ଦକ୍ଷିଣ ଏସୀୟ କରାଟେ: ଓଡ଼ିଶାକୁ ଆସିଲା ୫ ପଦକ

Bartanews

ଦକ୍ଷିଣ ଏସୀୟ କରାଟେ: ଓଡ଼ିଶାକୁ ଆସିଲା ୫ ପଦକ

ଭୁବନେଶ୍ବର: ନେପାଳରେ ଆୟୋଜିତ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସହ ୫ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫ ଜଣ ଭାଗ ନେଇଥିଲା ବେଳେ ସମସ୍ତେ ପଦକ ଜିତିଛନ୍ତି। ଶନିବାର ସୁରୋମିତା ସିହ୍ନା ଓ ସୁମନ ଶେଖର ଦାସ ସ୍ବର୍ଣ୍ଣ ଜିତିଥିଲେ। ରବିବାର ଭାରତୀୟ ମହିଳା କାଟା ଦଳ ରୌପ୍ୟ ଜିତିଥିଲା। ଏହି ଦଳରେ ଓଡ଼ିଶାର ଭାଲିନା ଭାଲେଣ୍ଟିନା ଓ ସୁରୋମିତା ସିହ୍ନା ରହିଥିଲେ। ଲୋମା ସ୍ବାଇଁ ମହିଳା ୫୦ କେଜି ଫାଇଟିଂରେ ‌ରୌପ୍ୟ ପାଇଥିଲେ। ବ‌ାଳକ କନିଷ୍ଠ ୭୬ କେଜି ଫାଇଟିଂରେ କାଂସ୍ୟ ପାଇଥିଲେ ଶୁଭକାନ୍ତ ବିଶ୍ବାଳ। ଏହି ସଫଳତା ଲାଗି ଓଡ଼ିଶା ରାଜ୍ୟ କରାଟେ ସଂଘ ତରଫରୁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛି।

Leave a Comment