ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜେଣ୍ଡର କୋର୍ଡିନେଟର, ୩ଟି ସ୍ଥାନରେ ଚଢାଉ ଜାରି

Bartanews

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜେଣ୍ଡର କୋର୍ଡିନେଟର, ୩ଟି ସ୍ଥାନରେ ଚଢାଉ ଜାରି

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ମହିଳା ଅଧିକାରୀ । ଭିଜିଲାନ୍ସ ଜାଲରେ ଜେଣ୍ଡର କୋର୍ଡିନେଟରର ପୁଷ୍ପାଙ୍ଗିନୀ ଯୋଶୀ ।  ବଲାଙ୍ଗୀର DPC କାର୍ଯ୍ୟାଳୟର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗିନୀ। ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି। ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବିନିଯୋଗ ପ୍ରମାଣପତ୍ର ଓ ଏନଓସି ପାଇଁ ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଗିରଫ କରିଛିି। ଏଥିସହ ୩ଟି  ସ୍ଥାନରେ ଚଢାଉ ଚାଲିଛି ।

Leave a Comment