କଟକ ସଦର ଥାନା ଅଞ୍ଚଳରେ ଗୁଳିମାଡ଼, ଜଣେ ମୃତ

Bartanews

କଟକ ସଦର ଥାନା ଅଞ୍ଚଳରେ ଗୁଳିମାଡ଼, ଜଣେ ମୃତ

କଟକ : କଟକ ସଦର ଥାନା ଅଞ୍ଚଳରେ ଗୁଳିମାଡ଼। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଏହି ଗୁଳି କାଣ୍ଡ ଘଟିଛି। ବାଇକରେ ଆସି ଦୁଇ ଦୁର୍ବୃତ୍ତ ଗୁଳିମାଡ କରିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଗୁଳିମାଡର କାରଣ ଜଣାପଡିନଥିବା ବେଳେ କଟକ ସଦର ଥାନା ଆଇଆଇସିଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସହର ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।

Leave a Comment