ଡମ୍ପିଙ୍ଗ ୟାର୍ଡ ବୁଲି ଦେଖିଲେ ବିଜେପିର ୧୨ ଜଣିଆ ଟିମ୍

Bartanews

ଡମ୍ପିଙ୍ଗ ୟାର୍ଡ ବୁଲି ଦେଖିଲେ ବିଜେପିର ୧୨ ଜଣିଆ ଟିମ୍

ଭୁବନେଶ୍ୱର: ବିଜେପିର ୧୨ ଜଣିଆ ଟିମ୍ ଡମ୍ପିଙ୍ଗ ୟାର୍ଡ ବୁଲି ଦେଖିଛନ୍ତି। ଦୀର୍ଘ ୮ ଦିନରୁ ଅଧିକ ହେବ ଭୁବନେଶ୍ୱର ସୈନିକ ସ୍କୁଲ ସାମ୍ନାରେ ବିଜେପି ଧାରଣାରତ ରହିଛି। ଭୁବନେଶ୍ୱର ସହର ମଝିରୁ ଅଳିଆ ହଟେଇବା ପାଇଁ ବାରମ୍ବାର ବିରୋଧ ପ୍ରଦର୍ଶନ କରିବା ସହିତ ବିଏମସି ଅଧିକାରୀଙ୍କ ନିକଟରେ ଦାବି ଜ‌ଣାଇ ସାରିଛନ୍ତି। ହେଲେ ଏହାର ସ୍ଥାୟୀ ସମାଧାନ ବାହାରୁ ନାହିଁ। ଦେଶର ବୋଧେ ଏକ ମାତ୍ର ସହର ଭୁବନେଶ୍ୱର ଯେଉଁଠି ଭୁବନେଶ୍ଵରର ସହର ମଝିରେ ଡମ୍ପିଂ ୟାର୍ଡ୍ ରହିଛି, ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଏହି ଟିମ୍। ପାଖରେ ସ୍କୁଲ, ଜନବସତି ରହିଛି ଏହା ସହିତ ଏହି ଡମ୍ପିଂ ୟାର୍ଡର ୪ କିଲୋମିଟର ପରିଧି ଦୁର୍ଗନ୍ଧରେ ଫାଟି ପଡ଼ୁଛି। ତେଣୁ ଖୁବ୍ ଶୀଘ୍ର ଏହାକୁ ଏଇ ସ୍ଥାନରୁ ହଟାଇବା ପାଇଁ ଦାବି କରିଛି ବିଜେପି।

Leave a Comment