କଟକ

ବଡ଼ ଭାଇର ଛୁରା ମାଡ଼ରେ ସାନଭାଇର ମୃତ୍ଯୁ

ବଡ଼ ଭାଇର ଛୁରା ମାଡ଼ରେ ସାନଭାଇର ମୃତ୍ଯୁ

Bartanews

କଟକ: ପାରିବାରିକ କଳହରୁ କଟକରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ବଡ଼ ଭାଇର ଛୁରା ମାଡ଼ରେ ସାନଭାଇର ମୃତ୍ଯୁ ଘଟିଛି। ମୃତକ ସାନ ଭାଇର ନାଁ ସଫିଉଲ୍ଳା ଖାନ ହୋଇଥିବା ବେଳେ ବାଉଁଶ ଗଳି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ଖବର ପାଇ ଦରଘା ବଜାର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବଡ଼ଭାଇକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଓ୍ବେବ ଚ୍ୟାନେଲ ଅଫିସରେ ଚାଲିଥିଲା ସେକ୍ସ ରାକେଟ, ମାଡିବସିଲା କମିଶନରେଟ ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍

ଓ୍ବେବ ଚ୍ୟାନେଲ ଅଫିସରେ ଚାଲିଥିଲା ସେକ୍ସ ରାକେଟ, ମାଡିବସିଲା କମିଶନରେଟ ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍

Bartanews

କଟକ: କଟକରେ ସେକ୍ସ ରାକେଟ ଠାବ । ଓ୍ବେବ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ସେକ୍ସ ରାକେଟ । ବାଦାମବାଡ଼ି ଥାନା ସୂର୍ଯ୍ଯବିହାର ଲେନରେ ଚଢାଉ କରିଛି କମିଶନରେଟ ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍ । ୫ ଦେହଜୀବୀ ଓ ରାଣୀ ମହୁମାଛି ସମେତ ୨ ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ ।

ବନବିଭାଗ ହାଜତ ମୃତ୍ୟୁ ଘଟଣା, ରେଞ୍ଜର ସମେତ ୬ ବନକର୍ମଚାରୀ ଗିରଫ

ବନବିଭାଗ ହାଜତ ମୃତ୍ୟୁ ଘଟଣା, ରେଞ୍ଜର ସମେତ ୬ ବନକର୍ମଚାରୀ ଗିରଫ

Bartanews

କଟକ:  ଆଠଗଡ ବନଖଣ୍ଡରେ ହାତୀ ଶିକାର ଅଭିଯୋଗରେ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ। ଏହାର ପ୍ରମାଣ ମିଳିବା ପରେ ଆଠଗଡ ବଡମ୍ବା ରେଞ୍ଜର ୬ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି  ବଡମ୍ବା ରେଞ୍ଜର। ଜେରାରୁ ମିଳିଥିବା ତଥ୍ୟ ଓ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ନିଲମ୍ବନ କରାଯିବ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ଜାନୁୟାରୀ ୫ ତାରିଖରେ […]

କ୍ରିକେଟ ଖେଳରୁ ତୁମୂଳକାଣ୍ଡ: ଭୁଲ ନିଷ୍ପତ୍ତିକୁ ନେଇ ଅମ୍ପାୟାରଙ୍କୁ ହତ୍ୟା ଅଭିଯୋଗ

କ୍ରିକେଟ ଖେଳରୁ ତୁମୂଳକାଣ୍ଡ: ଭୁଲ ନିଷ୍ପତ୍ତିକୁ ନେଇ ଅମ୍ପାୟାରଙ୍କୁ ହତ୍ୟା ଅଭିଯୋଗ

Bartanews

ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାଲଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳକୁ ନେଇ ଘଟିଛି ତୁମୂଳକାଣ୍ଡ। ଖେଳ ଚାଲୁଥିବା ସମୟରେ ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବାକୁ ନେଇ ହତ୍ୟା କାଣ୍ଡ ଘଟିଛି।  ବ୍ୟାଟ ଓ ଛୁରୀ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ କରିଥିବା ଯୁବକଙ୍କୁ ଧରି ଅଟକ ରଖିଛନ୍ତି ଗ୍ରାମବାସୀ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ରବିବାର ଦିନ ମହିଷାଲଣ୍ଡା ପଞ୍ଚାୟତରେ ଗାଁର କିଛି ଯୁବକମାନେ କ୍ରିକେଟ୍‌ […]

ହୋଟେଲରେ ଜନ୍ମଦିନ ପାଳନ ପରେ କବାଟ ଖୋଲି ଶୋଇପଡିଥିଲେ ଛାତ୍ରୀ…. ହୋଟେଲ ମ୍ୟାନେଜର…….

ହୋଟେଲରେ ଜନ୍ମଦିନ ପାଳନ ପରେ କବାଟ ଖୋଲି ଶୋଇପଡିଥିଲେ ଛାତ୍ରୀ…. ହୋଟେଲ ମ୍ୟାନେଜର…….

Bartanews

କଟକ : ଜଣେ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ୮ ଜଣ ସାଙ୍ଗ ମିଶି ଏକ ହୋଟେଲକୁ ଆସିଥିଲେ। ସେଠାରେ ଜନ୍ମଦିନ ପାଳନ କରିବା ପରେ ରହିଥିଲେ। ଆଉ ରାତିରେ ହୋଇଗଲେ ଦୁଷ୍କର୍ମର ଶିକାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକର ମଧୁପାଟଣା ଅଞ୍ଚଳରେ। କଟକ ମଧୁପାଟଣା ଅଞ୍ଚଳର ଏକ ହୋଟେଲକୁ ସାଙ୍ଗସାଥୀଙ୍କ ସହ ଜନ୍ମଦିନ ପାଳନ କରିବାକୁ ଆସିଥିବା ଜଣେ ଆଇନ ପଢୁଥିବା ଛାତ୍ରୀଙ୍କୁ, ସେହି ହୋଟେଲର ମ୍ୟାନେଜର ଦୁଷ୍କର୍ମ କରିଥିବା ଅଭିଯୋଗ […]

ଗିରଫ ହେଲା କୁଖ୍ୟାତ ଲୁଟେରା: ରାଜ୍ୟ ଓ ରାଜ୍ୟବାହାରେ ରହିଛି ୫୦୦ରୁ ଉର୍ଦ୍ଧ୍ବ ମାମଲା

ଗିରଫ ହେଲା କୁଖ୍ୟାତ ଲୁଟେରା: ରାଜ୍ୟ ଓ ରାଜ୍ୟବାହାରେ ରହିଛି ୫୦୦ରୁ ଉର୍ଦ୍ଧ୍ବ ମାମଲା

Bartanews

କଟକ: ପୁଣି ବାଦାମବାଡି ପୁଲିସ ଦ୍ଵାରା ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ। ଏକ ଚୋରି ମାମଲାରେ ବାଦାମବାଡି ପୁଲିସ ତାକୁ ଗିରଫ କରିଛି। ହେମନ୍ତ ନାଁ ରେ କେବଳ ରାଜ୍ୟରେ ୧୦୦ ରୁ ଉର୍ଦ୍ଧ୍ବ ମାମଲା ରହିଥିବାବେଳେ ସେ ବିଭିନ୍ନ ରାଜ୍ୟରେ ମଧ୍ୟ ବୁଲି ଚୋରି କରିଛି। ତା ନାଁ ରେ ଚୋରି, ଡକାୟତି, ଲୁଟ ଭଳି ସାରା ଦେଶରେ ମୋଟ ୫୦୦ ରୁ ଊର୍ଦ୍ଧ୍ବ ମାମଲା ରହିଛି। ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ଦିଲ୍ଲୀ […]

କଟକ ସଦର ଥାନା ଅଞ୍ଚଳରେ ଗୁଳିମାଡ଼, ଜଣେ ମୃତ

କଟକ ସଦର ଥାନା ଅଞ୍ଚଳରେ ଗୁଳିମାଡ଼, ଜଣେ ମୃତ

Bartanews

କଟକ : କଟକ ସଦର ଥାନା ଅଞ୍ଚଳରେ ଗୁଳିମାଡ଼। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଏହି ଗୁଳି କାଣ୍ଡ ଘଟିଛି। ବାଇକରେ ଆସି ଦୁଇ ଦୁର୍ବୃତ୍ତ ଗୁଳିମାଡ କରିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଗୁଳିମାଡର କାରଣ ଜଣାପଡିନଥିବା ବେଳେ କଟକ ସଦର ଥାନା ଆଇଆଇସିଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସହର ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ […]

କଟକରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରା ମାଡ଼କଲେ ଦୁର୍ବୃତ୍ତ

କଟକରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରା ମାଡ଼କଲେ ଦୁର୍ବୃତ୍ତ

Bartanews

କଟକ: କଟକରେ ଚାଞ୍ଚଲ୍ୟ। ଦୋଳମୁଣ୍ଡାଇ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ବିବାହିତା ମହିଳାଙ୍କୁ ଛୁରା ମାଡ଼ ହୋଇଛି। ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ ବୋଲି ଜଣାପଡ଼ିଛି। ତାଙ୍କ ଘର ତେଲେଙ୍ଗା ବଜାର ଅଞ୍ଚଳରେ। ଦୁର୍ବୃତ୍ତ ଜଣକ ମୁଁହରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି ପାରି ନ ଥିଲେ ବୋଲି ମହିଳାଙ୍କ ଭାଇ କହିଛନ୍ତି। ଛୁରା ମାଡ଼ କରିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛି। ମହିଳା ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି […]

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Bartanews

କଟକ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଗଞ୍ଜାମ ବୁଗୁଡାର ପୂର୍ବତନ ତହସିଲଦାର ଥିଲେ ସଂଗ୍ରାମ। ଏକକାଳୀନ ଚାରୋଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ […]

ବିଜୟଶଙ୍କରଙ୍କ ବିବାହ ଆବେଦନ ଖାରଜ

ବିଜୟଶଙ୍କରଙ୍କ ବିବାହ ଆବେଦନ ଖାରଜ

Bartanews

କଟକ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିବାହ ଆଶା ମଉଳି ଯାଇଛି। କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସର ବିଜୟଶଙ୍କରଙ୍କ ବିବାହ ଦରଖାସ୍ତକୁ ଖାରଜ କରିଛନ୍ତି। ସ୍ପେଶାଲ ମ୍ୟାରେଜ ଆକ୍ଟରେ ବିବାହ ପଞ୍ଜୀକରଣ ପାଇଁ ବିଜୟଶଙ୍କର ଓ ଜଣେ ଯୁବତୀ ଦରଖାସ୍ତ ଦାଖଲ କରିଥିଲେ। ଏହି ଆବେଦନରେ ଦିଆଯାଇଥିବା ତଥ୍ୟ ତ୍ରୁଟିପୂର୍ଣ୍ଣ ଥିବାରୁ ମ୍ୟାରେଜ ଅଫିସର ଏହାକୁ ଖାରଜ କରିଥିବା ସୂଚନା ମିଳିଛି। ମାମଲାର ବିବରଣୀରୁ ପ୍ରକାଶ ଯେ ବିଜୟଶଙ୍କର ଓ ଜଣେ ଯୁବତୀଙ୍କ ବିବାହ […]

123 Next