ବିଜୟ ହଜାରେ ଟ୍ରଫି: ସିକ୍କିମକୁ ହରାଇଲା ଓଡ଼ିଶା

Bartanews

ବିଜୟ ହଜାରେ ଟ୍ରଫି: ସିକ୍କିମକୁ ହରାଇଲା ଓଡ଼ିଶା

କଟକ: ବିଜୟ ହଜାରେ ଟ୍ରଫିରେ ରବିବାର ଓଡ଼ିଶା କ୍ରମାଗତ ବିଜୟ ପାଇଛି। ବାଙ୍ଗାଲୋରର ଆଲୁର କ୍ରିକେଟ୍‌ ଷ୍ଟାଡିୟମରେ ଓଡ଼ିଶା ୯ ୱିକେଟ୍‌ରେ ସିକ୍କିମ୍‌କୁ ପର‌ାସ୍ତ କରିଛି। ଓଡ଼ିଶା ଟସ୍ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ସିକ୍କିମ୍‌ ପ୍ରଥମେ ବ୍ୟାଟିଂ କରି ୩୪.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୧ ରନ୍‌ କରିଥିଲା। ଓଡ଼ିଶାର ଦେବବ୍ରତ ପ୍ରଧାନ ଓ ତରଣୀ ସ’ଙ୍କ ବୋଲିଂକୁ ସିକ୍କିମ୍‌ ବ୍ୟାଟ୍‌ସମ୍ୟାନ୍‌ ସାମ୍ନା କରି ପାରି ନଥିଲେ। ଦେବବ୍ରତ ୮.୪ ଓଭରରେ ୪ ମେଡେନ୍‌ ସହ ୧୬ ରନ୍‌ ଦେଇ ୪ ୱିକେଟ୍‌ ନେଇଥିଲେ। ସେହିଭଳି ତରଣୀ ମଧ୍ୟ ୭ ଓଭର ପକାଇ ୩୭ ରନ୍ ବିନିମୟ‌ରେ ୩ ୱିକେଟ୍ ନେଇଥିଲେ। ଜବାବ‌ରେ ଓଡ଼ିଶା ୨୧.୫ ଓଭରରେ ମାତ୍ର ୧ ୱିକେଟ୍‌ ହରାଇ ୧୧୭ ରନ୍‌ କରି ବିଜୟୀ ହୋଇଥିଲା। ସନ୍ଦୀପ ପଟ୍ଟନାୟକ ୫୭ ରନ୍ (୬୧ ବଲ୍‌, ୩ ଚୌକା, ୨ ଛକା) ଓ କାର୍ତ୍ତିକ ବିଶ୍ବାଳ ୪୪ ରନ୍‌ (୬୩ ବଲ୍‌, ୩ ଚୌକା) ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଥିଲେ।

Leave a Comment