ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣା, ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଦୌରା ଜଜ୍

Bartanews

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣା, ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଦୌରା ଜଜ୍

ଦାନଗଦି : ଗତ ତା ୨୦/୦୭/୨୦୨୦ ମସିହା ରେ କଳିଙ୍ଗନଗର ଥାନା ଅଞ୍ଚଳ ଚାନ୍ଦିଆ ପଞ୍ଚାୟତ ନିମପଲ୍ଲୀ ସୁରୀସାହି ରେ ଘଟିଥିଲା ଏକ ଲୋମହର୍ଷକାରି ଘଟଣା। ଗୁଣିଗାରେଡି ସନ୍ଦେହରେ ଦମ୍ପତି ଦ୍ୱୟଙ୍କୁ ଘର ଭିତରେ ସୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ ମାନେ । ଯାହାଫଳରେ ଉଭୟ ନିଆଁରେ ଜଳି ପୋଡି ମରିଯାଇଥିଲେ। ଏହି ଘଟଣାର ୩ ବର୍ଷ ପରେ ଆଜି ଚୁଡାନ୍ତ ରାୟ ପ୍ରକାଶ ପାଇଛି। ଯାଜପୁର ରୋଡ କୋର୍ଟରେ ୧୭ଜଣ ଅଭିଯୁକ୍ତ ଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକୁ ଜିଲ୍ଲା ଦୌରା ଜଜ୍।

ସୂଚନା ଅନୁଯାୟୀ, ଗତ ୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାହି ସ୍ଥିତ ନିଜ ଘରେ ଦମ୍ପତି ଶୈଳ ବାଲମୁଛ ଓ ସମ୍ବାରି ବାଲମୁଛ ଖାଈପିଇ ଶୋଇଥିଲେ । ହଠାତ ବିଳମ୍ବିତ ରାତିରେ ସେହି ଗାଁର କିଛି ଯୁବକ ଶୈଳ ବାଲମୁଛ ଙ୍କ ଘରେ ପଶି କାହିଁକି ଗୁଣିଗାରେଡି କରୁଛ କହି ବାଡାବାଡ଼ି କରିବା ସହିତ ଘରେ ନିଆଁ ଲଗେଇ ଦେଇଥିଲେ । ଫଳରେ ଦମ୍ପତି ଦୁଇଜଣ ଆଉ ଘରୁ ବାହାରି ନ ପାରି ପୋଡି ଯାଇ ମୃତ୍ୟୁ ବରଣ କରିଥିଲେ । ପରଦିନ ସକାଳୁ ସୁରେଶ ବାଲମୁଛ ଙ୍କ ପତ୍ନୀ ମାଳତୀ ବାଲମୁଛ କଳିଙ୍ଗନଗର ଥାନା ରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ସୁରୀସାହିରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଥିଲେ ଓ କେଶ ନମ୍ବର ୧୧୫/୨୦୨୦ ଦଫା ୩୦୨/୧୪୭/୧୪୮/୨୦୧/୪୩୬/୧୪୯ ଆଇ ପି ସି (୪ ଓ ପି ଡବ୍ଲୁ ଏଚ ) ଆକ୍ଟ ରେ ଏକ ମାମଲା ରୁଜୁ କରି ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲେ । ଅନ୍ୟ ଜଣେ ଫେରାର ହୋଇଥିଲେ। ଅନ୍ୟ ପକ୍ଷରେ ଦୀର୍ଘ ୩ ବର୍ଷ ପରେ ଆଜି ଏହି ଘଟଣାର ଶୁଣାଣି କରିଛନ୍ତି ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହୃଷିକେଶ ଆଚାର୍ୟ୍ୟ । ଶ୍ରୀ ଆଚାର୍ୟ୍ୟ ଆଜି ୨୪ ଜଣ ବ୍ୟକ୍ତିଙ୍କ ସାକ୍ଷ୍ୟଗ୍ରହଣ କରିବା ପରେ ଏହି ଘଟଣାରେ ଜଡିତ ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦେଶ ଡେଇଛନ୍ତି । ଏହି କେଶକୁ ସରକାରୀ ଓକିଲ ଭାବେ ପରିଚାଳନା କରୁଥୁଲେ ଆଇନୀଜୀବି ନିନେନ୍ଦୁ ଦାସ ଓ ରଜତ କୁମାର ରାଉତ ।

Leave a Comment