ଗିରଫ ହେଲା କୁଖ୍ୟାତ ଲୁଟେରା: ରାଜ୍ୟ ଓ ରାଜ୍ୟବାହାରେ ରହିଛି ୫୦୦ରୁ ଉର୍ଦ୍ଧ୍ବ ମାମଲା

Bartanews

ଗିରଫ ହେଲା କୁଖ୍ୟାତ ଲୁଟେରା: ରାଜ୍ୟ ଓ ରାଜ୍ୟବାହାରେ ରହିଛି ୫୦୦ରୁ ଉର୍ଦ୍ଧ୍ବ ମାମଲା

କଟକ: ପୁଣି ବାଦାମବାଡି ପୁଲିସ ଦ୍ଵାରା ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ। ଏକ ଚୋରି ମାମଲାରେ ବାଦାମବାଡି ପୁଲିସ ତାକୁ ଗିରଫ କରିଛି। ହେମନ୍ତ ନାଁ ରେ କେବଳ ରାଜ୍ୟରେ ୧୦୦ ରୁ ଉର୍ଦ୍ଧ୍ବ ମାମଲା ରହିଥିବାବେଳେ ସେ ବିଭିନ୍ନ ରାଜ୍ୟରେ ମଧ୍ୟ ବୁଲି ଚୋରି କରିଛି। ତା ନାଁ ରେ ଚୋରି, ଡକାୟତି, ଲୁଟ ଭଳି ସାରା ଦେଶରେ ମୋଟ ୫୦୦ ରୁ ଊର୍ଦ୍ଧ୍ବ ମାମଲା ରହିଛି। ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ଦିଲ୍ଲୀ ଆଦି ରାଜ୍ୟରେ ସେ ବୁଲି ବୁଲି ଚୋରି କରିଥାଏ। ତା ଘର ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳରେ । ତେବେ ସେ ପୂର୍ବରୁ ମଧ୍ୟ ବାଦାମବାଡି ପୁଲିସ ଦ୍ବାରା ଗିରଫ ହୋଇଛି। ବାଦାମବାଡି ଅଞ୍ଚଳରେ ଏକ ମେଡିସିନ ଷ୍ଟୋରରୁ ଚୋରି କରିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି।

Leave a Comment