କନ୍ଧମାଳରେ ପୁଣି ଲଜ୍ଜା: ମାନସିକ ବିକଳାଙ୍ଗ ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରି ଫିଙ୍ଗିଦେଲେ ଦୁର୍ବୃତ୍ତ

Bartanews

କନ୍ଧମାଳରେ ପୁଣି ଲଜ୍ଜା: ମାନସିକ ବିକଳାଙ୍ଗ ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ରାଇକିଆ: କନ୍ଧମାଳରେ ପୁଣି ଲଜ୍ଜା। ଜଣେ ସାମାନ୍ୟ ମସ୍ତିସ୍କ ବିକଳାଙ୍ଗ ବିବାହିତା ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରିଛନ୍ତି ଅଜ୍ଞାତ ଦୁର୍ବୃତ୍ତ। ତା’ପରେ ରାସ୍ତାକଡ଼େ ଅଚେତ ଅବସ୍ଥାରେ ଫିଙ୍ଗି ଚାଲି ଯାଇଛନ୍ତି। ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ନିକଟରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି। ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏ ନେଇ ପୀଡ଼ତାଙ୍କ ସ୍ବାମୀ ଘୁ.ଉଦୟଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ କେସ୍‌ ନଂ ୧୩୯/୨୨ ରେ ଏକ ମାମଲା ରୁଜୁ କରିଛି। ପୁଲିସ ପୀଡ଼ିତାଙ୍କୁ ଫୁଲବାଣୀରେ ଡାକ୍ତରୀମାଇନା କରିବା ପାଇଁ ନେଇଥିବା ବେଳେ ଥାନା ଅଧିକାରୀ ଅଜୟ ସ୍ୱାଇଁ ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି। ପୁଲିସ ଘଟଣାରେ ତନାଘନା ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ ଏବେ ପୁଲିସ ଖୋଜୁଥିବା କହିଛି ।

 

 

Leave a Comment