Latest

ଗବ୍ବରଙ୍କ ୩୮ ବର୍ଷକୁ ପାଳିଲା ଭାରତ

ଗବ୍ବରଙ୍କ ୩୮ ବର୍ଷକୁ ପାଳିଲା ଭାରତ

Bartanews

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ପ୍ରମୁଖ ଓପନିଂ ବ୍ୟାଟର୍‌ ଶିଖର ଧାୱନ ନିଜ ‘ଗବ୍ବର ଷ୍ଟାଇଲ୍‌’ ପାଇଁ ପରିଚିତ। ମଙ୍ଗଳବାର ଧାୱନକୁ ୩୮ ବର୍ଷ ପୂରଣ ହୋଇଛି। ତାଙ୍କ ଜନ୍ମଦିନକୁ ଭାରତୀୟ କ୍ରିକେଟ୍‌ପ୍ରେମୀ ବିଭିନ୍ନ ରୂପରେ ପାଳନ କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଏଇଥି ପାଇଁ ମଙ୍ଗଳବାର ମଧ୍ୟ ସାମାଜିକ ଗଣମାଧ୍ୟମ ଚଳଚଞ୍ଚଳ ହୋଇଉଠିଛି। ଭାରତୀୟ ଦଳରୁ ଧାୱନ ଶେଷ ଥର ପାଇଁ ଗତବର୍ଷ ଡିସେମ୍ବର ୧୦ ତାରିଖରେ ବାଂଲାଦେଶ ବିପକ୍ଷ ଦିନିକିଆରେ ପ୍ରତିନିଧିତ୍ବ କରିଥିଲେ। […]

ବିଜୟ ହଜାରେ ଟ୍ରଫି: ଶକ୍ତିଶାଳୀ ମୁମ୍ବାଇକୁ ହରାଇଲା ଓଡ଼ିଶା

ବିଜୟ ହଜାରେ ଟ୍ରଫି: ଶକ୍ତିଶାଳୀ ମୁମ୍ବାଇକୁ ହରାଇଲା ଓଡ଼ିଶା

Bartanews

କଟକ/ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଦଳ ବିଜୟ ହଜାରେ ଟ୍ରଫି ଏକଦିବସୀୟ ପ୍ରତିଯୋଗିତାର ନକ୍‌ଆଉଟ୍ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ତେବେ ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଶକ୍ତିଶାଳୀ ମୁମ୍ବାଇକୁ ୮୬ ରନ୍‌ରେ ପରାସ୍ତ କରି ଶାନ୍ତନୁ ମିଶ୍ରଙ୍କ ଦଳ ଚମତ୍କାର ଢଙ୍ଗରେ ଅଭିଯାନ ଶେଷ କରିଛି। ପରାଜୟ ସତ୍ତ୍ବେ ଗ୍ରୁପ୍‌-‘ଏ’ରୁ ମୁମ୍ବାଇ ଓ କେରଳ କ୍ବାର୍ଟରଫାଇନାଲ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଶା ୭ ମ୍ୟାଚ୍‌ରୁ ୪ ବିଜୟ ସହ ୮ ଦଳୀୟ ଏହି ଗ୍ରୁପ୍‌ରେ ଷଷ୍ଠ ସ୍ଥାନରେ ରହି […]

ପରାଜୟ ପାଇଁ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ: ବିଜେପିର ସମାଲୋଚନା

ପରାଜୟ ପାଇଁ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ: ବିଜେପିର ସମାଲୋଚନା

Bartanews

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜିତ ହୋଇଛି। ପରାଜୟ ପରେ ଏହି ଦଳର ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ବିରୋଧୀଙ୍କୁ ଟାର୍ଗେଟ କରିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ କହିଛନ୍ତି, ଚିପ୍ ଥିବା ଯେକୌଣସି ମେସିନ୍ ହ୍ୟାକ୍ ହୋଇପାରେ ଏବଂ ୨୦୦୩ରୁ ସେ ଇଭିଏମ୍‌ରେ ମତଦାନକୁ ବିରୋଧ କରୁଛନ୍ତି। ସେହିଭଳି ସମାଜବାଦୀ […]

ବିଜୟଶଙ୍କରଙ୍କ ବିବାହ ଆବେଦନ ଖାରଜ

ବିଜୟଶଙ୍କରଙ୍କ ବିବାହ ଆବେଦନ ଖାରଜ

Bartanews

କଟକ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିବାହ ଆଶା ମଉଳି ଯାଇଛି। କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସର ବିଜୟଶଙ୍କରଙ୍କ ବିବାହ ଦରଖାସ୍ତକୁ ଖାରଜ କରିଛନ୍ତି। ସ୍ପେଶାଲ ମ୍ୟାରେଜ ଆକ୍ଟରେ ବିବାହ ପଞ୍ଜୀକରଣ ପାଇଁ ବିଜୟଶଙ୍କର ଓ ଜଣେ ଯୁବତୀ ଦରଖାସ୍ତ ଦାଖଲ କରିଥିଲେ। ଏହି ଆବେଦନରେ ଦିଆଯାଇଥିବା ତଥ୍ୟ ତ୍ରୁଟିପୂର୍ଣ୍ଣ ଥିବାରୁ ମ୍ୟାରେଜ ଅଫିସର ଏହାକୁ ଖାରଜ କରିଥିବା ସୂଚନା ମିଳିଛି। ମାମଲାର ବିବରଣୀରୁ ପ୍ରକାଶ ଯେ ବିଜୟଶଙ୍କର ଓ ଜଣେ ଯୁବତୀଙ୍କ ବିବାହ […]

ଇଣ୍ଡିଆ ମେଣ୍ଟରେ କମ୍ପନ, ବୈଠକ ସ୍ଥଗିତ: ଅଡ଼ୁଆ ବଢ଼ାଇଲେ ଅଖିଳେଶ, ନୀତୀଶ, ମମତା

ଇଣ୍ଡିଆ ମେଣ୍ଟରେ କମ୍ପନ, ବୈଠକ ସ୍ଥଗିତ: ଅଡ଼ୁଆ ବଢ଼ାଇଲେ ଅଖିଳେଶ, ନୀତୀଶ, ମମତା

Bartanews

ନୂଆଦିଲ୍ଲୀ: ଉତ୍ତର ଭାରତରେ କଂଗ୍ରେସର ବିପର୍ଯ୍ୟୟ ଇଣ୍ଡିଆ ମେଣ୍ଟରେ କମ୍ପନ ସୃଷ୍ଟି କରିଛି। ମେଣ୍ଟର କେତେକ ପ୍ରମୁଖ ଅଂଶୀଦାର କଂଗ୍ରେସର ରଣନୀତି ଉପରେ ପ୍ରଶ୍ନ ଉଠାଇବା ସହ ମେଣ୍ଟର ନେତୃତ୍ବ ପ୍ରସଙ୍ଗରେ ମଧ୍ୟ କଂଗ୍ରେସକୁ ଘେରିଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ମେଣ୍ଟର ବୈଠକ ପାଇଁ କଂଗ୍ରେସର ପ୍ରୟାସକୁ ଝଟ୍‌କା ଲାଗିଛି ଏବଂ ୩ଟି ପ୍ରମୁଖ ଦଳର ସୁ‌ପ୍ରିମୋ ଏଥିରେ ଯୋଗ ଦେବେନାହିଁ ବୋଲି ଘୋଷଣା କରିବା ପରେ ବୈଠକ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ବୈଠକ ୧୮ ଡିସେମ୍ବରରେ କରାଯିବାକୁ […]

ଭାରତର ବିଜୟ ଅଭିଯାନ: ଅରାଇଜୀତଙ୍କୁ ହ୍ୟାଟ୍ରିକ୍‌

ଭାରତର ବିଜୟ ଅଭିଯାନ: ଅରାଇଜୀତଙ୍କୁ ହ୍ୟାଟ୍ରିକ୍‌

Bartanews

କୁଆଲାଲମ୍ପୁର: ଫରୱାର୍ଡ ଅରାଇଜୀତ ସିଂହ ହୁଣ୍ଡାଲଙ୍କ ହ୍ୟାଟ୍ରିକ୍‌ ବଳରେ ଭାରତ ଏଫ୍‌ଆଇଏଚ୍‌ ହକି ପୁରୁଷ କନିଷ୍ଠ ବିଶ୍ବକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। କୁଆଲାଲୁମ୍ପୁରର ବୁକିତ ଜଲିଲସ୍ଥିତ ନ୍ୟାସ୍‌ନାଲ ହକି ଷ୍ଟାଡିୟମରେ ମଙ୍ଗଳବାର ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଭାରତ ୪-୨ ଗୋଲ୍‌ରେ ଏସୀୟ ପ୍ରତିନ୍ଦ୍ବନ୍ଦ୍ବୀ କୋରିଆକୁ ପରାସ୍ତ କରିଛି। ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଭାରତକୁ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଅରାଇଜୀତ ଗୋଲ୍‌ରେ ପରିଣତ କରି ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ […]

ରେକର୍ଡ ଅଷ୍ଟମ ଥର: ଏକ ନମ୍ବରରେ ବର୍ଷ ଶେଷ କଲେ ଜୋକୋଭିକ୍‌

ରେକର୍ଡ ଅଷ୍ଟମ ଥର: ଏକ ନମ୍ବରରେ ବର୍ଷ ଶେଷ କଲେ ଜୋକୋଭିକ୍‌

Bartanews

ନୂଆଦିଲ୍ଲୀ: ଚବିଶ ଥର ଗ୍ରାଣ୍ଡ୍ ସ୍ଲାମ ବିଜେତା ସର୍ବିୟା ଟେନିସ୍ କିଂବଦନ୍ତି ନୋଭାକ ଜୋକୋଭିକ୍‌ ରେକର୍ଡ ସର୍ବାଧିକ ଅଷ୍ଟମ ଥର ପାଇଁ ଏକ ନମ୍ବର ସ୍ଥାନରେ ରହି ବର୍ଷ ଶେଷ କରିବା ନିଶ୍ଚିତ ହୋଇଛି। ଚଳିତ ବର୍ଷର ୪ଟି ଗ୍ରାଣ୍ଡ ସ୍ଲାମ୍‌ରୁ ଜୋକୋଭିକ୍ ୩ଟି ଜିତିଥିଲେ। ଜାନୁଆରିରେ ଅଷ୍ଟ୍ରେଲିଆନ୍‌ ଓପନ୍‌, ଜୁନ୍‌ରେ ‌ଫ୍ରେଞ୍ଚ୍‌ ଓପନ୍‌, ସେପ୍ଟେମ୍ବରରେ ୟୁଏସ୍ ଓପନ୍‌ ମୁକୁଟ ଜିତିଥିବା ବେଳେ ୱିମ୍ବଲଡନ୍‌ରେ ଉପବିଜେତା ହୋଇଥିଲେ। କାର୍ଲୋସ୍ ଆଲକାରାଜଙ୍କ ସହ ଲଢ଼େଇ କରି ତୁରିନ୍‌ରେ ମଧ୍ୟ […]

ଝିଅଙ୍କ ସଂଖ୍ୟା ହ୍ରାସ, ଦେଶରେ ଓଡ଼ିଶା ୬ ନମ୍ବର: ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର ରୋଡ୍‌ମ୍ୟାପ୍

ଝିଅଙ୍କ ସଂଖ୍ୟା ହ୍ରାସ, ଦେଶରେ ଓଡ଼ିଶା ୬ ନମ୍ବର: ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର ରୋଡ୍‌ମ୍ୟାପ୍

Bartanews

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ଲିଙ୍ଗଗତ ଅସମାନତା। ଜନ୍ମ ସମୟରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମୁଛି। ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଂଗୀନ ରହିଛି। ଗତ ୪ବର୍ଷରେ ୨୩ ପଏଣ୍ଟ ହ୍ରାସ ପାଇଛି। ଝିଅଙ୍କ ସଂଖ୍ୟା ହ୍ରାସରେ ଦେଶରେ ୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ତେଣୁ ଝିଅଙ୍କ ସଂଖ୍ୟା ହ୍ରାସରେ କିଭଳି ରୋକ୍ ଲାଗିବ ଓ ଲିଙ୍ଗଗତ ଅସମାନତା ହ୍ରାସ ପାଇବ ସେଥିପାଇଁ ବିଭିନ୍ନ ଅଂଶୀଦାରଙ୍କୁ ନେଇ ମାନସ ମନ୍ଥନ ଆରମ୍ଭ କରିଛି ରାଜ୍ୟ […]

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡା ମୃତ

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡା ମୃତ

Bartanews

ବାରଙ୍ଗ: ନନ୍ଦନକାନନ ସରୀସୃପ ଉଦ୍ୟାନର ୪୬ ନମ୍ବର ଖୁଆଡ଼ରେ ଏକ ଅଣ୍ଡିରା ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଏହି ସାପର ବୟସ ୧ ବର୍ଷ ୪ ମାସ ହୋଇଥିଲା ବୋଲି ସୂଚନା ମିଳିଛି। ଆଜି ସକାଳୁ ସାପଟି କିଛି ଖିଆପିଆ କରିନଥିଲା ଏବଂ ଗୋଟିଏ ଜାଗାରେ ନିଶ୍ଚଳ ହୋଇ ପଡ଼ିରହିଥିଲା। ଅସୁସ୍ଥ ଖବର ପାଇ ଚିକିତ୍ସକମାନେ ସ୍ୱାସ୍ଥ୍ୟ ପରୀକ୍ଷା କଲାବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର କାରଣ ଜାଣିବାକୁ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଅନ୍ତଃନଳୀରେ ଖାଦ୍ୟ ଜମାଟ […]

ରାଜଧାନୀରେ ଶୂନ ସଡ଼କମୃତ୍ୟୁ ସପ୍ତାହକୁ ମୃତ୍ୟୁର ପରିହାସ: ପ୍ରଥମ ୫ ଦିନରେ ଦିନକୁ ୨ ମରଣ

ରାଜଧାନୀରେ ଶୂନ ସଡ଼କମୃତ୍ୟୁ ସପ୍ତାହକୁ ମୃତ୍ୟୁର ପରିହାସ: ପ୍ରଥମ ୫ ଦିନରେ ଦିନକୁ ୨ ମରଣ

Bartanews

ଭୁବନେଶ୍ବର: ସରକାର ଘୋଷଣା କରିଥିବା ଶୂନ ସଡ଼କମୃତ୍ୟୁ ସପ୍ତାହ ପ୍ରଥମରୁ ହିଁ ଏକପ୍ରକାର ଅର୍ଥହୀନ ମନେ ହେଲାଣି। ସାରା ରାଜ୍ୟ ସମେତ ବିଶେଷକରି ଭୁବନେଶ୍ବରରେ ଯେତିକି ସଂଖ୍ୟାରେ ଦୁଘର୍ଟଣା ଘଟି ଲୋକଙ୍କ ଜୀବନ ଯାଉଛି, ମନେ ହେଉଛି ଶୂନ ମୃତ୍ୟୁ ସପ୍ତାହର ଆହ୍ବାନକୁ ନିଜେ ମୃତ୍ୟୁ ପରିହାସ କରୁଛି! ଏ ବାବଦରେ ପ୍ରଶାସନର ବିଭିନ୍ନ ବିଭାଗ ଘନ ଘନ ବୈଠକ ଡାକୁଛନ୍ତି, ସଡ଼କ ନିୟମ କଡ଼ାକଡ଼ି ଲାଗୁ କରିବାକୁ ଏବଂ ସେ ଦିଗରେ ଲୋକଙ୍କୁ ସଚେତନ କରିବାକୁ […]