ବନବିଭାଗ ହାଜତ ମୃତ୍ୟୁ ଘଟଣା, ରେଞ୍ଜର ସମେତ ୬ ବନକର୍ମଚାରୀ ଗିରଫ

Bartanews

ବନବିଭାଗ ହାଜତ ମୃତ୍ୟୁ ଘଟଣା, ରେଞ୍ଜର ସମେତ ୬ ବନକର୍ମଚାରୀ ଗିରଫ

କଟକ:  ଆଠଗଡ ବନଖଣ୍ଡରେ ହାତୀ ଶିକାର ଅଭିଯୋଗରେ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ। ଏହାର ପ୍ରମାଣ ମିଳିବା ପରେ ଆଠଗଡ ବଡମ୍ବା ରେଞ୍ଜର ୬ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି  ବଡମ୍ବା ରେଞ୍ଜର। ଜେରାରୁ ମିଳିଥିବା ତଥ୍ୟ ଓ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ନିଲମ୍ବନ କରାଯିବ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ଜାନୁୟାରୀ ୫ ତାରିଖରେ ହାତୀ ଶିକାର ସନ୍ଦେହରେ ବଡମ୍ବା ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କୁ ବନ କର୍ମଚାରୀ ଉଠାଇନେଇ ପିଟିପିଟି ମାରିଦେଇଥିଲେ । ନ୍ୟାୟ ଦାବିରେ ଜାନୁୟାରୀ ୬ରେ ମୃତଦେହକୁ ରଖି ରାସ୍ତାରୋକ କରିଥିଲେ ପରିବାର ଓ ଗ୍ରାମବାସୀ । ଏହି ମାମଲାର ୧୪ଜଣ ବନ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ୬ ଜଣଙ୍କୁ ପୁଲିସ ଗିରଫ କରିଛି ।

Leave a Comment