ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

Bartanews

ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

ବିଞ୍ଝାରପୁର: ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ପାଇଁ ଟକ୍କର ହୋଇଥିଲା । ଭାରତ ଏହି ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା। ଫଳରେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହାକୁ ସହଜରେ ଗ୍ରହଣ କରିପାରି ନ ଥିେଲେ କ୍ରିକେଟ୍ ପ୍ରେମୀ । ଭାରତ କ୍ରିକେଟ ଖେଳରେ ହାରିଲା ବୋଲି ଜୀବନ ହାରିଛନ୍ତି ୨୩ ବର୍ଷୀୟ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ  ଜରୀ ପଞ୍ଚାୟତ କୁଳସାହି ଗ୍ରାମରେ।

ନୀଳମଣି ଦାସଙ୍କର ସାନ ପୁଅ ଦେବରଞ୍ଜନ ଦାସ କ୍ରିକେଟକୁ ଅତ୍ୟଧିକ ଭଲପାଆନ୍ତି । ଦେବ ଅନେକ ସମୟ ପର୍ଯ୍ୟନ୍ତ ଟିଭି ପରଦାରେ ଅପେକ୍ଷା ଚାହିଁ ରହିଥିଲେ । ଧିରେଧିରେ ଯେତେବେଳେ ଭାରତ ହାତରୁ ମ୍ୟାଚ୍ ଖସିଯାଉଥାଏ ସେତେବେଳେ ସେ ନିଜକୁ ବୁଝାଇ ପାରୁନଥିଲେ । ଏହାପରେ ଦେବରଞ୍ଜନ ଦାସଙ୍କର ଦେଖା ମିଳି ନ ଥିଲା । ଆଜି ସକାଳୁ ସକାଳୁ ପରିବାର ଲୋକ ଖୋଜା ଖୋଜି କରିଥିଲେ । ଅନେକ ସମୟ ଖୋଜା ଖୋଜି କରିବା ପରେ ପଡୋଶି ଛାତରେ ଥିବା ଏକ ରଡ଼ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ପୁଲିସ ଫାଣ୍ଡିକୁ ଖବର କରିଥିଲେ । ଖବର ପାଇ ଜରୀ ଫାଣ୍ଡି ଅଧିକାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ ।

Leave a Comment