ଆଇଆଇଟିଏଫ୍‌-୨୦୨୩ ସ୍ବର୍ଣ୍ଣ ବିଜୟୀ ‘ଟିମ୍‌ ଓଡ଼ିଶା’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

Bartanews

ଆଇଆଇଟିଏଫ୍‌-୨୦୨୩ ସ୍ବର୍ଣ୍ଣ ବିଜୟୀ ‘ଟିମ୍‌ ଓଡ଼ିଶା’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: ନୂଆଦିଲ୍ଲୀଠାରେ ଅର୍ନ୍ତଜାତୀୟ କାର୍ନିଭାଲରେ ସ୍ବର୍ଣ୍ଣ ବିଜୟୀ ସୂଚନା ଓ ଲୋକସଂପର୍କ ବିଭାଗର ଟିମ୍‌ ଓଡ଼ିଶାର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରମୁଖ ସଚିବ ସଞ୍ଜୟ ସିଂହ ଓ ନିର୍ଦ୍ଦେଶକ ସରୋଜ ସାମଲ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ସ୍ବର୍ଣ୍ଣ ପୁରସ୍କାରକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ମୁଖ୍ୟମନ୍ତ୍ରୀ ବିଭାଗକୁ ନିଜର ଭଲ କାର୍ଯ୍ୟ ଜାରି ରଖିବା ସହିତ ସରକାରଙ୍କ ଆଉଟରିଚ୍ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ।

ଆଇଆଇଟିଏଫ୍‌ରେ ଓଡ଼ିଶା ମଣ୍ଡପ ୫ଲକ୍ଷରୁ ଅଧିକ ଦର୍ଶକ ପରିଦର୍ଶନ କରିଛନ୍ତି। ଓଡ଼ିଶା ମଣ୍ଡପରେ ରାଜ୍ୟର ନୌବାଣିଜ୍ୟର ଗୌରବ ସହିତ ସମୃଦ୍ଧ କଳା, ସଂସ୍କୃତି ଓ ମୂର୍ତ୍ତି ପ୍ରଦର୍ଶିତ ହୋଇଥିଲା। ଏହା ବେଶ୍ ମନଲୋଭା ହୋଇଥିବା ବେଳେ ଜୁରି ଏହାର ସକରାତ୍ମକ ମୂଲ୍ୟାଙ୍କନ କରିଥିଲେ।

Leave a Comment