କଟକରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରା ମାଡ଼କଲେ ଦୁର୍ବୃତ୍ତ

Bartanews

କଟକରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରା ମାଡ଼କଲେ ଦୁର୍ବୃତ୍ତ

କଟକ: କଟକରେ ଚାଞ୍ଚଲ୍ୟ। ଦୋଳମୁଣ୍ଡାଇ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ବିବାହିତା ମହିଳାଙ୍କୁ ଛୁରା ମାଡ଼ ହୋଇଛି। ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ ବୋଲି ଜଣାପଡ଼ିଛି। ତାଙ୍କ ଘର ତେଲେଙ୍ଗା ବଜାର ଅଞ୍ଚଳରେ। ଦୁର୍ବୃତ୍ତ ଜଣକ ମୁଁହରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି ପାରି ନ ଥିଲେ ବୋଲି ମହିଳାଙ୍କ ଭାଇ କହିଛନ୍ତି। ଛୁରା ମାଡ଼ କରିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛି। ମହିଳା ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁରିଘାଟ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣଙ୍କ ଏକ ପାର୍ଲରରେ ସାତ ବର୍ଷ ହେବ କାମ କରୁଥିଲେ ।

Leave a Comment