ମୃତ୍ୟୁର କିଛିଦିନ ପୂର୍ବରୁ ଦୀନେଶ ଫଡନିସ କରିଥିବା ପୋଷ୍ଟକୁ ଦେଖି ଭାବବିହ୍ବଳ ହୋଇପଡ଼ୁଛନ୍ତି ପ୍ରଶଂସକ

Bartanews

ମୃତ୍ୟୁର କିଛିଦିନ ପୂର୍ବରୁ ଦୀନେଶ ଫଡନିସ କରିଥିବା ପୋଷ୍ଟକୁ ଦେଖି ଭାବବିହ୍ବଳ ହୋଇପଡ଼ୁଛନ୍ତି ପ୍ରଶଂସକ

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ କ୍ରାଇମ ସୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଦୀନେଶ ଫଡନିସଙ୍କର ଡିସେମ୍ବର ୪ ତାରିଖରେ ଦେହାନ୍ତ ହୋଇଯାଇଛି । ମଲ୍ଟି ଅର୍ଗାନ ଫେଲ୍ୟୁୟର ହେତୁ ଦୀନେଶଙ୍କର ମୁମ୍ବାଇର କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ଗତକାଲି ୧୨ ଟା.୦୮ରେ ପରଲୋକ ହୋଇଯାଇଛି।

ଦୀନେଶଙ୍କ ଏଭଳି ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ଗତ ନଭେମ୍ବର ୨୦ ତାରିଖରେ ଦୀନେଶଙ୍କ ବିବାହ ବାର୍ଷିକୀ ଥିବା ହେତୁ ଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ସ୍ବାମୀ-ସ୍ତ୍ରୀଙ୍କ ସମେତ ତାଙ୍କ ପରିବାର ବେଶ ଖୁସିରେ ସମୟ ବିତାଇଥିଲେ। ଏହି ଖୁସି ମୁହୂର୍ତ୍ତର ଫଟୋକୁ ଦୀନେଶ ସୋସିଆଲ ମିଡିଆରେ ପୋଷ୍ଟ ବି କରିଥିଲେ।

ଏତଦ୍‌ବ୍ୟତୀତ ଦୀନେଶ ତାଙ୍କ ନାତୁଣୀଙ୍କ ସହିତ ଖୁବ ଜଡ଼ିତ। ସେ ପ୍ରାୟତଃ ନାତୁଣୀ ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି। ନିକଟରେ ବି ଦୀନେଶ ନାତୁଣୀଙ୍କ ସହ ଏକ ସୁନ୍ଦର ଫଟୋ ପୋଷ୍ଟ କରିଥିଲେ।

ଏହି ଦୁଃଖଦ ଖବର ପରେ ଦୀନେଶଙ୍କ ପରିବାରଲୋକଙ୍କ ସହ ଶେଷ ଫଟୋ ଓ ପୋଷ୍ଟକୁ ଦେଖି ‌ଲୋକେ ଭାବବିହ୍ବଳ ହୋଇପଡ଼ିଛନ୍ତି, ଆଉ କହୁଛନ୍ତି ଜୀବନରେ କେତେବେଳେ ଯେ କ’ଣ ହେବ କେହି କହି ପାରିବେ ନାହିଁ। ଦେଖୁ ନ‌ାହାନ୍ତି କିଛିଦିନ ପୂର୍ବରୁ ହସଖୁସିରେ ପରିବାର ସହିତ ଥିବା ଲୋକଟି ଆଜି ଦୁନିଆକୁ ଅଲବିଦା କହି ଚାଲିଯାଇଛି। ବିଶ୍ବାସ ବି କରି ହେଉନାହିଁ !

Leave a Comment