ସମ୍ବଲପୁର ପୁଲିସକୁ ବଡ଼ ସଫଳତା: ୬ ଗିରଫ, ୮ ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ

Bartanews

ସମ୍ବଲପୁର ପୁଲିସକୁ ବଡ଼ ସଫଳତା: ୬ ଗିରଫ, ୮ ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ

ସମ୍ବଲପୁର: ସମ୍ବଲପୁର ପୁଲିସକୁ ମିଳିଛି ବଡ଼ ସଫଳତା।  ୬ ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଖରୁ ବିପୁଳ ପରିମାଣର ବନ୍ଧୁକ ସହ ମାରଣାସ୍ତ୍ର ଜବତ ହୋଇଛି ।

ସୂଚନା ଅନୁଯାୟୀ, ସମ୍ବଲପୁରର ଧନୁପାଲି , ଠେଲକୋଲୋଇ, ଅଇଁଠାପାଲି ଏବଂ ବୁର୍ଲା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ପୁଲିସ ଏହି ଚଢାଉରେ ୮ ଟି ବନ୍ଧୁକ , ୨୨ଗୁଳି,ଗୋଟିଏ ଖଣ୍ଡା, ୩ଟି ଗାଡି ସହ ୧୧ ଲକ୍ଷ ୨୦ ହଜ଼ାର ଟଙ୍କା ଜବତ ହୋଇଛି। ଜବତ ହୋଇଥିବା ବନ୍ଧୁକ ରାଜ୍ୟ ବାହାରୁ ଆସିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।

Leave a Comment