ଘଣ୍ଟାପଡ଼ା ଜିଆର୍‌ଏସ୍‌ଙ୍କୁ ୩ବର୍ଷ ଜେଲ

Bartanews

ଘଣ୍ଟାପଡ଼ା ଜିଆର୍‌ଏସ୍‌ଙ୍କୁ ୩ବର୍ଷ ଜେଲ

କଣ୍ଟାମାଳ: ଫୁଲବାଣୀ ଭିଜିଲାନ୍ସ କୋର୍ଟ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାର ପୂର୍ବତନ ଜିଆରଏସ ପାଣ୍ଡବ ମହଲାଙ୍କୁ ଆଜି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାନୁସାରେ ୨୦୧୯ ମସିହାରେ ଘଣ୍ଟାପଡ଼ା ପଞ୍ଚାୟତର ତତ୍କାଳୀନ ଜିଆର୍‌ଏସ୍‌ ପାଣ୍ଡବ ମହଲା ଇନ୍ଦିରା ଆବାସ ଘର ଯୋଗାଇ ଦେବାକୁ ଜଣେ ହିତାଧିକାରୀଙ୍କୁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ହିତାଧୀକାରୀ ବୌଦ୍ଧ ଭିଜିଲାନ୍ସ ଡିଏସ୍‌ପି ଏବଂ ଫୁଲବାଣୀ ଏସ୍‌ପିଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ୨୧.୧୦.୨୦୧୯ ଦିନ ସଂପୃକ୍ତ ହିତାଧିକାରୀ ରାସାୟନିକ ପ୍ରଲେପ ଲଗା ୧୫ହଜାର ଟଙ୍କା ଜିଆର୍‌ଏସ୍‌ଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ପାଣ୍ଡବଙ୍କ ମହଲାଙ୍କ ନିକଟରୁ ପ୍ରଳେପ ଦିଆ ୧୫ହଜାର ଟଙ୍କା ଜବତ କରିଥିଲା। ଭିଜିଲାନ୍ସ ବିଭାଗ ଏକ ମାମଲାରୁଜୁ କରି ଜିଆର୍‌ଏସ୍‌ ପାଣ୍ଡବ ମହଲାକୁ ଗିରଫ କରି ଜେଲ୍‌ ପଠାଇଥିଲା। ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତ ପାଣ୍ଡବ ମହଲାକୁ ୩ବର୍ଷ ଜେଲ ଏବଂ ୫ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ୫ହଜାର ଟଙ୍କା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି।

Leave a Comment