ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ, ମାମଲାକୁ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ

Bartanews

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ, ମାମଲାକୁ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା।  ଏକ ମାମଲାକୁ ରଫାଦଫା କରିବାକୁ ୨୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀକୁ ଧରିଲା ବରଗଡ଼ ଭିଜିଲାନ୍ସ ଟିମ୍। ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଏକ ପୁରୁଣା ମାମଲା ଚାର୍ଚସିଟରୁ ନାମ କଟାଇବା ପାଇଁ ଥାନା ଅଧିକାରୀ ଟଙ୍କା ମାଗିଥିଲେ। ଏନେଇ ଅଜିତ ଭିଜିଲାନ୍ସକୁ ଅଭିଯୋଗ କରିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ପୂର୍ବରୁ ଛକି ରହି ଟଙ୍କା ନେଲା ବେଳେ ଧରିଛି। ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କ ଅଫିସ ଓ ସରକାରୀ ବାସଭବନ ଉପରେ ଚଢାଉ ଜାରି ରଖିଛି।

 

Leave a Comment