Odisha Vigilance raid
ଭିଜିଲାନ୍ସ ଜାଲରେ RWSS ର ଅଧିକ୍ଷଣ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି
କାମାକ୍ଷାନଗର: ଭିଜିଲାନ୍ସ ଜାଲରେ RWSS ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ଭୁବନେଶ୍ୱର RWSS ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ। ଡିହଡୋଳ ସ୍ଥିତ ବାସଭବନ, ପଙ୍ଗାତିରା ସ୍ଥିତ ଶ୍ୱଶୁର ଘର ଏବଂ ଭୁବନେଶ୍ୱର, ଢେଙ୍କାନାଳ ,ଅନୁଗୁଳ ସମେତ ୮ଟି ସ୍ଥାନରେ ଚଢ଼ାଉ ଜାରି ରହିିଛି । ଏହି ରେଡ଼ରେ ୮ଟି ଟିମ୍ ସାମିଲ୍ ଥିବା ସୂଚନା । ପରଜଙ୍ଗର […]
ଲାଞ୍ଚ ନେବା ବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ
ଚମ୍ପୁଆ/ କେନ୍ଦୁଝର: ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଛୁଟି ଦରମା କରାଇଦେବା ପାଇଁ ଜଣେ ପଶୁ ଡାକ୍ତରଙ୍କ ଠାରୁ ୧୦ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ […]
ମାମଲା ରଫାଦଫା ପାଇଁ ନେଉଥିଲେ ଲାଞ୍ଚ, ଏସଆଇକୁ ମାଡ଼ିବସିଲା ଭିଜିଲାନ୍ସ
ଭୁବନେଶ୍ବର: ଲାଞ୍ଚୁଆ ଏସଆଇକୁ ଗିରଫ କଲା ଭିଜିଲାନ୍ସ । ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଲାଞ୍ଚନେଲା ବେଳେ ମାଡ଼ିବସିଛି ଭିଜିଲାନ୍ସ । ଏସଆଇ ସୁଶାନ୍ତ ସ୍ୱାଇଁ ନାକା ଗେଟ ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖଣ୍ଡଗିରି ଥାନା କେସ ନମ୍ବର ୨୨/୨୧ର ରଫାଦଫା ପାଇଁ ଉକ୍ତ ଟଙ୍କା ଲାଞ୍ଚ ନେଉଥିଲେ। ୫ଶହ ଟଙ୍କିଆ ବଣ୍ଡଲ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଛି। ପରେ ସୁଶାନ୍ତଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ […]
ଭିଜିଲାନ୍ସ ଜାଲରେ ପୁରୀ ସବ୍ ରେଜିଷ୍ଟ୍ରାର ଅଫିସର ମୁଖ୍ୟ କିରାଣି
ଭୁବନେଶ୍ବର: ବନ୍ଧା ହେଲେ ପୁରୀ ସବ୍ ରେଜିଷ୍ଟ୍ରାର ଅଫିସର ମୁଖ୍ୟ କିରାଣି । ରଘୁନାଥ ବିଷୋୟୀଙ୍କୁ ଗିରଫ କଲା ଭୁବନେଶ୍ବର ଭିଜିଲାନ୍ସ ଟିମ୍ । ଜମି ବିକ୍ରି କାଗଜପତ୍ର କରାଇ ଦେବାକୁ ନେଉଥିଲେ ଲାଞ୍ଚ । ପୂର୍ବରୁ ୫ହଜାର ଟଙ୍କା ନେଇଥିଲେ । ଆଜି ବଳକା ଆଉ ୫ହଜାର ଟଙ୍କା ନେଉଥିବା ବେଳେ ରଘୁନାଥ ବିଶୋଇଙ୍କୁ ମାଡି ବସିଛି ଭିଜିଲାନ୍ସ । ଅଧିକ ପଚରା ଉଚୁରା ପାଇଁ ତାଙ୍କୁ ଅଟକ ରଖିଛି ପୁଲିସ।
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
ଭୁବନେଶ୍ବର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କଟକ ସଦର ବ୍ଲକ ସହକାରୀ ଇଂଜିନିୟର ବିକାଶ ଚନ୍ଦ୍ର ଭୂୟାଁ। ଚାରୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଚଢ଼ାଉରେ ଭିଜିଲାନ୍ସର ୩ ଡ଼ିଏସପି, ୪ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଏହି ଚଢ଼ାଉ ଚାଲିଛି । କଟକ ଜିଲା ନରସିଂହପୁର ପୈତୃକ ଘର ଓ ସଦର ବ୍ଲକ କାର୍ଯ୍ୟାଳୟରେ ମଧ୍ୟ […]
ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜେଣ୍ଡର କୋର୍ଡିନେଟର, ୩ଟି ସ୍ଥାନରେ ଚଢାଉ ଜାରି
ବଲାଙ୍ଗିର: ଭିଜିଲାନ୍ସ ଜାଲରେ ମହିଳା ଅଧିକାରୀ । ଭିଜିଲାନ୍ସ ଜାଲରେ ଜେଣ୍ଡର କୋର୍ଡିନେଟରର ପୁଷ୍ପାଙ୍ଗିନୀ ଯୋଶୀ । ବଲାଙ୍ଗୀର DPC କାର୍ଯ୍ୟାଳୟର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗିନୀ। ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି। ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବିନିଯୋଗ ପ୍ରମାଣପତ୍ର ଓ ଏନଓସି ପାଇଁ ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଗିରଫ କରିଛିି। ଏଥିସହ ୩ଟି ସ୍ଥାନରେ ଚଢାଉ ଚାଲିଛି […]
ଲାଞ୍ଚ ନେଇ ଧରାପଡିଲେ ଜିଆରଏସ ଓ ତାଙ୍କ ସହଯୋଗୀ
ନୂଆପଡ଼ା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସୁନାରୀ ସିକୁଆଁ ପଞ୍ଚାୟତର ଜିଆରଏସ ଲାଞ୍ଚ ନେଇ ଧରାପଡିଛନ୍ତି। ଟଙ୍କା ନେଉଥିବା ସମୟରେ ତାଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କୁ କୋରାପୁଟ ଭିଜିଲାନ୍ସ ଟିମ୍ ଗିରଫ କରିଛି । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଜିଆରଏସ ଓ ଅନ୍ୟ ଜଣେ ସହଯୋଗୀ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସୁନାରୀ ସିକୁଆଁ ପଞ୍ଚାୟତର ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଓ ଅନ୍ୟ […]
ଭିଜିଲାନ୍ସ ଜାଲରେ ମୋଟୁ ସର୍କଲର ଆରଆଇ, ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ
ମାଲକାନାଗିରି: ଭିଜିଲାନ୍ସ ଜାଲରେ ଆରଆଇ ଅଫିସର । ମାଲକାନଗିରି ଜିଲ୍ଲା ମୋଟୁ ତହସିଲର ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ସୂରଜଚନ୍ଦ୍ର ବଳଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏକ ଜବରଦଖଲ ମାମଲାରେ ନୋଟିସ୍ ଜାରି କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୂରଜଚନ୍ଦ୍ର ବଳ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଗିରଫ ଆରଆଇଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା […]
ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁରର ଗ୍ରାମୀଣ ସବ୍-ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅର୍ଜୁନ କୁମାର ସାହୁଙ୍କ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୮ ଡିଏସପି, ୮ ଇନିସପେକ୍ଟର ଓ ୭ ଏସଆଇ ସାମିର ରହିଛନ୍ତି। ଭୁବନେଶ୍ବରର, କଟକ, କେନ୍ଦ୍ରାପଡା ସମେତ ସରକାରୀ ବାସଭବନ, ଅଫିସ କାର୍ଯ୍ୟଳୟ ଓ ରାୟପୁର ସ୍ଥିତ ତାଙ୍କ […]
ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ
ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ। ସୂଚନା ଅନୁଯାୟୀ, ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ ଜଣେ ବ୍ୟକ୍ତିଙ୍କୁ ଚାଷଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ନେଇ ରିପୋର୍ଟ ଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଅଭିଯୋଗକାରୀ ଏନେଇ ଅକ୍ଷମତା ପ୍ରକାଶ କରିଥିଲେ। ଅଭିଯୋଗକାରୀ ଭିଜିଲାନ୍ସର […]