ହୋଟେଲରେ ଜନ୍ମଦିନ ପାଳନ ପରେ କବାଟ ଖୋଲି ଶୋଇପଡିଥିଲେ ଛାତ୍ରୀ…. ହୋଟେଲ ମ୍ୟାନେଜର…….

Bartanews

ହୋଟେଲରେ ଜନ୍ମଦିନ ପାଳନ ପରେ କବାଟ ଖୋଲି ଶୋଇପଡିଥିଲେ ଛାତ୍ରୀ…. ହୋଟେଲ ମ୍ୟାନେଜର…….

କଟକ : ଜଣେ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ୮ ଜଣ ସାଙ୍ଗ ମିଶି ଏକ ହୋଟେଲକୁ ଆସିଥିଲେ। ସେଠାରେ ଜନ୍ମଦିନ ପାଳନ କରିବା ପରେ ରହିଥିଲେ। ଆଉ ରାତିରେ ହୋଇଗଲେ ଦୁଷ୍କର୍ମର ଶିକାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକର ମଧୁପାଟଣା ଅଞ୍ଚଳରେ। କଟକ ମଧୁପାଟଣା ଅଞ୍ଚଳର ଏକ ହୋଟେଲକୁ ସାଙ୍ଗସାଥୀଙ୍କ ସହ ଜନ୍ମଦିନ ପାଳନ କରିବାକୁ ଆସିଥିବା ଜଣେ ଆଇନ ପଢୁଥିବା ଛାତ୍ରୀଙ୍କୁ, ସେହି ହୋଟେଲର ମ୍ୟାନେଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଥାନାରେ ଏତଲା ପରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ତଦନ୍ତ ଚଲାଇଛି ।

ମିଳିଥିବେ ସୂଚନା ଅନୁସାରେ ଏକ ଜଣାଶୁଣା ବିଶ୍ବବିଦ୍ୟାଳୟର ୮ ଜଣ ସହପାଠୀ ଜନ୍ମଦିନ ପାଳନ ପାଇଁ ମଧୂପାଟଣାର ଏକ ହୋଟେଲକୁ ଯାଇଥିଲେ। ପାର୍ଟି ସରିବା ପରେ ବୁକ୍ ହୋଇଥିବା ୪ଟି ରୁମରେ ବିଶ୍ରାମ ନେବାକୁ ଯାଇଥିଲେ ପୀଡ଼ିତା ଓ ତାଙ୍କର କିଛି ସହପାଠୀ । ପରଦିନ ସକାଳୁ ନିଜକୁ ଅସ୍ୱାଭାବିକ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପୀଡ଼ିତା । ରୁମର କବାଟ ମଧ୍ୟ ଖୋଲାଥିଲା । ପରେ ଅନ୍ୟ ସହପାଠୀମାନେ ଆସି ତନାଘନା କରିବାରୁ ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ଏନେଇ ତୁରନ୍ତ ମଧୁପାଟଣା ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଜେରା ପରେ ଅଭିଯୁକ୍ତ ମ୍ୟାନେଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଛି ମଧୁପାଟଣା ପୁଲିସ ।

ଏନେଇ କଟକ ଡିସିପି କହିଛନ୍ତି ପୀଡିତାଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହ ହୋଟେଲର ସିସିଟିଭି ଫୁଟେଜକୁ ତର୍ଜମା କରି ହୋଟେଲର ମ୍ୟାନେଜରକୁ ଗିରଫ କରିଛି। ଅଭିଯୁକ୍ତ ମ୍ୟାନେଜର ଦୋଷ ସ୍ୱୀକାର କରିଛି। ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଛି ମଧୁପାଟଣା ପୁଲିସ। ବର୍ତ୍ତମାନ ଘଟଣା ନେଇ ଅଧିକ ତଦନ୍ତ କରାଯାଉଛି।

Leave a Comment