ଜିଲ୍ଲା

ପ୍ରେମିକ ସହ ମିଶି ନିଜ ଅଢ଼େଇ ବର୍ଷର ପୁଅକୁ କଚାଡି ମାରିଦେଲା ଜନ୍ମ କଲା ମା’

ପ୍ରେମିକ ସହ ମିଶି ନିଜ ଅଢ଼େଇ ବର୍ଷର ପୁଅକୁ କଚାଡି ମାରିଦେଲା ଜନ୍ମ କଲା ମା’

Bartanews

ପଟ୍ଟାମୁଣ୍ଡାଇ: ଜନ୍ମ କଲା ମାଆ ସାଜିଲା ପିଶାଚି। ପ୍ରେମିକ ସହିତ ମିଶି ନିଜର ଅଢ଼େଇ ବର୍ଷର ପୁଅକୁ କଚାଡି ମାରିଦେଲା ଜନ୍ମ କଲା ମାଆ।  ପଟ୍ଟାମୁଣ୍ଡାଇ ଚୁନିଢିଅ ପାଖରେ ଭଡାରେ ରହୁଥିଲା ସ୍ତ୍ରୀ। ସ୍ଵାମୀ ବାହାରେ ରହୁଥିବାର ସୁଯୋଗ ନେଇ ବର୍ଷେ ହେବ ଅନୈତିକ ସମ୍ପର୍କ ରଖିଥିଲେ ପ୍ରେମୀ ଯୁଗଳ। ନିଜ ଛୁଆକୁ ପ୍ରେମିକ ସହ ମଶି କଚାଡି ମାରିଦେଇଛି ପିସାଚି ମାଆ। ଉକ୍ତ ମହିଳାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ ମାଟିଆ ପଡା ଗାଁରେ ହୋଇଥିବା ବେଳ […]

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ

ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ ଏପିଓ, ବିଲ୍ କରାଇବା ପାଇଁ ନେଉଥିଲେ ଲାଞ୍ଚ

Bartanews

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକର ଏପିଓ ସୁଶାନ୍ତ ଦାସ । ଜଣଙ୍କ ବିଲ କରିବାକୁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରପଡିଛନ୍ତି ସୁଶାନ୍ତ। ଏହାପରେ ବଙ୍ଗୋମୁଣ୍ଡା ଅସୁଲ୍ହା ଗାଁରେ ଥିବା ତାଙ୍କର ବାସଭବନ ଓ ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ବରଗଡ଼ ଭିଜିଲାନ୍ସ ଟିମର ଚଢାଉ କରିଛି। ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମର ଚଢାଉ ଜାରି ରହିଛି।

ନାତିର କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

ପାରିବାରିକ କଳହର କରୁଣ ପରିଣତି: ମହିଳାଙ୍କୁ ହତ୍ୟା କଲେ ଦୁଇ ଦେଢଶୁର ଓ ଦିଅର

Bartanews

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଗମ୍ଭାରୀମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଙ୍କାଳ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କର ଦୁଇ ଦେଢ଼ଶୁର ଓ ଜଣେ ଦିଅର ଘରୁ ଟାଣି ଆଣି ରାସ୍ତା ମଝିରେ ମାରଣାସ୍ତ୍ରରେ ବିଭତ୍ସ ହତ୍ୟା କରିଛନ୍ତି। ମୃତୁ ମହିଳା ଜଣଙ୍କ ହେଲେ ସୁବାଷ ରାଉତରାୟଙ୍କ ପତ୍ନୀ ମିନାକ୍ଷୀ ରାଉତରାୟ (୪୪)। ଖବର ନେବାରେ ଜଣାଯାଇଛି ଯେ, ସ୍ଵର୍ଗତ ହାଡୁ ରାଉତରାୟଙ୍କ ଚାରି ପୁଅ ମଧ୍ୟରୁ ଦୁଇ ଜଣ ଗ୍ରାମ […]

ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ପୁଲିସ ଏସଆଇ, ୫ ମହିଳା ଗିରଫ

ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ପୁଲିସ ଏସଆଇ, ୫ ମହିଳା ଗିରଫ

Bartanews

ଟାଙ୍ଗୀ: ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଜମି ଜମା ବିବାଦକୁ କେନ୍ଦ୍ର କରି ଦୁଇ ପକ୍ଷଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ଲାଗିଥିବା ଖବର ପାଇ ଘଟଣା ସ୍ଥଳକୁ ଫାଣ୍ଡି ଅଧିକାରୀ ଯାଇଥିଲେ। ବିବାଦର ଅନୁଧ୍ୟ୍ୟାନ କରି ଫେରୁଥିବା ବେଳେ ଗୋଟିଏ ଗୋଷ୍ଠୀର ଲୋକେ ଠେଙ୍ଗାରେ ଆକ୍ରମଣ କରିଥିଲେ।  ବାଡି ଓ କଟୁରୀରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଫାଣ୍ଡି ଅଧିକାରୀ ପୋଲିସ୍ ଏସଆଇ ଆହତ ହୋଇଥିବା ବେଳେ ଅଳ୍ପକେ ଅନ୍ୟଜଣେ ଏସଆଇ ପ୍ରସନ୍ନ କୁମାର […]

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ

Bartanews

ବାଲେଶ୍ୱର: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ । ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। ସୂଚନା ଅନୁଯାୟୀ, ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵରସ୍ଥିତ ଅଫିସ, ରାୟଗଡା କସ୍ତୁରିନଗର ସ୍ଥିତ […]

କନ୍ଧମାଳରେ ପୁଣି ଲଜ୍ଜା: ମାନସିକ ବିକଳାଙ୍ଗ ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରି ଫିଙ୍ଗିଦେଲେ ଦୁର୍ବୃତ୍ତ

କନ୍ଧମାଳରେ ପୁଣି ଲଜ୍ଜା: ମାନସିକ ବିକଳାଙ୍ଗ ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରି ଫିଙ୍ଗିଦେଲେ ଦୁର୍ବୃତ୍ତ

Bartanews

ରାଇକିଆ: କନ୍ଧମାଳରେ ପୁଣି ଲଜ୍ଜା। ଜଣେ ସାମାନ୍ୟ ମସ୍ତିସ୍କ ବିକଳାଙ୍ଗ ବିବାହିତା ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରିଛନ୍ତି ଅଜ୍ଞାତ ଦୁର୍ବୃତ୍ତ। ତା’ପରେ ରାସ୍ତାକଡ଼େ ଅଚେତ ଅବସ୍ଥାରେ ଫିଙ୍ଗି ଚାଲି ଯାଇଛନ୍ତି। ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ନିକଟରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି। ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏ ନେଇ ପୀଡ଼ତାଙ୍କ ସ୍ବାମୀ ଘୁ.ଉଦୟଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ କେସ୍‌ ନଂ ୧୩୯/୨୨ ରେ ଏକ ମାମଲା ରୁଜୁ […]

ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ; 4ଡକାୟତ ଗିରଫ, ଜଣେ ଫେରାର

ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ; 4ଡକାୟତ ଗିରଫ, ଜଣେ ଫେରାର

Bartanews

ଭୁବନେଶ୍ବର : ଲିଙ୍ଗରାଜ ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ, ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ । ଟାର୍ଗେଟରେ ଥିଲେ ମହିଳା, ରାଜଧାନୀରେ ବୁଲାଇଥାନ୍ତେ କଳାକନା । କଳା ପଲସରରେ ଆସି ଲଙ୍କା ଗୁଣ୍ଡ ପକାଇ ଲୁଟ କରିବାକୁ ରଚିଥିଲେ ଷଡ଼ଯନ୍ତ୍ର । ଡକାୟତି ଯୋଜନା ପଣ୍ଡ, 4ଡକାୟତ ଗିରଫ, ଜଣେ ଫେରାର । ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ । ବଶିଷ୍ଟ ନଗର କ୍ୟାନେଲ ବନ୍ଧ ରୋଡ଼ରେ କରୁଥିଲେ […]

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

ପୁଣି ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନସୁଗର, ଜଣେ ଗିରଫ

Bartanews

ବାଲେଶ୍ୱର: ପୁଣି ଜବତ ହେଲା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର। ବାଲେଶ୍ୱର ରେଲୱେ ପ୍ଲାଟଫର୍ମ ନିକଟରୁ ୧ କେଜି ଓଜନର ବ୍ରାଉନସୁଗର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଜବତ କରିବା ସହ ଜଣକୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ସଟିଏଫ ଟିମ ଗିରଫ ଅଭିଯୁକ୍ତକୁ ଜେରା ପାଇଁ କଟକ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଗତ ସୋମବାର ରାତି ଠାରୁ […]

ବେଫିକର ନିଶା ବେପାରୀ: ଦୋକାନରୁ ଜବତ ହେଲା ୪ଶହ ବୋତଲ କଫସିରଫ ଓ ନିଶା ବଟିକା

ବେଫିକର ନିଶା ବେପାରୀ: ଦୋକାନରୁ ଜବତ ହେଲା ୪ଶହ ବୋତଲ କଫସିରଫ ଓ ନିଶା ବଟିକା

Bartanews

ବଲାଙ୍ଗିର: ବଲାଙ୍ଗିର ସହରରେ କଫସିରଫ ଓ ନିଶା ବଟିକାର ବେଆଇନ କାରବାର ଚରମସୀମାରେ ପହଞ୍ଚିଥିବା ବେଳେ ଏହି ବେଆଇନ ବ୍ୟବସାୟ ଏବେ କୁଟୀର ଶିଲ୍ପରେ ପରିଣତ ହେବାରେ ଲାଗିଛି । ସହର ଗଳି, ବସ୍ତି ଭିତରେ କଫସିରଫ ଓ ନିଶା ବଟିକା ଘରେ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ରୋକିବାରେ ବିଫଳ ବଲାଙ୍ଗିର ପୁଲିସ । ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ବ୍ୟବସାୟୀ ବେଫିକର ଥିବା ବେଳେ ଆଖି ବନ୍ଦ କରି ପୁଲିସ ମଧ୍ୟ […]

ନିଶା କାରବାର ଉପରେ STF ର ଜିରୋ ଟଲେରାନ୍ସ, ଜବତ ହେଲା ଅଧକିଲୋରୁ ଉର୍ଦ୍ଧ୍ବ ବ୍ରାଉନସୁଗର

ପୁଲିସ କବଜାରେ ୪ ଧଳା ଜହର ବେପାରୀ, ଜବତ ହେଲା ୫ଶହ ପ୍ୟାକେଟ ବ୍ରାଉନସୁଗର

Bartanews

ଧର୍ମଶାଳା: ଯାଜପୁର  ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ହାତରେ ଏବେ ୪ ଧଳା ଜହର ବେପାରୀ। ସେମାନଙ୍କୁ ଧର୍ମଶାଳା ପୁଲିସର ଜିମା ଦିଆଯାଇଛି। ତଦନ୍ତରେ ବାଧା ଦୃଷ୍ଟିରୁ ସୂଚନାକୁ ଗୋପନୀୟ ରଖାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଧରାପଡିଥିବା ଅଭିଯୁକ୍ତ ବେପାରୀକୁ ଗତ କିଛି ଦିନ ହେଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ତାର ଗତିବିଧିକୁ ନଜର କରି ଆସୁଥିଲା। ମୋବାଇଲ  ଫୋନକୁ ମଧ୍ୟ ଟ୍ରାକ କରୁଥିଲା। ଏନେଇ ଗତ କାଲି ପୁଲିସ ଅଭିଯୁକ୍ତକୁ ଧର୍ମଶାଳା ଥାନା […]