ଶୀତଦିନର ଷ୍ଟାଇଲିସ୍‌ ଲୁକ୍‌ : ବଜାରକୁ ଆସିଲାଣି ଶୀତବସ୍ତ୍ର, ଟୋପି ଓ ଟ୍ରେଣ୍ଡି ଜୋତା

Bartanews

ଶୀତଦିନର ଷ୍ଟାଇଲିସ୍‌ ଲୁକ୍‌ : ବଜାରକୁ ଆସିଲାଣି ଶୀତବସ୍ତ୍ର, ଟୋପି ଓ ଟ୍ରେଣ୍ଡି ଜୋତା

ଶୀତଦିନେ କେଉଁଭଳି ନିଜକୁ ସଜାଇଲେ ଶୀତରୁ ରକ୍ଷା ପାଇବା ସହ ଷ୍ଟାଇଲିସ୍‌ ଲାଗିବେ, ସେନେଇ ଅନେକଙ୍କର ଚିନ୍ତା ରହିଥାଏ। ହେଲେ ଏବେ ତ ବଜାରକୁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଶୀତବସ୍ତ୍ର ସାଙ୍ଗକୁ ଭଳିକି ଭଳି ଟୋପି ଓ ଟ୍ରେଣ୍ଡି ଜୋତା ସବୁ ଆସିଗଲାଣି, ଯାହାକୁ ପିନ୍ଧି ଯେ କେହି ବି ସୁନ୍ଦର ଦିଶିବେ।

ହୁଡେଡ୍‌ ଟି-ଶାର୍ଟ

ଶୀତଦିନେ ଦିନବେଳା ହେଉଥିବା ହାଲ୍‌କା ଥଣ୍ଡାରେ ହୁଡେଡ୍‌ ଟି-ଶାର୍ଟ ପିନ୍ଧିଲେ ବେଶ୍‌ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍‌ ଓ ଚେକ୍‌ ଷ୍ଟାଇଲ୍‌ ଟି-ଶାର୍ଟ ଦେଖିବାକୁ ଯେମିତି ସୁନ୍ଦର ଲାଗେ, ପିନ୍ଧିଲେ ସେମିତି ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳେ। ଏହାକୁ ଉଭୟ ଅଫିସ୍‌ କିମ୍ବା ସାଙ୍ଗମାନଙ୍କ ସହ ବୁଲିବାକୁ ଗଲାବେଳେ ପିନ୍ଧାଯାଇପାରେ। ସେହିପରି ଲୁକ୍‌କୁ ଆଉ ଟିକେ ଆକର୍ଷଣୀୟ କରିବାକୁ ଚାହୁଁଥିଲେ, ଏହାସହିତ ଷ୍ଟାଇଲିସ୍‌ ସନ୍‌ଗ୍ଲାସ୍‌ ବି ପିନ୍ଧି ପାରିବେ। ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍‌ର ହୁଡେଡ୍‌ ଟି-ଶାର୍ଟ ଏବେ ବଜାରରେ ଉପଲବ୍ଧ ହେଲାଣି।

କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌
ଏହାକୁ ‌ୱେଷ୍ଟର୍ଣ୍ଣ ଆଉଟ୍‌ଫିଟ୍‌ ସହ ମିଶାଇକି ପିନ୍ଧିଲେ ଯେମିତି ସୁନ୍ଦର ଲାଗିଥାଏ, ଠିକ୍‌ ସେମିତି ଦେଶୀ ପୋଷାକ ସହିତ ପିନ୍ଧିଲେ ଭିନ୍ନଧରଣର ଲୁକ୍‌ ମିଳିଥାଏ।

ସ୍ବେଟର୍‌

ଶୀତଦିନେ ସର୍ଟ ଷ୍ଟାଇଲ୍‌ ସ୍ବେଟର୍‌ଠାରୁ ଆରମ୍ଭ କରି ଓଭର୍‌ ସାଇଜ୍‌ ସ୍ବେଟର୍‌ ପର୍ଯ୍ୟନ୍ତ ଖୁବ୍‌ ଡିମାଣ୍ଡ ରହିଥାଏ। ସମୟାନୁସାରେ ଫ୍ୟାଶନ୍‌ ଟ୍ରେଣ୍ଡ୍‌ରେ ଅନେକ ପରିବର୍ତ୍ତନ ଆସୁଥିଲେ ବି ସ୍ବେଟର୍‌ର ଚାହିଦା କେବେ ବି କମେ ନାହିଁ।

ଷ୍ଟୋଲ୍‌

ଷ୍ଟୋଲ୍‌ ଆମକୁ ଶୀତରୁ ରକ୍ଷା କରିବା ସହ ଆମର ବ୍ୟକ୍ତିତ୍ବକୁ ବଢ଼ାଇବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ। ସେଥିପାଇଁ ଏହାର ଅନେକ ଭେରାଇଟି ବଜାରରେ ଦେଖିବାକୁ ମିଳିଥାଏ। ଖାସ୍‌ କରି ଲିଓପାର୍ଡ ପ୍ରିଣ୍ଟ୍‌ ଷ୍ଟୋଲ୍‌, ପମ୍‌ ପମ୍‌ ଷ୍ଟୋଲ୍‌, ମଲ୍ଟିକଲର୍‌ ଷ୍ଟୋଲ୍‌, ଫ୍ଲୋରାଲ୍‌ ଡିଜାଇନ୍‌ ଷ୍ଟୋଲ୍‌ ଇତ୍ୟାଦିର ବେଶ୍‌ ଚାହିଦା ରହିଥାଏ।

କ୍ୟାପ୍‌

ଶୀତଦିନେ ଷ୍ଟାଇଲିସ୍‌ ଲୁକ୍‌ ସହ ଶରୀରକୁ ଶୀତଦାଉରୁ ରକ୍ଷା କରିବା ପାଇଁ କେବଳ ଆକର୍ଷଣୀୟ ପୋଷାକ ପିନ୍ଧିଲେ ହେବନି, ମୁଣ୍ଡକୁ ସୁରକ୍ଷା ଦେବା ପାଇଁ କ୍ୟାପ୍‌ର ବି ଆବଶ୍ୟକତା ପଡ଼ିଥାଏ। ଖାସ୍‌କରି ବେନି କ୍ୟାପ୍‌, କଲର୍‌-ବ୍ଲକ୍‌ ଫେଡୋରା କ୍ୟାପ୍‌, ପମ୍‌ ପମ୍‌ କ୍ୟାପ୍‌, ଲେଦର୍‌ ଷ୍ଟାଇଲ୍‌ ଫାବ୍ରିକ୍‌ କ୍ୟାପ୍‌ ଭଳି ଟ୍ରେଣ୍ଡି କ୍ୟାପ୍‌ର ଏବେ ଖୁବ୍‌ ଚାହିଦା ଥିବା ଦେଖିବାକୁ ମିଳୁଛି।

ଜୋତା

ଦେହ ଓ ମୁଣ୍ଡ ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେବା ପାଇଁ ବି ବଜାରରେ ଏବେ ଅନେକ ଭେରାଇଟିର ଜୋତା ମିଳୁଛି। ଯେମିତିକି: ସ୍ନିକର୍ସ, ଆଙ୍କେଲ୍‌ ବୁଟ୍‌, ‌ରାଇଡିଂ ବୁଟ୍‌ ଇତ୍ୟାଦି। ଯୁବତୀମାନେ ଚାହିଁଲେ ଏହିସବୁ ଜୋତାକୁ ମଧ୍ୟ ପିନ୍ଧିପାରିବେ।

Leave a Comment