ଼ି ବସିଛି ଭିଜିଲାନ୍ସ । ତେବେ ୱାର୍କର ନିଯୁକ୍ତି ପାଇଁ ୫୦ହଜାର ଡିଲ ହୋଇଥିବା ସୂଚନା ।

ବିଲଣାରେ ବିଶାଳ ସ୍ୱାସ୍ଥ୍ୟ ଶିବିର: ଚିକିତ୍ସିତ ହେଲେ ୮ହଜାର ରୋଗୀ

ବିଲଣାରେ ବିଶାଳ ସ୍ୱାସ୍ଥ୍ୟ ଶିବିର: ଚିକିତ୍ସିତ ହେଲେ ୮ହଜାର ରୋଗୀ

Bartanews

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବିଲଣା ସହଯୋଗ ସରକାରୀ ହାଇସ୍କୁଲରେ ରବିବାର ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲା ବିଜୁ ମହିଳା ଦଳ ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଯୋଗ ଦେଇ […]