ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ପୁଲିସ ଏସଆଇ, ୫ ମହିଳା ଗିରଫ

Bartanews

ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ପୁଲିସ ଏସଆଇ, ୫ ମହିଳା ଗିରଫ

ଟାଙ୍ଗୀ: ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଜମି ଜମା ବିବାଦକୁ କେନ୍ଦ୍ର କରି ଦୁଇ ପକ୍ଷଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ଲାଗିଥିବା ଖବର ପାଇ ଘଟଣା ସ୍ଥଳକୁ ଫାଣ୍ଡି ଅଧିକାରୀ ଯାଇଥିଲେ। ବିବାଦର ଅନୁଧ୍ୟ୍ୟାନ କରି ଫେରୁଥିବା ବେଳେ ଗୋଟିଏ ଗୋଷ୍ଠୀର ଲୋକେ ଠେଙ୍ଗାରେ ଆକ୍ରମଣ କରିଥିଲେ।  ବାଡି ଓ କଟୁରୀରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଫାଣ୍ଡି ଅଧିକାରୀ ପୋଲିସ୍ ଏସଆଇ ଆହତ ହୋଇଥିବା ବେଳେ ଅଳ୍ପକେ ଅନ୍ୟଜଣେ ଏସଆଇ ପ୍ରସନ୍ନ କୁମାର ଜେନା ବର୍ତ୍ତିଯାଇଛନ୍ତି। ପ୍ରସନ କୁମାର ଜେନା କୁହୁଡି ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତ। ଗତ କାଲି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅନ୍ତର୍ଗତ ସୋରଣ କୁମ୍ଭାର ସାହିରେ ଗଣ୍ଡଗୋଳ ଖବର ଶୁଣି ଘଟଣା ସ୍ଥଳକୁ ଯାଇଥିଲେ ।

Leave a Comment