ଭିଜିଲାନ୍ସ ଜାଲରେ ମୋଟୁ ସର୍କଲର ଆରଆଇ, ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ

Bartanews

ଭିଜିଲାନ୍ସ ଜାଲରେ ମୋଟୁ ସର୍କଲର ଆରଆଇ, ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ

ମାଲକାନାଗିରି: ଭିଜିଲାନ୍ସ ଜାଲରେ ଆରଆଇ ଅଫିସର । ମାଲକାନଗିରି ଜିଲ୍ଲା ମୋଟୁ ତହସିଲର ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ସୂରଜଚନ୍ଦ୍ର ବଳଙ୍କୁ ଭିଜିଲାନ୍ସ ଗିରଫ କରିଛି।  ଏକ ଜବରଦଖଲ ମାମଲାରେ ନୋଟିସ୍ ଜାରି କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୂରଜଚନ୍ଦ୍ର ବଳ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଗିରଫ ଆରଆଇଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।

Leave a Comment