ରେକର୍ଡ ଅଷ୍ଟମ ଥର: ଏକ ନମ୍ବରରେ ବର୍ଷ ଶେଷ କଲେ ଜୋକୋଭିକ୍‌

Bartanews

ରେକର୍ଡ ଅଷ୍ଟମ ଥର: ଏକ ନମ୍ବରରେ ବର୍ଷ ଶେଷ କଲେ ଜୋକୋଭିକ୍‌

ନୂଆଦିଲ୍ଲୀ: ଚବିଶ ଥର ଗ୍ରାଣ୍ଡ୍ ସ୍ଲାମ ବିଜେତା ସର୍ବିୟା ଟେନିସ୍ କିଂବଦନ୍ତି ନୋଭାକ ଜୋକୋଭିକ୍‌ ରେକର୍ଡ ସର୍ବାଧିକ ଅଷ୍ଟମ ଥର ପାଇଁ ଏକ ନମ୍ବର ସ୍ଥାନରେ ରହି ବର୍ଷ ଶେଷ କରିବା ନିଶ୍ଚିତ ହୋଇଛି। ଚଳିତ ବର୍ଷର ୪ଟି ଗ୍ରାଣ୍ଡ ସ୍ଲାମ୍‌ରୁ ଜୋକୋଭିକ୍ ୩ଟି ଜିତିଥିଲେ। ଜାନୁଆରିରେ ଅଷ୍ଟ୍ରେଲିଆନ୍‌ ଓପନ୍‌, ଜୁନ୍‌ରେ ‌ଫ୍ରେଞ୍ଚ୍‌ ଓପନ୍‌, ସେପ୍ଟେମ୍ବରରେ ୟୁଏସ୍ ଓପନ୍‌ ମୁକୁଟ ଜିତିଥିବା ବେଳେ ୱିମ୍ବଲଡନ୍‌ରେ ଉପବିଜେତା ହୋଇଥିଲେ। କାର୍ଲୋସ୍ ଆଲକାରାଜଙ୍କ ସହ ଲଢ଼େଇ କରି ତୁରିନ୍‌ରେ ମଧ୍ୟ ଏଟିପି ଫାଇନାଲ୍ସ ଜିତିଥିଲେ ୩୬ ବର୍ଷୀୟ ଜୋକୋଭିକ୍‌। ଗତ ମାସରେ ଅଷ୍ଟମ ଏଟିପି ଟାଇଟଲ୍ ଜିତିବା ସହ ଜୋକୋଭିକ୍ ଏବେ ଐତିହାସିକ ୪୦୨ତମ ସପ୍ତାହ ଏଟିପି ଶୀର୍ଷରେ ରହିଛନ୍ତି। ରୋଜର ଫେଡେ‌ରର (୩୧୦ ସପ୍ତାହ) ଅନ୍ୟ ଏକମାତ୍ର ଖେଳାଳି ଯିଏ ୩୦୦ରୁ ଅଧିକ ସପ୍ତାହ ଏଟିପି ମାନ୍ୟତା ଶୀର୍ଷରେ କଟାଇଛନ୍ତି। ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ ସେ ଶୀର୍ଷରେ ରହିବା ମଧ୍ୟ ନିଶ୍ଚିତ ହୋଇଛି।

Leave a Comment