ବିରାଟଙ୍କ ଅଧିନାୟକତ୍ବ ଛାଡ଼ିବାକୁ ନେଇ ବଡ଼ ଖୁଲାସା କଲେ ବିସିସିଆଇର ପୂର୍ବତନ ସଭାପତି ‌ସୌରଭ ଗାଙ୍ଗୁଲୀ

Bartanews

ବିରାଟଙ୍କ ଅଧିନାୟକତ୍ବ ଛାଡ଼ିବାକୁ ନେଇ ବଡ଼ ଖୁଲାସା କଲେ ବିସିସିଆଇର ପୂର୍ବତନ ସଭାପତି ‌ସୌରଭ ଗାଙ୍ଗୁଲୀ

ନୂଆଦିଲ୍ଲୀ: ବିସିସିଆଇର ପୂର୍ବତନ ସଭାପତି ‌ସୌରଭ ଗାଙ୍ଗୁଲୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ଉଜ୍ଜ୍ବଳତମ ‌ଖେଳାଳି ବିରାଟ କୋହଲି ଟି-୨୦ ଦଳର ଅଧିନାୟକତ୍ୱ ଛାଡିବା ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ ଏପରି ଏକ ଖୁଲାସା କରିଛନ୍ତି ଯାହା ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେ କହିଛନ୍ତି, “ମୁଁ ବିରାଟ କୋହଲିଙ୍କୁ ଟି -୨୦ ଦଳର ଅଧିନାୟକତ୍ୱ ଛାଡ଼ିବାକୁ କେବେ ବି କହିନାହିଁ। ବିରାଟ ‌ଯେତେବେଳେ କହିଲେ କି ସେ ଟି-୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ଚାହୁଁଛନ୍ତି, ମୁଁ ସେତେବେଳେ କେବଳ କହିଥିଲି କି ଯଦି ତୁମେ ଟି -୨୦ର ଅଧିନାୟକତ୍ୱ ପଦ ଛାଡିବାକୁ ଚାହୁଁଛ ତ ହ୍ବାଇଟ୍‌ ବଲ୍‌ ଅଧିନାୟକତ୍ବରୁ ବି ଇସ୍ତଫା ଦେବାକୁ ହେବ।’’

ଆପଣଙ୍କୁ କହିରଖୁଛୁ ଯେ ଟି -୨୦ ବିଶ୍ୱକପ ୨୦୨୧ରେ ଭାରତର ପରାଜୟ ପରେ ବିରାଟ କୋହଲି ଭାରତୀୟ ଟି -୨୦ ଦଳର ଅଧିନାୟକତ୍ୱ ଛାଡ଼ିଥିଲେ। ଏହାପରେ ତାଙ୍କୁ ଦିନିକିଆ ଅନ୍ତର୍ଜାତୀୟର ଅଧିନାୟକତ୍ୱ ପଦରୁ ହଟାଇ ଦିଆଯାଇଥିଲା ଏବଂ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଥିଲା। ଏହାପରେ ସେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଥିଲେ।

ଆମେ ଆପଣଙ୍କୁ କହିବାକୁ ଚାହୁଁ  ଯେ ଯେତେବେଳେ ବିରାଟ କୋହଲିଙ୍କୁ ଦିନିକିଆ ଅନ୍ତର୍ଜାତୀୟ ଅଧିନାୟକତ୍ୱରୁ ହଟାଇ ଦିଆଯାଇଥିଲା, ସେତେବେଳେ ସେ କହିଥିଲେ ଯେ ତାଙ୍କୁ ଟି-୨୦ ଦଳର ଅଧିନାୟକତ୍ୱ ଛାଡିବାକୁ କେହି ବାରଣ କରିନଥିଲେ। ହେଲେ ନିକଟରେ ଗାଙ୍ଗୁଲୀଙ୍କ ବୟାନ ସଭିଁଙ୍କୁ ଚକିତ କରିଦେଇଛି। ଗାଙ୍ଗୁଲୀଙ୍କ ବୟାନ ପରେ ସୋସିଆଲ୍‌ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ୍‌ କରାଯାଉଛି।

Leave a Comment