ବଲାଙ୍ଗୀର

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ

ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ ଏପିଓ, ବିଲ୍ କରାଇବା ପାଇଁ ନେଉଥିଲେ ଲାଞ୍ଚ

Bartanews

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକର ଏପିଓ ସୁଶାନ୍ତ ଦାସ । ଜଣଙ୍କ ବିଲ କରିବାକୁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରପଡିଛନ୍ତି ସୁଶାନ୍ତ। ଏହାପରେ ବଙ୍ଗୋମୁଣ୍ଡା ଅସୁଲ୍ହା ଗାଁରେ ଥିବା ତାଙ୍କର ବାସଭବନ ଓ ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ବରଗଡ଼ ଭିଜିଲାନ୍ସ ଟିମର ଚଢାଉ କରିଛି। ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମର ଚଢାଉ ଜାରି ରହିଛି।

ବେଫିକର ନିଶା ବେପାରୀ: ଦୋକାନରୁ ଜବତ ହେଲା ୪ଶହ ବୋତଲ କଫସିରଫ ଓ ନିଶା ବଟିକା

ବେଫିକର ନିଶା ବେପାରୀ: ଦୋକାନରୁ ଜବତ ହେଲା ୪ଶହ ବୋତଲ କଫସିରଫ ଓ ନିଶା ବଟିକା

Bartanews

ବଲାଙ୍ଗିର: ବଲାଙ୍ଗିର ସହରରେ କଫସିରଫ ଓ ନିଶା ବଟିକାର ବେଆଇନ କାରବାର ଚରମସୀମାରେ ପହଞ୍ଚିଥିବା ବେଳେ ଏହି ବେଆଇନ ବ୍ୟବସାୟ ଏବେ କୁଟୀର ଶିଲ୍ପରେ ପରିଣତ ହେବାରେ ଲାଗିଛି । ସହର ଗଳି, ବସ୍ତି ଭିତରେ କଫସିରଫ ଓ ନିଶା ବଟିକା ଘରେ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ରୋକିବାରେ ବିଫଳ ବଲାଙ୍ଗିର ପୁଲିସ । ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ବ୍ୟବସାୟୀ ବେଫିକର ଥିବା ବେଳେ ଆଖି ବନ୍ଦ କରି ପୁଲିସ ମଧ୍ୟ […]

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ, ମାମଲାକୁ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ, ମାମଲାକୁ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ

Bartanews

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା।  ଏକ ମାମଲାକୁ ରଫାଦଫା କରିବାକୁ ୨୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀକୁ ଧରିଲା ବରଗଡ଼ ଭିଜିଲାନ୍ସ ଟିମ୍। ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଏକ ପୁରୁଣା ମାମଲା ଚାର୍ଚସିଟରୁ ନାମ କଟାଇବା ପାଇଁ ଥାନା ଅଧିକାରୀ ଟଙ୍କା ମାଗିଥିଲେ। ଏନେଇ ଅଜିତ ଭିଜିଲାନ୍ସକୁ ଅଭିଯୋଗ କରିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ପୂର୍ବରୁ ଛକି ରହି ଟଙ୍କା ନେଲା ବେଳେ […]

ଚୂନ ନାମରେ ପୁଲିସକୁ ଲଗାଉଥିଲେ ଚୁନା: ଏକାଥରକେ ଧରାଇଦେଲେ ୩୫ ଲକ୍ଷର କଫସିରଫ, ମୁଖ୍ୟ ଅଭିଯୁକ୍ତ ସମେତ ୩୭ ଗିରଫ

ଚୂନ ନାମରେ ପୁଲିସକୁ ଲଗାଉଥିଲେ ଚୁନା: ଏକାଥରକେ ଧରାଇଦେଲେ ୩୫ ଲକ୍ଷର କଫସିରଫ, ମୁଖ୍ୟ ଅଭିଯୁକ୍ତ ସମେତ ୩୭ ଗିରଫ

Bartanews

ବଲାଙ୍ଗିର: ବଲାଙ୍ଗିର ସହରରେ ଚାଲିଥିବା ବେଆଇନ କଫସିରଫ କାରବାର ଉପରେ ପୁଲିସର କଡା ପ୍ରହାର ।ସ୍ୱତନ୍ତ୍ର ଟିମ ଗଠନ କରି ଏହି କାରବାର ଉପରେ ତଦନ୍ତ ଚଲାଇଥିବା ବଲାଙ୍ଗିର ପୁଲିସ କଫସିରଫ ମାଫିଆଙ୍କୁ ବଡ ଝଟକା ଦେଇଛି । କଫସିରଫ ଚାଲାଣ ଓ ବେଆଇନ କାରବାର ବନ୍ଦ କରିବା ଦିଗରେ ବଲାଙ୍ଗିର ପୁଲିସକୁ ଏକ ବଡ ସଫଳତା ମଧ୍ୟ ମିଳିଛି। ସୋମବାର ବଲାଙ୍ଗିର ପୁଲିସ ପାଖାପାଖି ୩୫ ଲକ୍ଷ ଟଙ୍କାର କଫସିରଫ ଓ ବ୍ୟବହୃତ ସାମଗ୍ରୀ ଜବତ […]

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜେଣ୍ଡର କୋର୍ଡିନେଟର, ୩ଟି ସ୍ଥାନରେ ଚଢାଉ ଜାରି

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜେଣ୍ଡର କୋର୍ଡିନେଟର, ୩ଟି ସ୍ଥାନରେ ଚଢାଉ ଜାରି

Bartanews

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ମହିଳା ଅଧିକାରୀ । ଭିଜିଲାନ୍ସ ଜାଲରେ ଜେଣ୍ଡର କୋର୍ଡିନେଟରର ପୁଷ୍ପାଙ୍ଗିନୀ ଯୋଶୀ ।  ବଲାଙ୍ଗୀର DPC କାର୍ଯ୍ୟାଳୟର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗିନୀ। ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି। ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବିନିଯୋଗ ପ୍ରମାଣପତ୍ର ଓ ଏନଓସି ପାଇଁ ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଗିରଫ କରିଛିି। ଏଥିସହ ୩ଟି  ସ୍ଥାନରେ ଚଢାଉ ଚାଲିଛି […]

କଣ୍ଟାବାଞ୍ଜିରେ କାଠ ମାଫିଆର ଘର ଓ ଗୋଦାମରେ ବନ ବିଭାଗର ଚଢ଼ାଉ

କଣ୍ଟାବାଞ୍ଜିରେ କାଠ ମାଫିଆର ଘର ଓ ଗୋଦାମରେ ବନ ବିଭାଗର ଚଢ଼ାଉ

Bartanews

ତୁରେକେଲା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବନ ବିଭାଗ ଚଢ଼ାଉ। ଭୋର ସକାଳ ୬ ଟା ସମୟରେ ବନ ବିଭାଗ ପକ୍ଷରୁ ସହର ୱାର୍ଡ ୧ ରେ ଥିବା ବ୍ୟବସାୟୀ ମୋହନ ଟାଙ୍ଗ ଘରେ ଓ ଗୋଦର ରେ ଚଢ଼ାଉ ହୋଇଛି। ସେ ବେଆଇନ ମାନେ କାଠ ବେପାର କରି ଆସୁଥିଲେ । କୌଣସ ସୁତ୍ରରୁ ବନ ବିଭାଗ ଖବର ପାଇଁ ବର୍ତ୍ତମାନ ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ଯାଏ ପାଖାପାଖି ୫ ଲକ୍ଷ ଉର୍ଦ୍ଧ୍ବ ଟଙ୍କା ସାମଗ୍ରୀ […]

ହାଇୱା ଧକ୍କାରେ ଯୁବକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ

ବାଇକ୍‌ ସହ୍‌ ପୋଲରୁ ଖସିପଡ଼ିଲେ, ୨ ଆରୋହୀଙ୍କ ମୃତ୍ୟୁ

Bartanews

ପାଟଣାଗଡ଼: ପାଟଣାଗଡ଼-ପଦ୍ମପୁର ରାସ୍ତାର ପାଢେଲ ଗ୍ରାମ ନିକଟରେ ଥିବା ବୁଲାଇ ଠାରେ ଥିବା ପୋଲ ତଳକୁ ଖସି ପଡ଼ି ୨ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ପାଢେଲ ପଟରୁ ଏକ ବାଇକ୍‌ରେ ଦୁଇ ଜଣ ଲୋକ ପାଟଣାଗଡ଼ ଅଭିମୁଖେ ଆସୁଥିଲେ। ଆସିବା ସମୟରେ ପାଢେଲ ନିକଟସ୍ଥ ବୁଲିଣି ଠାରେ ଥିବା ପୋଲ ଠାରେ ଭାରସାମ୍ୟ ହରାଇ ଥିଲେ। ସେମାନେ ପୋଲ ତଳକୁ ବାଇକ୍ […]

ଓଲଟିଲା ପିକନିକ୍ ଯାଉଥିବା ପିକଅପ୍ ଭ୍ୟାନ୍: ୬ ନାବାଳକ ଓ ୪  ମହିଳା ଗୁରୁତର, ୧୫ ଆହତ

ଓଲଟିଲା ପିକନିକ୍ ଯାଉଥିବା ପିକଅପ୍ ଭ୍ୟାନ୍: ୬ ନାବାଳକ ଓ ୪ ମହିଳା ଗୁରୁତର, ୧୫ ଆହତ

Bartanews

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନ‌ା ଅନୁଯାୟୀ, ଟିଟିଲାଗଡ଼ ନିକଟସ୍ଥ ପତରକେଲା ରେଲୱେ ଫାଟକ ନିକଟରେ ଏକ ପିକ୍ଅପ୍‌ ଭ୍ୟାନ୍ ଓଲଟିବା ଫଳରେ ୬ ନାବାଳକ ଓ ୪ ଜଣ ମହିଳା ଗୁରୁତରହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।  ଗୁରୁତରମାନଙ୍କୁ ପ୍ରଥମେ ଟିଟଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହଳଦୀରୁ ବାହାରି କଳାହାଣ୍ଡି ଜିଲ୍ଲା ଗୁରୁଜୀମୁଣ୍ଡାକୁ […]

ଜୋର୍ ଧରିଲା ଜିଲ୍ଲା ଦାବି: ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଜୋର୍ ଧରିଲା ଜିଲ୍ଲା ଦାବି: ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

Bartanews

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନକ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ତେବେ ଗାଡ଼ିମଟର ଚଳାଚଳ ସ୍ୱାଭାବିକ ରହିଛି। ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦଶନ କରିଛନ୍ତି। […]

ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ ସେଲ୍ସମ୍ୟାନକୁ ପିଟିପିଟି ହତ୍ୟା, ଜେଲ ଗଲେ ୩ ଅଭିଯୁକ୍ତ

ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ ସେଲ୍ସମ୍ୟାନକୁ ପିଟିପିଟି ହତ୍ୟା, ଜେଲ ଗଲେ ୩ ଅଭିଯୁକ୍ତ

Bartanews

ପାଟଣାଗଡ଼: ମାତ୍ର ୧୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ବଲାଙ୍ଗୀର ଜିଲ୍ଲା ଖପ୍ରଖୋଲ ଥାନା ଅଞ୍ଚଳରେ ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ‌ ସେଲ୍ସମ୍ୟାନଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖରଖରା ଗ୍ରାମ ଯୋଗୀନ୍ଦ୍ର ବରିହା (୨୮), ବିଶ୍ବନାଥ ନିଆଲ (୨୮) ଓ ଲକ୍ଷ୍ମଣ ଦାସ (୩୦)। ମୃତ ବ୍ୟକ୍ତିଙ୍କ ନାମ ଗୋପାଳ ପ୍ରସାଦ (୩୩)। ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଯୋଗୀନ୍ଦ୍ର, ବିଶ୍ବନାଥ […]