ବିଂଝାରପୁରରେ ଚାଞ୍ଚଲ୍ୟ: ମା’କୁ କଟୁରିରେ ହାଣି ହତ୍ୟା କଲା ପୁଅ

Bartanews

ବିଂଝାରପୁରରେ ଚାଞ୍ଚଲ୍ୟ: ମା’କୁ କଟୁରିରେ ହାଣି ହତ୍ୟା କଲା ପୁଅ

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୁଅ ନିଜର ବୃଦ୍ଧା ମା’କୁ ହତ୍ୟା କରିଛି। ପାରିବାରିକ କଳହ କାରଣରୁ ଗତକାଲି ବିଳମ୍ବିତ ରାତିରେ ମା’କୁ କଟୁରିରେ ହାଣି ମାରିଛି ପୁଅ।ମୃତକ ହେଉଛନ୍ତି ଶୁକଦେବ ଓଝାଙ୍କ ପତ୍ନୀ ପ୍ରେମଲତା ଓଝା(୬୦)।

ଗତକାଲି ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଗୋପାଳ କେଉଁଆଡ଼େ ଫେରାର ହୋଇଯାଇଥିଲା। ହେଲେ ଆଜି ସକାଳେ ପୁଲିସ ତାକୁ ବିଦାପଡ଼ା ଗାଁରୁ ଠାବ କରିଥିଲା। ଅଭିଯୁକ୍ତ ପୁଅ ଗୋପାଳ ଓଝାକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଏଣେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୁଲିସ।

ଅପରପକ୍ଷରେ ଅଭିଯୁକ୍ତ ଗୋପାଳର ବୟସ ୪୦ ବୋଲି ଜଣାପଡିଛି। ସେ ଅବିବାହିତ ଏବଂ ତାର ବାହାଘର ହୋଇପାରୁନଥିବା ହେତୁ ରାଗରେ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Leave a Comment