ଗ୍ୟାସ୍‌ ଟାଙ୍କି ଫାଟି ପୋଡ଼ିଗଲା ଦୋକାନ, ଅଳ୍ପକେ ବର୍ତ୍ତିଲେ ଲୋକେ

Bartanews

ଗ୍ୟାସ୍‌ ଟାଙ୍କି ଫାଟି ପୋଡ଼ିଗଲା ଦୋକାନ, ଅଳ୍ପକେ ବର୍ତ୍ତିଲେ ଲୋକେ

ଦଶରଥପୁର: ଗ୍ୟାସ୍‌ ଟାଙ୍କି ଫାଟି ପୋଡି ଗଲା ମିଠା ଦୋକାନ। ଅଳ୍ପକେ ବର୍ତ୍ତିଲେ ଦୋକାନୀ।ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ଅଫିସ ନିକଟରେ।

ସୂଚନା ଅନୁସାରେ ଆଜି ସକାଳ ସମୟରେ ଅଭିରାମ ସାହୁ ମିଠା ପ୍ରସ୍ତୁତି କରିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ଲିକେଜ ହୋଇ ହଠାତ ଟାଙ୍କି ବିସ୍ଫୋରଣ ହୋଇଥିଲା ।ଫଳରେ ଦୋକାନ ଘରର ଛପର ଉଡ଼ି ଯିବା ସହ ଦୋକାନରେ ଥିବା ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଭଲ ଭାବରେ ଜଣାଶୁଣା ମିଠା ଦୋକାନ ଭାବେ ପରିଚିତ। ପ୍ରଥମା ଅଷ୍ଟମୀ ଥିବାରୁ ଗ୍ରାହକଙ୍କ ପାଇଁ ଶହ ଶହ ମିଠା ପ୍ରସ୍ତୁତ ହୋଇ ରହିଥିଲା। କିନ୍ତୁ ନିଆଁର ଆଁରେ ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ସମୟରେ ଦୋକାନୀ ଜଣଙ୍କ ନିଜ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ପଳାଇ ଆସିଥିଲେ। ଦୋକାନରେ ଥିବା କିଛି ନଗଦ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଦଶରଥପୁର ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା।

Leave a Comment