odishanews
ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦ୍ରାପଡ଼ା: ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗର ମାମଲା ବିଚାର କରାଯାଇ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ଜରିମାନା କରାଯାଇଛି। କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନାବାଳିକାଙ୍କ ଦୁଷ୍କର୍ମ ମାମଲାର ବିଚାର କରାଯାଇ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲାଦୌରାଜଜ ତ୍ରିବିକ୍ରମ କେଶରୀ ଚିନାରା ଏହି ମାମଲାକୁ ବିଚାର କରି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଦଣ୍ଡିତ କରିଥିବା ଜାଣିବାକୁ ମିଳିଛି। ଘଟଣା […]
୪ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କଲା ଉଦଳା ପୁଲିସ
ଉଦଳା: ଉଦଳା ପୁଲିସ ଉପଖଣ୍ଡରେ ଦିନକୁ ଦିନ ରାହାଜନୀ, ଛିନତା , ଲୁଟପାଟ୍ ଡକାୟତି ବଢିବଢି ଚାଲିଥିବା ବେଳେ ଗତ ରାତିରେ ଉଦଳା ପୋଲିସକୁ ଏକ ବଡ ସଫଳତା ମିଳିଛି । ଉଦଳା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ୪ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଉଦଳା ପୁଲିସ । ଉଦଳା- ଜୟପୁର ରାସ୍ତାର ଶ୍ମଶାନ କାଳି ମନ୍ଦିର ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ […]
କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଗାଏବ ଘଟଣା: ପଶ୍ଚିମବଙ୍ଗରୁ ୨ ମହିଳାଙ୍କ ସମେତ ୪ ଗିରଫ
ସୋନପୁର: ସୋନପୁର କଲେଜ ଆକାଉଣ୍ଟରୁ ଜାଲି ଚେକ ମାଧ୍ୟମରେ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ଗାଏବ ଘଟଣାରେ ସୋନପୁର ପୁଲିସକୁ ବଡ ସଫଳତା ମିଳିଛି । ପଶ୍ଚିମବଙ୍ଗର କୁଚ୍ବିହାରଠାରୁ ୨ ଜଣ ମହିଳାଙ୍କ ସମେତ ମୋଟ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସବୁଜ ଘୋଷ (୨୬), ସୁବାସ ଦାସ (୩୩), ବିୟୁଟି ଦାସ (୩୦) ଏବଂ ସବିତା ଦେ ସରକାର (୬୦) । ଏମାନଙ୍କ ନିକଟରୁ ୪ଟି […]
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ବିଏମସିର ୨ ଟ୍ଯାକ୍ସ କଲେକ୍ଟର
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବିଏମସିର ୨ ଟ୍ଯାକ୍ସ କଲେକ୍ଟର । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଧରାପଡ଼ିଥିବା ୨ ଟ୍ଯାକ୍ସ କଲେକ୍ଟର ହେଲେ ୨୩ ନମ୍ବର ୱାର୍ଡର ଟ୍ଯାକ୍ସ କଲେକ୍ଟର ହେମନ୍ତ ସାହୁ ଓ ବିଏମସିର ପୂର୍ବତନ ଟ୍ଯାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ। ହୋଲ୍ଡିଂ ଟ୍ଯାକ୍ସ ହ୍ରାସ ପାଇଁ ୧୫ ହଜାର ଟଙ୍କା ନେଉଥିଲେ। ଉଭୟଙ୍କ ନାଁରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ମାମଲା ରୁଜୁ କରାଯାଇଛି। ୨ ଜଣଙ୍କୁ ଭିଜିଲାନ୍ସ […]
ଟିୟୁସନ ସାରି ଫେରୁଥିବା ବେଳେ ଦଶମ ଶ୍ରେଣୀର ଛାତ୍ରକୁ ଛୁରା ମାଡ଼
ଖୋର୍ଦ୍ଧା: ଖୋର୍ଦ୍ଧା ଅଣ୍ଡା ଗ୍ରାମରେ ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରା ମାଡ଼। ଅଣ୍ଡା ଗ୍ରାମର ମହତପଲା ସାହିର ପଞ୍ଚାନନ ଜେନାଙ୍କ ପୁଅ ପ୍ରଭାତ ଜେନା ଟିୟୁସନ ସାରି ଫେରୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ଛୁରା ମାରି ଫେରାର ହୋଇଯାଇଛନ୍ତି। ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥି।। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର […]
ଆଳିରୁ ଆସିଲା ଲଜ୍ଜା ଜନକ ଘଟଣା: ସମ୍ପର୍କୀୟ ନାବାଳିକା ନାତୁଣୀକୁ ଗର୍ଭବତୀ କଲା ୬୫ବର୍ଷର ଅଜା
ଆଳି: ଆଳିରୁ ପୁଣି ଆସିଲା ଲଜ୍ଜା ଜନକ ଅଭାବନୀୟ ଘଟଣାର ଚିତ୍ର। ଜଣେ ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ଗର୍ଭବତୀ କଲା ୬୫ ବର୍ଷର ଅଜା। ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତର ଜଣେ ୧୬ ବର୍ଷର ମାଆ ଛେଉଣ୍ଡ ଝିଅ ଛଦ୍ମନାମ ମୟୁରକୁ ୬୫ ବର୍ଷୀୟ ରାଜୀବ ମଲ୍ଲିକ (ଛୋଟା) ବଳ ପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲା। ଏବଂ କାହାକୁ ନ ଜଣାଇବାକୁ ଧମକ […]
ପୁଣି ରାଜଧାନୀରୁ ଆଉ ଏକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ୨ଦିନରେ ୩ ଆତ୍ମହତ୍ୟା
ଭୁବନେଶ୍ବର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଆଜି ପୁଣି ଆଉ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୁଲିସ । ବଡଗଡ଼ ଥାନା ଅଞ୍ଚଳରେ ଆତ୍ମହତ୍ୟା ନେଇ ସୂଚନା । ମୃତ ଯୁବତୀଙ୍କ ନାଁ କେ. ଇନ୍ଦିରା ରାଓ। ବୟସ ୧୮ ବର୍ଷ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ବରରେ ଗତକାଲି ୨ଜଣ […]
ପୂଜା ପୂର୍ବରୁ ଜେଲ୍ର ଚାରି କାନ୍ଥ ଦେଖିବେ ଅପରାଧୀ: ସବୁ ଥାନା ଅଧିକାରୀଙ୍କୁ ଅପରାଧୀଙ୍କ ତାଲିକା ମାଗିଲେ ଡିସିପି
ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ। ଏହାକୁ ନଜରରେ ରଖି ଅପରାଧୀ ସହରରେ ଲୁଟ୍ପାଟ୍ ଛିନ୍ତାଇ, ଦାଦାବଟି ମାଗିବା ଆଦି କାର୍ଯ୍ୟ କରିବେ। ତେଣୁ ପୁଲିସ ସହରରୁ ଅପରାଧୀ ପରିଷ୍କାର କରିବା ପାଇଁ ଯୋଜନା କରିବେ। ପାର୍ବଣ ପୂର୍ବରୁ ଏହି ଅପରାଧୀମାନେ ଜେଲ୍ର ଚାରିକାନ୍ଥ ଦେଖିବେ। ତେଣୁ ଡିସିପି ପ୍ରତୀକ ସିଂ ଏନେଇ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସମସ୍ତ ଥାନା ଅଧିକାରୀଙ୍କୁ ସେମାନଙ୍କ ଥାନା ଅଞ୍ଚଳରେ ଥିବା ପେଶାଦାର ଅପରାଧୀଙ୍କ ତାଲିକା ଦେବାକୁ କୁହାଯାଇଛି। ତେଣୁ ୧୫ […]