ଲାଞ୍ଚ ନେଇ ଧରାପଡିଲେ ଜିଆରଏସ ଓ ତାଙ୍କ ସହଯୋଗୀ

Bartanews

ଲାଞ୍ଚ ନେଇ ଧରାପଡିଲେ ଜିଆରଏସ ଓ ତାଙ୍କ ସହଯୋଗୀ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସୁନାରୀ ସିକୁଆଁ ପଞ୍ଚାୟତର ଜିଆରଏସ ଲାଞ୍ଚ ନେଇ ଧରାପଡିଛନ୍ତି। ଟଙ୍କା ନେଉଥିବା ସମୟରେ ତାଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କୁ କୋରାପୁଟ ଭିଜିଲାନ୍ସ ଟିମ୍ ଗିରଫ କରିଛି । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଜିଆରଏସ ଓ ଅନ୍ୟ ଜଣେ ସହଯୋଗୀ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସୁନାରୀ ସିକୁଆଁ ପଞ୍ଚାୟତର ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଓ ଅନ୍ୟ ଜଣେ ସହଯୋଗୀ କଳାକାନ୍ତ ପ୍ରଧାନ । ମନରେଗା କାମର ମାଷ୍ଟର ରୋଲ୍ ତିଆରି କରିବା ସହ ଟଙ୍କା ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ । ଯେଉଁଥି ପାଇଁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସ୍ବାମୀ । ଯୋଜନା ବଦ୍ଧ ଭାବେ ଟଙ୍କା ନେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି ।

Leave a Comment