Latest

‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ: ବାୟୋଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା

‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ: ବାୟୋଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା

Bartanews

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩’। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇ ଓଡ଼ିଶା, […]

ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

Bartanews

ବିଶ୍ରା: ରବିବାର ବିଳମ୍ବିତ ରାତିରେ ଓଡ଼ିଶା ସୀମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସନୁଆ ଅଞ୍ଚଳରେ ସିପିଆଇ ମାଓବାଦୀଙ୍କ ଦ୍ଵାରା ବ୍ୟାନର ଏବଂ ପୋଷ୍ଟର ଲଗା ଯାଇଛି। ଏହି ଘଟଣା ପରେ ସୋମବାର ସକାଳେ ଝାଡ଼ଖଣ୍ଡ ସମେତ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନକ୍ସଲମାନେ ରବିବାର ରାତିରେ ସୋନୁଆ-ଲୋଞ୍ଜୋ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ବ୍ୟାନର ଏବଂ ପୋଷ୍ଟର ଲଗାଇଥିଲେ। ଉଲ୍ଲେଖନୀୟ ଯେ ୨ ରୁ ୮ ଡିସେମ୍ବର ମଧ୍ୟରେ […]

ଦୁର୍ଘଟଣାରେ ଦମ୍ପତି ମୃତ ଘଟଣା: କ୍ଷତିପୂରଣ ଦାବିରେ ନୂଆପଡ଼ା-ପଦ୍ମପୁର ରାସ୍ତା ଅବରୋଧ

ଦୁର୍ଘଟଣାରେ ଦମ୍ପତି ମୃତ ଘଟଣା: କ୍ଷତିପୂରଣ ଦାବିରେ ନୂଆପଡ଼ା-ପଦ୍ମପୁର ରାସ୍ତା ଅବରୋଧ

Bartanews

ନୂଆପଡ଼ା: କୋମନା ଥାନା ମାନିଗୁଡା ଗାଁ ନିକଟରେ ରବିବାର ଟ୍ରକ ଧକ୍କାରେ ଅଳାଯୁବା ଗ୍ରାମର ଜୟରାମ ମାଝୀ (୫୬) ଓ ସ୍ତ୍ରୀ ଘୁନମତୀ ମାଝୀ(୫୦)ଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୋମବାର ଗ୍ରାମବାସୀ ଓ ପରିବାର ଲୋକ ୪ଘଣ୍ଟା ଧରି ନୂଆପଡ଼ା- ପଦ୍ମପୁର ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରିଥିଲେ। ପ୍ରକାଶ ଯେ, ଗତକାଲି ଜୟରାମ ଓ ଘୁନମତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ସୋମବାର ପୂର୍ବାହ୍ନରେ ଉଭୟ ଶବ ବ୍ୟବଛେଦ କରାଯାଇଥିଲା। ପରେ […]

ଛଅଥର ବିଧାୟକ ରହିଥିବା କଂଗ୍ରେସ ମନ୍ତ୍ରୀଙ୍କୁ ବିପୁଳ ଭୋଟରେ ହରାଇ ଦେଲେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଈଶ୍ବର ସାହୁ

ଛଅଥର ବିଧାୟକ ରହିଥିବା କଂଗ୍ରେସ ମନ୍ତ୍ରୀଙ୍କୁ ବିପୁଳ ଭୋଟରେ ହରାଇ ଦେଲେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଈଶ୍ବର ସାହୁ

Bartanews

ନୂଆଦିଲ୍ଲୀ: ରବିବାର ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ  କଂଗ୍ରେସ ସାନ୍ତ୍ବନା ମୂଳକ ଭାବେ ବିଜୟୀ ହୋଇଛି। ଏହି ନିର୍ବାଚନ ଫଳାଫଳ ଘୋଷଣା ପରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ଗଲେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ   ସେମାନେ […]

ଘଣ୍ଟାପଡ଼ା ଜିଆର୍‌ଏସ୍‌ଙ୍କୁ ୩ବର୍ଷ ଜେଲ

ଘଣ୍ଟାପଡ଼ା ଜିଆର୍‌ଏସ୍‌ଙ୍କୁ ୩ବର୍ଷ ଜେଲ

Bartanews

କଣ୍ଟାମାଳ: ଫୁଲବାଣୀ ଭିଜିଲାନ୍ସ କୋର୍ଟ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାର ପୂର୍ବତନ ଜିଆରଏସ ପାଣ୍ଡବ ମହଲାଙ୍କୁ ଆଜି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାନୁସାରେ ୨୦୧୯ ମସିହାରେ ଘଣ୍ଟାପଡ଼ା ପଞ୍ଚାୟତର ତତ୍କାଳୀନ ଜିଆର୍‌ଏସ୍‌ ପାଣ୍ଡବ ମହଲା ଇନ୍ଦିରା ଆବାସ ଘର ଯୋଗାଇ ଦେବାକୁ ଜଣେ ହିତାଧିକାରୀଙ୍କୁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ହିତାଧୀକାରୀ ବୌଦ୍ଧ ଭିଜିଲାନ୍ସ ଡିଏସ୍‌ପି ଏବଂ ଫୁଲବାଣୀ ଏସ୍‌ପିଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ୨୧.୧୦.୨୦୧୯ ଦିନ ସଂପୃକ୍ତ […]

ଏଟିଏମ୍‌ରୁ ୧୪. ୮୦ ଲକ୍ଷ ଲୁଟ୍‌

ଏଟିଏମ୍‌ରୁ ୧୪. ୮୦ ଲକ୍ଷ ଲୁଟ୍‌

Bartanews

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି। ଖଡ଼ିଆଳ ଏସ୍‌ବିଆଇର ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ରବିବାର ରାତିରେ ଖଡ଼ିଆଳ ଥାନା ମିସନଠାରେ ଥିବା ଏସ୍‌ବିଆଇ ଏଟିଏମ୍‌ର ଟଙ୍କା ବାକ୍ସକୁ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟର୍‌ରେ କାଟିଥିଲେ। ସେଥିରେ ଥିବା ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କାକୁ ଲୁଟି ନେଇ ଫେରାର୍‌ […]

ବରଗଡ଼ରେ ବ୍ୟବସ୍ଥିତ ପାର୍କିଂ କେବେ ?

ବରଗଡ଼ରେ ବ୍ୟବସ୍ଥିତ ପାର୍କିଂ କେବେ ?

Bartanews

ବରଗଡ଼: ବରଗଡ଼ ସହରରେ ବେଆଇନ ପାର୍କି˚ ଅନ୍ୟତମ ମୁଖ୍ୟ ସମସ୍ୟା। ଅବାଧ ପାର୍କି˚ ଯୋଗୁଁ ଓସାରିଆ ରାସ୍ତା ସ˚କୁଚିତ ହୋଇଯାଉଛି। ଏଥିପାଇଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଦେଖା ଦେଇଛି। ପୂର୍ବରୁ ବେପରୁଆ ପାର୍କି˚ ରୋକିବାକୁ ପୁଲିସ୍‌ ଜୋର୍‌ଦାର୍‌ ଅଭିଯାନ ଚଳାଇଥିଲା। ଅଭ୍ୟାସଗତ ଭାବରେ ଏଣେତେଣେ ରାସ୍ତା ଉପରେ ଗାଡ଼ି ରଖୁଥିବା ଲୋକେ ସାମାନ୍ୟ ସଜାଗ ହୋଇଥିଲେ। କିନ୍ତୁ ଏବେ ଆଗଭଳି ସମସ୍ୟା ମୁଣ୍ଡ ଟେକିଛି। ସହରର ବିଭିନ୍ନ ମୁଖ୍ୟରାସ୍ତାରେ ଧଳାଗାର ଦିଆଯାଇଛି। ଧଳା ଗାର ବାହାରେ […]